ପ୍ରେତାତ୍ମା କହୁଛି ମୃତୁ୍ୟ ରହସ୍ୟ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ନୀଳଗିରି ସହର ଉପଖଣ୍ଡ ଗୋପବନ୍ଧୁ ଛାତ୍ରାବାସ ପଛପଟୁ ଗତ ୧୦ ତାରିଖ ଦିନ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକ ଜଣକ ଖନ୍ତାପଡ଼ା ଥାନା ଅଧୀନ ଆମ୍ବଡିହା ଅଞ୍ଚଳର ନିରଞ୍ଜନ ମଲ୍ଲିକଙ୍କ ପୁଅ ରାଜେଶ । ତେବେ ଏହି ଘଟଣାକୁ ୫ ଦିନ ବିତିଗଲାଣି । କିନ୍ତୁ ମୃତୁ୍ୟର ରହସ୍ୟ ଖୋଲିବାକୁ ଏଯାଏ ପୁଲିସ ସକ୍ଷମ ହୋଇ ପାରିନି । ଅନ୍ୟପଟେ ନିଜ ଝିଅ ଉପରେ ସବାର ହୋଇ ରାଜେଶ ମୃତୁ୍ୟର ରହସ୍ୟ ଖୋଲୁଥିବା ଚର୍ଚ୍ଚା ହେଉଛି ।
ପରିବାର ଲୋକଙ୍କ କହିବା ଅନୁସାରେ, ନିଜ ଝିଅ ଅର୍ଚ୍ଚିତାଙ୍କ ଉପରେ ଆଜି ମୃତ ରାଜେଶଙ୍କ ପ୍ରେତାତ୍ମା ସବାର ହୋଇଥିଲା । ଏତିକିବେଳେ ସେ କହିଥିଲେ, ସେହି ଅଞ୍ଚଳର ଜଣେ ଯୁବକ ସହିତ ଅନ୍ୟ ଗ୍ରାମର ଜଣେ ଯୁବକ ମିଶିଥିଲେ । ସେମାନଙ୍କ ସହିତ ନୀଳଗିରି ଅଞ୍ଚଳର ୩ ଜଣ ଯୁବକଙ୍କ ମିଶି ମୋଟ ୫ ଜଣ ମୃତ ରାଜେଶଙ୍କ ମୁଣ୍ଡ, ଗୋଡ଼, ଆଣ୍ଠୁ, ପିଠିକୁ ନିସ୍ତୁକ ମାରିଥିଲେ । ଏଥିସହିତ ରାଜେଶଙ୍କ ପାଖରୁ ୩ ହଜାର ଟଙ୍କା, ମୋବାଇଲ ସେମାନେ ଛଡ଼ାଇ ନେଇଥିଲେ । ଏପରିକି ମାରିଥିବା ଲୋକ ବଞ୍ଚିଥିବା ଯାଏ ତାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ ବୋଲି ମଧ୍ୟ ପ୍ରେତାତ୍ମା ସବାର ହୋଇ ଝିଅଟି କହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ତେବେ ପ୍ରେତାତ୍ମାର ଏପରି ବୟାନ ପରେ ଜଣେ ଯୁବକକୁ ପରିବାର ଲୋକେ ଅଟକ ରଖିଥିଲେ । ମାତ୍ର କୌଶଳ କ୍ରମେ ସେ ଖସି ଯାଇଥିବା ଜଣାପଡ଼ିଛି । ପ୍ରେତାତ୍ମାର ବୟାନକୁ ଭିତ୍ତି କରି ସଂପୃକ୍ତ ଯୁବକମାନଙ୍କୁ ଧରିବାକୁ ପୁଲିସ ନିକଟରେ ପରିବାର ଲୋକେ ଦାବି କରିଛନ୍ତି । ପ୍ରେତାତ୍ମାର ବୟାନକୁ ନେଇ ନୀଳଗିରି ପୁଲିସ ମୁହଁ ଖୋଲି ନଥିବା ବେଳେ ଏଭଳି ଘଟଣା ଶୁଣିବା ପରେ ଥାନା ଚଳଚଞ୍ଚଳ ହୋଇ ଉଠିଥିବା ଚର୍ଚ୍ଚା ହେଉଛି ।
ସୂଚନା ଯୋଗ୍ୟ, ଛାତ୍ରାବାସ ପଛପଟୁ ରାଜେଶଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ମାତ୍ର ମୃତକ ରକ୍ତବାନ୍ତି କରିଥିବାରୁ ନିଶା କାରଣରୁ ତାଙ୍କ ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଥିଲା । ପରେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରି ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons