ମୋଦିଙ୍କୁ ୨୦୮ ଶିକ୍ଷାବିତଙ୍କ ଚିଠି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶବ୍ୟାପୀ ୨୦୦ରୁ ଊଦ୍ଧ୍ୱର୍ ଶିକ୍ଷାବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଶିକ୍ଷାନୁÂାନଗୁଡ଼ିକର ପରିବେଶ ବାବଦରେ ଅବଗତ କରାଇଛନ୍ତି । ବାମପନ୍ଥୀ ଅନୁÂାନ ସହ ଜଡ଼ିତ ଲୋକମାନେ ଦେଶରେ ଶିକ୍ଷାନୁÂାନର ଶୈଖିକ ପରିବେଶ ଖରାପ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଚିଠି ଲେଖିଥିବା ଶିକ୍ଷାବିତଙ୍କ ମଧ୍ୟରେ କେତେକ ପ୍ରମୁଖ ଶିକ୍ଷାନୁÂାନର କୂଳପତି ମଧ୍ୟ ସାମିଲ ଅଛନ୍ତି । ଚିଠିରେ କୁହାଯାଇଛି ଯେ, ଛାତ୍ର ରାଜନୀତି ନାମରେ ବାମପନ୍ଥୀ ଚିନ୍ତାଧାରାକୁ ଆଗକୁ ବଢ଼ାଯାଉଛି । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରୁ ଆରମ୍ଭ କରି ଜାମିୟା ମିଲିୟା ଇସ୍ଳାମିୟା ଏବଂ ଯାଦବପୁରରୁ ଆରମ୍ଭ କରି ଆଲିଗଡ ମୁସଲିମ ୟୁନିଭର୍ସିଟି (ଏଏମ୍ୟୁ) ପର୍ଯ୍ୟନ୍ତ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ସ୍ଥିତିରୁ ଦେଶର ଶିକ୍ଷା ଭିତ୍ତିଭୂମିକୁ କିଭଳି ଭାବେ ବିଗାଡି ଦିଆଯାଉଛି ତାହା ସ୍ପଷ୍ଟ ହୋଇଛି । ଏସବୁ ପଛରେ ବାମପନ୍ଥୀ ସଂଗଠନ ସହ ଜଡ଼ିତ ଲୋକମାନେ ହିଁ ସାମିଲ ଅଛନ୍ତି । ଚିଠିଟିରେ ମୋଟ ୨୦୮ ଜଣ ଶିକ୍ଷାବିତ ଦସ୍ତଖତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons