ବୁଡ଼ିଯାଇ ୨ ଇଞ୍ଜିନିୟରିଂ ଛାତ୍ର ମୃତ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ବୁ୍ୟରୋ): ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଦେବଝରଣ ପିକ୍ନିକସ୍ଥଳୀରେ ଆଜି ଅଘଟଣ ଘଟିଛି । ବଣ ଭୋଜି କରିବାକୁ ଆସିଥିବା ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ପାଣିରେ ବୁଡ଼ି ମୃତୁ୍ୟ ହୋଇଛି । ମୃତକ ଛାତ୍ର ଦ୍ୱୟ ହେଲେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କମ୍ପୁ୍ୟଟର୍ ବିଜ୍ଞାନ ବିଭାଗର ତୃତୀୟ ବର୍ଷ ଛାତ୍ର ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ । ସୌମ୍ୟରଞ୍ଜନ ମଧ୍ୟପ୍ରଦେଶର ଭୋପାଳ ସହରର ହୋଇଥିବା ବେଳେ ଅଭିଜିତ ହୀରାକୁଦ ହିଣ୍ଡାଲକୋ କଲୋନିର ପ୍ରଶାନ୍ତ ସାମଲଙ୍କ ପୁଅ ।
ସୂଚନାନୁସାରେ ଆଜି ଭିସୁଟ୍ର ୪୭ଜଣ ଦେବଝରଣକୁ ପିକ୍ନିକ୍ କରିବାକୁ ଆସିଥିଲେ । ସୌମ୍ୟରଞ୍ଜନ ଓ ଅଭିଜିତ ଗାଧୋଉଥିବାବେଳେ ବୁଡ଼ି ଯାଇଥିଲେ । ଅନ୍ୟମାନେ ଉଭୟଙ୍କୁ ଉଦ୍ଧାର କରି ଯୁଯୁମୁରା ସିଏଚ୍ସିକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଛି । ସେମାନଙ୍କ ମଧ୍ୟରୁ ଅଭିଜିତଙ୍କ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଛି । ହେଲେ ସୌମ୍ୟରଞ୍ଜନଙ୍କ ମରଶରୀର ବୁର୍ଲା ମର୍ଗ ହାଉସ୍ରେ ରଖାଯାଇଛି । ତାଙ୍କ ପରିବାର ଲୋକଙ୍କୁ ପୁଲିସ ଅପେକ୍ଷା କରିଛି । ଆଜି ବୁର୍ଲା ମେଡିକାଲକୁ ମରଶରୀର ପହଞ୍ଚିବା ପରେ ଭିସୁଟ୍ର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ପହଞ୍ଚିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons