ପୁରୀ, (ବି.ବି.ବୁ୍ୟରୋ): ବଡ଼ଦାଣ୍ଡ ମରିଚିକୋଟ ଛକ ନିକଟରେ ଶୁକ୍ରବାର ଜଣେ ରିକ୍ସା ଚାଳକ ଓ ଜଣେ ଭିକାରିଙ୍କ ଭିତରେ ହାତାହାତି ଘଟଣା ନଜର ଆସିଛି । ଭିକାରିର ନିର୍ଘାତ ମାଡରେ ରିକ୍ସାଚାଳକ ରକ୍ତ ଜୁଡୁବୁଡୁ ହୋଇଛି । ଭିକାରିର ନାମ ଗିରିଜାଶଙ୍କର ମିଶ୍ର ବୋଲି ଜଣାପଡ଼ିଥିବା ବେଳେ ରିକ୍ସା ଚାଳକଙ୍କ ନାମ ଜଣାପଡ଼ିନି ।
ଗତରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସାଇ ମନ୍ଦିର ନିକଟରେ ଜଣେ ଭିକାରୁଣୀ ବ୍ୟାଗ୍ରୁ ଟଙ୍କା ଚୋରି ନେଇ ଏହି ଘଟଣା ଘଟିଥିବା କୁହାଯାଉଛି । ରିକ୍ସା ଚାଳକ ଭିକାରୁଣୀକୁ ସମର୍ଥନ କରିଥିଲା । ଉକ୍ତ ଭିକାରୁଣୀଙ୍କୁ ନେଇ ରିକ୍ସାଚାଳକ ପୂର୍ବାହ୍ନରେ ମରିଚିକୋଟ ଛକରେ ପହଞ୍ଚି ଗିରିଜାକୁ ଟଙ୍କା ଚୋରି ନେଇ ପଚାରିଥିଲା । ପରେ ଉଭୟେ ହାତାହାତି ହୋଇଥିଲେ । ଏହି ଘଟଣାରେ ଟ୍ରାଫିକ୍ ପୁଲିସ ହସ୍ତକ୍ଷେପ କରି ବିଫଳ ହୋଇଥିଲେ । ଅନ୍ୟପଟେ ଏନେଇ ପୁଲିସ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ । ଭଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଛାଡ଼ିଦେଇଛି । ଏନେଇ କୌଣସି ଏତଲା ହୋଇନଥିବା ବେଳେ ପୋଲିସ ନିଜ ଆଡୁ ମଧ୍ୟ ମାମଲା କରିନି ।


Comments are closed, but trackbacks and pingbacks are open.