ତିନିଦିନ ପରିଶ୍ରମ ପରେ ବାର୍ହା ଉଦ୍ଧାର

Get real time updates directly on you device, subscribe now.

କାଶୀପୁର,(ବି.ବି.ନୁ୍ୟଜ୍): କାଶୀପୁର ବ୍ଲକ ସଦରସ୍ଥିତ ଆଇଫାଡ କଲୋନୀରୁ ରବିବାର ଏକ ବାର୍ହା ଛୁଆ ଉଦ୍ଧାର ହୋଇଛି । ଚାରି ଦିନ ହେଲା ପଶୁଟି କଲୋନୀକୁ ପଶି ଆସି ଉପôାତ କରୁଥିଲା । କାଶୀପୁର ବନାଞ୍ଚଳ ଅଧିକାରୀ ସନ୍ଦିପ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ତିନିଦିନ ଶୀତ କାକରରେ ରହି ବାର୍ହାଟିକୁ ଉଦ୍ଧାର କରିଛନ୍ତି । ପରେ ଏହାକୁ ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରେ ଛାଡି ଦିଆଯାଇଛି ।
ସୂଚନା ଅନୁସାରେ, ନିକଟସ୍ଥ ଜଙ୍ଗଲରୁ ବାର୍ହାଟି ୪ ଦିନ ତଳେ କଲୋନୀକୁ ପଶି ଆସିଥିଲା । କଲୋନୀର ଅରୁଣ କୁମାର ସାହୁଙ୍କ ଘର ପଛପଟରେ ରହୁଥିଲା । ପଶୁଟି ବିଭିନ୍ନ ସମୟରେ ନାନା ଉପôାତ କରୁଥିଲା । କଲୋନୀ ଲୋକେ ଏଥିରେ ଭୟଭୀତ ହୋଇ ରହୁଥିଲେ । ସ୍ଥାନୀୟ ଲୋକେ ଏ ନେଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । କାଶୀପୁର ଫରେଷ୍ଟର ନରସିଂହ ଶତପଥୀ ଉଦ୍ୟମରେ ସମସ୍ତ କର୍ମଚାରୀ ତିନିଦି ପର୍ଯ୍ୟନ୍ତ ଶୀତ କାକରରେ ଜଗି ରହି ପଶୁଟିକୁ ବାକୁ କରିଥିଲେ । ପରେ ଚନ୍ଦ୍ରଗିରି ଜଙ୍ଗଲରେ ଏହାକ ଛଡା ଯାଇଥିଲା । ବିଭାଗୀୟ କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଛନ୍ତି । ବନ୍ୟ ଜନ୍ତୁଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ କାଶୀପୁର ବନାଞ୍ଚଳ କର୍ମଚାରୀଙ୍କ କାମ ଉଲ୍ଲେଖନୀୟ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ଲୋକେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons