ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହିଳା ହିଂସା ମାମଲା ଏଣିକି କୋର୍ଟରେ ବର୍ଷ ବର୍ଷ ଧରି ଗଡ଼ିବ ନାହିଁ । ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କୁ ତ୍ୱରିତ ନ୍ୟାୟ ମିଳିବ । ଏଥିପାଇଁ ରାଜ୍ୟରେ ଖୋଲିବ ୪୫ ନୂତନ କୋର୍ଟ । ସେଥିରୁ ନାବାଳିକଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ବିଚାର କରିବ ୨୪ ନୂଆ ପୋକ୍ସୋ କୋର୍ଟ । ଖୁବ୍ଶୀଘ୍ର ଏହି ସବୁ କୋର୍ଟ ଖୋଲାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିÂା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି । ଏହାଦ୍ୱାରା ମହିଳାଙ୍କ କ୍ଷେତ୍ରରେ ହେଉଥିବା ମାମଲାର ଖୁବଶୀଘ୍ର ଫଏସଲା ହୋଇପାରିବ । ସମଗ୍ର ଦେଶରେ ମହିଳାଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ, ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିବେ ଏବଂ ସମାଜରେ ଆତ୍ମସମ୍ମାନର ସହ ଜୀବନ ବଞ୍ଚିବେ ସେଥିପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।
ସମ୍ମାନିତ ଅତିଥି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଆୟୋଗର ପ୍ରଚେଷ୍ଟା ହେତୁ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅନେକ ଘଟଣାର ମହିଳାମାନେ ନ୍ୟାୟ ପାଇବାରେ ସଫଳ ହୋଇଛନ୍ତି । ମହିଳାଙ୍କ ସାମ୍ବିଧାନିକ ତଥା ମାନବିକ ଅଧିକାରର ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ମହିଳା ଆୟୋଗର ଯଥେଷ୍ଟ ସୁନାମ ରହିଛି । ବିଶିଷ୍ଟ ଅତିଥି ଜାତୀୟ ମହିଳା ଆୟୋଗର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ କହିଛନ୍ତି, ନିର୍ଯାତିତାଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇବା ପାଇଁ ‘ୱାନ୍ଷ୍ଟପ୍ ସେଣ୍ଟର-ସଖୀ’ ଏକ ସମୟୋପଯୋଗୀ ପରିକଳ୍ପନା । ଏହାର ପରିଚାଳନା ଦିଗରେ ମାର୍ଗଦର୍ଶନ ପାଇଁ ଆୟୋଗ ଦ୍ୱାରା କର୍ମଶାଳା ଆୟୋଜନର ପ୍ରଶଂସା କରିଥିଲେ ।
ଉତ୍ସବରେ ଅଧ୍ୟକ୍ଷତା କରି ଆୟୋଗର ଅଧ୍ୟକ୍ଷା ଡ. ମିନତି ବେହେରା କହିଛନ୍ତି, ମହିଳାଙ୍କ ସାମାଜିକ ଅର୍ଥନୈତିକ ବିକାଶ ଉପରେ ଆୟୋଗ ସର୍ବଦା ତପôରତା ପ୍ରକାଶ କରିଆସିଛନ୍ତି । ଆୟୋଗ ଅଧୀନରେ ପଞ୍ଜିକୃତ ୭୨, ୨୯୯ ମାମଲାରୁ ୬୨, ୩୦୩ ସମାଧାନ ହୋଇଛି । ବର୍ତ୍ତମାନ ୯୯୯୬ ମାମଲାର ଶୁଣାଣି ଚାଲୁ ରହିଛି । ଏହା ବ୍ୟତୀତ ବିଭିନ୍ନ ସମ୍ବେଦନଶୀଳ ଘଟଣାଗୁଡ଼ିକରେ ମହିଳା ଆୟୋଗ ସ୍ୱତଃପ୍ରବୃତ୍ତ ମାମଲା ଗ୍ରହଣ କରି ମହିଳାଙ୍କର ଅଧିକାର ଓ ସ୍ୱାର୍ଥକୁ ବଜାଇ ରଖିବାରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଡ. ବେହେରା କହିଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ ରାଜ୍ୟର ୩୦ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ୱାନ୍ଷ୍ଟପ୍ ସେଣ୍ଟର ସୁପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ରାଜ୍ୟର ସମସ୍ତ ସଖୀ କେନ୍ଦ୍ରର ଉତ୍ତମ ପରିଚାଳନା ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜନ ହୋଇଥିଲା । ଏଥିରେ ଲକ୍ଷେ୍ନøରୁ ଆସିଥିବା ଅଭିଜ୍ଞ ସଖୀ ପରିଚାଳିକା ଅର୍ଚ୍ଚନା ସିଂ କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ଏବଂ କାର୍ଯ୍ୟକାରିତା ଉପରେ ଦିଗ୍ଦର୍ଶନ ଦେଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନିଜ ନିଜ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ଅଗ୍ରଣୀ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳାଙ୍କୁ ହିଂସାମୁକ୍ତ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳା ଆୟୋଗର ମୁଖପତ୍ର ‘ହସ ଫୁଟିଲା ପରିବାର ତିÂିଲା’ ଉନ୍ମୋଚିତ ହୋଇଥିଲା । ଆୟୋଗର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଜଲିନା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.