ଶିଶୁ କନ୍ୟାକୁ ଛାଡ଼ି ପଳାଇଲା ମା’!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ସଂକ୍ରାନ୍ତି ଭିଡ଼ । ପୀଠରେ ହାଉଜାଉ ଲୋକ । ବେଶ ସମ୍ଭ୍ରାନ୍ତ ମନେହେଉଥିବା ଜଣେ ମହିଳା ଏକ ଦୁଇବର୍ଷର ଶିଶୁକନ୍ୟାକୁ ଆଣି ଠିଆ କରିଦେଲେ ଜଣେ ମହିଳା ଭିକ୍ଷୁକଙ୍କ ପାଖରେ । କହିଲେ, ଟିକେ ଚାହିଁଥାଅ.. ହେଇ ଆସୁଛି । କହିଦେଇ ଗଲେ ଯେ ଗଲେ । ଆଉ ଫେରିଲେନି ।
ଏଭଳି ଏକ ଅଭାବନୀୟ ଘଟଣା ଆଜି ଘଟିଛି ତିର୍ତ୍ତୋଲ ଥାନା ଛପଡ଼ାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ଗୋରେଖନାଥଙ୍କ ବିଜେସ୍ଥଳୀରେ । ସମ୍ଭବତଃ ଜାଣିଶୁଣି ବାପା-ମା’ ନିଜ ଦୁଇ ବର୍ଷର କନ୍ୟା ସନ୍ତାନକୁ ପୀଠରେ ଛାଡ଼ି ଚାଲି ଯାଇଛନ୍ତି । ନିଷ୍ପାପ ଶିଶୁ କନ୍ୟାଟି ଦିନସାରା ରାହା ଧରି କାନ୍ଦୁଥିବା ବେଳେ ପରିବାରର କେହି ଜଣେ ହେଲେ ଲୋକଙ୍କ ଦେଖା ମିଳି ନ ଥିଲା । ଏଣେ ସମୟ ଗଡ଼ି ସଞ୍ଜ ନଇଁଥିଲା । ପୀଠର ଗହଳିଚହଳି ଏକପ୍ରକାର ନିସ୍ତବ୍ଧ ହୋଇ ଯାଇଥିଲେ ହେଁ ପିଲାଟିର ଆକୁଳ କାନ୍ଦ କିନ୍ତୁ ଥମିନଥିଲା । ଶେଷରେ ସ୍ଥାନୀୟ ସରପଞ୍ଚ ଘଟଣାରେ ହସ୍ତକ୍ଷେପ କରି ଚାଇଲ୍ଡଲାଇନ୍କୁ ଖବର କରିଥିଲେ । ଚାଇଲ୍ଡଲାଇନ୍ର ସେଣ୍ଟର୍ କୋଅଡର଼୍ିନେଟର ନରେଶ ଗୋଚ୍ଛାୟତ ଓ ତାଙ୍କ ଟିମ୍ ସନ୍ଧ୍ୟାରେ ଶିଶୁଟିକୁ ଉଦ୍ଧାର କରି ଜଗତସିଂହପୁରସ୍ଥିତ ଏକ ଶିଶୁ ଆଶ୍ରମରେ ଛାଡ଼ିଥିବା ଖବର ମିଳିଛି । ଆସନ୍ତାକାଲି ଶିଶୁକୁ ସିଡବ୍ଲୁସି (ସୁରକ୍ଷା କମିଟି) ନିକଟରେ ହାଜର କରାଯିବ ବୋଲି ଚାଇଲ୍ଡଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଘଟଣାସ୍ଥଳରୁ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଜି ଦିନ ୨ଟା ୩୦ରେ ଜଣେ ମହିଳା ଏହି କନ୍ୟା ଶିଶୁଟିକୁ ସାଙ୍ଗରେ ଧରି ମନ୍ଦିର ମୁଖ୍ୟ ପାଠକ ନିକଟରେ ପହଞ୍ଚିଥିଲେ । ପବିତ୍ର ମକର ସଂକ୍ରାନ୍ତି ଦୃଷ୍ଟିରୁ ମନ୍ଦିର ପରିସରରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମନ୍ଦିର ମୁଖ୍ୟ ଫାଟକ ବାହାରେ ଭିକ୍ଷୁକମାନଙ୍କର ଗହଳି ମଧ୍ୟ ରହିଥିଲା । ରଘୁନାଥପୁର ଖଣ୍ଡତରୀ (ହରିଶପୁର) ଅଞ୍ଚଳର ଜଣେ ମହିଳା ଭିକ୍ଷୁକଙ୍କ ନିକଟରେ ଶିଶୁଟିକୁ ଛାଡ଼ିଥିଲେ ପୂର୍ବୋକ୍ତ ସମ୍ଭ୍ରାନ୍ତ ମନେହେଉଥିବା ମହିଳା । ‘ଟିକେ ଚାହିଁଥାଅ.. ମୁଁ ମୋ ସ୍ୱାମୀଙ୍କୁ ଖୋଜି ଆଣି ଏଇଲାଗେ ଆସୁଛି..’ ବୋଲି କହି ମହିଳା ଜଣକ ଯାଇଥିଲେ ଓ ଆଉ ଫେରି ନଥିଲେ । ଅପରାହ୍ନ ୫ଟା ବାଜିବା ସତ୍ତେ୍ୱ ମହିଳା ଜଣକ ନ ଫେରିବାରୁ ମହିଳା ଭିକ୍ଷୁକଙ୍କ ସନେ୍ଦହ ହୋଇଥିଲା । ପରେ ଘଟଣା ପ୍ରଘଟ ହୋଇଥିଲା ଓ ମହିଳାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ବେଶପୋଷାକରୁ ମହିଳା ଜଣକ ବେଶ ଥିଲାବାଲା ବା ସଂପନ୍ନ ଘରର ହୋଇଥିବା ଅନୁମାନ କରାଯାଉଛି । ପୋଷାକରୁ କନ୍ୟାଶିଶୁଟି ମଧ୍ୟ ଖାନ୍ଦାନ୍ ଘରର ହୋଇଥିବା ମନେହେଉଛି । ତଥାପି କାହିଁକି ମହିଳା ଜଣକ ଏଭଳି ନିÂୁର ପଦକ୍ଷେପ ନେଲେ, ତାହା ଅସ୍ପଷ୍ଟ ରହିଛି । ଦୁଇ ବର୍ଷର ଶିଶୁଟି କିଛି କହିବା ବା ବୁଝିବା ପରିସ୍ଥିତିରେ ନାହିଁ । କେବଳ ମାଆକୁ ଖୋଜି କାନ୍ଦୁଛି । ଏପଟେ ମନ୍ଦିର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ସିସିଟିଭି ବ୍ୟବସ୍ଥା ନଥିବାରୁ ଶିଶୁର ପ୍ରକୃତ ବାପା-ମା’ଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡ଼ିଛି । କେଉଁଥିପାଇଁ ବାପା-ମା’ ଜାଣିଶୁଣି ଶିଶୁଟିକୁ ବିପଦ ମୁହଁକୁ ଠେଲି ଦେଲେ ସେନେଇ ଅଞ୍ଚଳରେ ନାନା ଆଲୋଚନା ଚାଲିଛି । କୌଣସି ବାଧ୍ୟବାଧକତା ଯୋଗୁଁ ମାଆ ନିଜ କୋଳଛୁଆକୁ ଛାଡ଼ିଯାଇଥିବା ମଧ୍ୟ ସନେ୍ଦହ କରାଯାଉଛି । ଆଖପାଖ ଅଞ୍ଚଳରେ ଖୋଜାଖୋଜି ଚାଲିଥିଲେ ହେଁ ବିଳମ୍ବିତ ରାତିଯାଏ ଶିଶୁଟିର ପରିଚୟ ମିଳିନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons