ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଂଗ୍ରେସର ପୁରୁଣା ରୋଗ ଛାଡିବାର ନାମ ନେଉନି । ନିଜ ନିଜ ଭିତରେ ଗୋଡ ଟଣାଟଣି ପୂର୍ବ ଭଳି ଜାରି ରହିଛି । ଶୁକ୍ରବାର ପରିସ୍ଥିତି ଏମିତି ହେଲା ଯେ ଦଳର ମୁରବିମାନଙ୍କ ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଇଥିଲା ଦଳୀୟ କନ୍ଦଳ । କାଳେ କିଛି ଅଘଟଣ ଘଟିବ ତା’ ପୂର୍ବରୁ ବାହାରୁ ବାଉନସର୍ ଆସି ଜଗିଲେ କଂଗ୍ରେସ ଭବନ ।
ଆଜି କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଦଳୀୟ ସଙ୍ଗଠନର ପୁର୍ନଗଠନ ନେଇ ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ବୈଠକ ଚାଲିଥିବା ବେଳେ ଉଭୟ କଂଗ୍ରେସ ଭବନ ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ ଓ ନେତା । ଦଳର ଅସନ୍ତୁଷ୍ଟ ନେତାମାନେ ନିରଞ୍ଜନ ହଟାଅ, ମୋକିମ୍ ଜିନ୍ଦାବାଦ ସ୍ଲୋଗାନ୍ ବି ଦେବାକୁ ପଛାଇ ନଥିଲେ । କଟକ ସଦର, କଟକ ସିଟି, ଖୋର୍ଦ୍ଧା ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାଗୁଡିକରେ ନୂଆ ନେତା ଚୟନ ପ୍ରକ୍ରିୟା ପାଇଁ ଚାଲିଥିଲା ଆଲୋଚନା । ସେପଟେ କଟକ ସିଟି ବାବଦରେ ଆଲୋଚନା ସମୟରେ ନିରଞ୍ଜନଙ୍କୁ ହଟାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ଦାବି କରିଥିଲେ କର୍ମୀ । ପରିସ୍ଥିତି ଏପରି ହେଲା କି ଉଭୟ ନିରଞ୍ଜନଙ୍କ ସପକ୍ଷ ଓ ବିପକ୍ଷ ଗୋÂୀର କର୍ମୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କଂଗ୍ରେସ ଭବନ ବାହାରେ ମୋକିମଙ୍କ ସମର୍ଥକ ନାରାବାଜି କରୁଥିବା ବେଳେ ଭବନ ଭିତରେ କଂଗ୍ରେସର ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ ଗତ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ନିରଞ୍ଜନଙ୍କୁ ଘେରିଥିଲେ । ଏକ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କୁ ୭୦ଧ ଟିକେଟ୍ ଦିଆଯାଇଥିବା ଯୁକ୍ତି ବାଢ଼ିଥିଲେ । ଏସ୍ସି, ଏସ୍ଟି ଓ ଓବିସିବର୍ଗର ନେତାଙ୍କୁ ଟିକେଟ୍ ବଣ୍ଟନ ସମୟରେ ଅଣଦେଖା କରାଯାଇଥିଲା ତେଣୁ ଏହି ଦଶା ଭୋଗିଲା ବୋଲି ରବୀନ୍ଦ୍ର କହିଥିଲେ ।
ଅପରପକ୍ଷେ ଆଜି କଂଗ୍ରେସ ଭବନକୁ ବାଉନ୍ସର୍ ଆସିବା ନେଇ ନାପସନ୍ଦ କରିଛନ୍ତି ବହୁ କଂଗ୍ରେସ ନେତା । ଦଳ ଭିତରର କନ୍ଦଳକୁ ଆଲୋଚନା କିମ୍ବା ସମାଧାନ ପାଇଁ ଦଳୀୟ ନେତା ଓ କର୍ମୀମାନେ ହସ୍ତକ୍ଷେପ କରିବା କଥା । ହେଲେ ବାହାରୁ ବାଉନ୍ସର୍ ଆଣିବା ଭଳି ପରିସ୍ଥିତି ପୂର୍ବରୁ କେବେ ସୃଷ୍ଟି ହୋଇନଥିଲା ବୋଲି ବହୁ କଂଗ୍ରେସ ନେତା କହିଛନ୍ତି । ଦଳର କିଛି ଯୁବନେତା ଏହି ବାଉନସରମାନଙ୍କୁ ଆଣି ନିଜ ଇସାରାରେ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.