ବିରୋଧୀ ହିଂସା ଘଟାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି:ରାମମାଧବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନାଗରିକତା ସଂଶୋଧନ ଆଇନ ଏବେ ସମ୍ବିଧାନର ଅଂଶବିଶେଷ । କେନ୍ଦ୍ର ସରକାର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଏ ଆଇନରେ କେବଳ ସଂଶୋଧନ କରିଛନ୍ତି । ସଂଶୋଧିତ ଆଇନ କାହାର ନାଗରିକତା ନେବ ନାହିଁ, ବରଂ ଏହା ନାଗରିକତା ଦେବ । ଏଥିରେ କୌଣସି ବିବାଦ ନାହିଁ କି କାହା ପ୍ରତି କିଛି ବାଛବିଚାର ନାହିଁ । ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ହେଉଛି ଭାରତୀୟ ସଂସ୍କୃତି । ଏ ଆଇନ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରିତ (ଫାଷ୍ଟଟ୍ରାକ୍) କରିବ । ବିରୋଧୀ ଦଳ ଓ କିଛି ବୁଦ୍ଧିଜୀବୀ ମୋଦି ସରକାରଙ୍କୁ ବଦନାମ୍ କରିବାକୁ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ମିଛ ପ୍ରଚାର କରୁଛନ୍ତି । ଦେଶରେ ହିଂସା ଘଟାଇବାକୁ ଷଡ଼ଯନ୍ତ୍ର ରଚନା କରିଛନ୍ତି । ମାତ୍ର କେନ୍ଦ୍ର ସରକାର ଏହା ହେବାକୁ ଦେବେନି । ବିରୋଧୀଙ୍କ ଏ ହୀନ ପ୍ରୟାସକୁ ବିଜେପି ବିରୋଧ କରୁଛି । ଦେଶବାସୀଙ୍କ ନିକଟରେ ବାସ୍ତବ ତଥ୍ୟ ରଖିବାକୁ ଆମେ ପ୍ରତି ଘରକୁ ଯିବୁ । ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମମାଧବ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମମାଧବ କହିଲେ, ବିରୋଧୀମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି । ସେମାନଙ୍କର ଏ ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି । ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସଂଶୋଧନ ଆଇନ ପଡେ଼ାଶୀ ଦେଶରେ ଧାର୍ମିକ ଉପôୀଡ଼ନର ଶିକାର ହୋଇ ଭାରତ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେବ ।
ରାମମାଧବ ଅଭିଯୋଗ କରିଛନ୍ତି, ସମଗ୍ର ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଆଲୋଚନା ଚାଲିଛି । ଏ ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିକାଶ ଏଜେଣ୍ଡା ଦେଶବାସୀ ଗ୍ରହଣ କରି ନେଇଥିବାରୁ ଦିଗହରା ହୋଇ ବିରୋଧୀ ସାଂପ୍ରତିକସ୍ଥିତିକୁ ଏକ ସୁଯୋଗ ଭାବେ ଗ୍ରହଣ କରିଛନ୍ତି । ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିବାକୁ ସେମାନଙ୍କ ଉଦ୍ୟମ ଜାରି ରହିଛି । ବିଜେପି ପକ୍ଷରୁ ସାରା ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହ ଏ ଆଇନ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି । ଏ ଆଇନକୁ ରାଜ୍ୟ ସରକାରଗୁଡ଼ିକ କାର୍ଯ୍ୟକାରୀ କରିବାକୁ ବାଧ୍ୟ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ କହିଛନ୍ତି ।
ଶ୍ରୀ ମାଧବ କହିଛନ୍ତି, ଆଜି ଯେପରି କିଛି ତତ୍ତ୍ୱ ଜାଣିଶୁଣି ହିଂସାକୁ ଉସୁକାଉଛନ୍ତିି ସେମାନଙ୍କ ବାସ୍ତବ ଉଦେ୍ଧଶ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ । ନାଗରିକ ସଂଶୋଧନ ଆଇନ ଆଣି ବିଶ୍ୱ ଦରବାରରେ ପାକିସ୍ତାନରେ ଅଣମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣର କଥା ସାରା ବିଶ୍ୱକୁ କହିବାର ସୁଯୋଗ ଥିଲା । କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ପାଇଁ ସେ ସୁଯୋଗ ଆମେ ହରାଇଲୁ । କଂଗ୍ରେସ ସବୁବେଳେ ପାକିସ୍ତାନର ପକ୍ଷ ନେଉଛି । ମୁମ୍ବାଇ ଆକ୍ରମଣ ହେଉ ଅବା ପୁଲୱାମା ଘଟଣାରେ ପାକିସ୍ତାନ ପାଇଁ ଓକିଲାତି କରୁଛି । ମୋଦି ସରକାର ଆତଙ୍କବାଦିଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କଲେ କଂଗ୍ରେସ ପ୍ରମାଣ ଖୋଜୁଛି । ସିଏଏ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି । ଭାରତୀୟ ମୁସଲମାନଙ୍କ ସହ ସିଏଏ, ଏନ୍ଆର୍ସିର କୌଣସି ସମ୍ପର୍କ ନାହିଁ । କେବଳ ପାକିସ୍ତାନୀ, ବଙ୍ଗଳାଦେଶ, ଆଫଗାନିସ୍ତାନର ଅଣହିନ୍ଦୁମାନଙ୍କ ପାଇଁ ଏହା ହୋଇଛି । ଏ ନେଇ କିଛି ରାଜ୍ୟ ସୁପ୍ରିମକୋର୍ଟ ଯାଇଛନ୍ତି । ମାତ୍ର ଯେହେତୁ ସାମ୍ବିଧାନିକ ବ୍ୟବସ୍ଥାରେ ଏ ଆଇନ ସଂଶୋଧନ କରାଯାଇଛି, ସୁପ୍ରିମକୋର୍ଟ ଏ ଆଇନ ନେଇ କୌଣସି ପ୍ରତିକୂଳ ମନ୍ତବ୍ୟ ଦେବେ ନାହିଁ ବୋଲି ଆମେ ନିଶ୍ଚିତ । ଦେଶର ସାମଗ୍ରୀକ ବିକାଶ ଓ ଆର୍ଥିକ ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ରାମମାଧବ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons