ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ: ଯବାନ ଗିରଫ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ଖାକି ପୋଷାକରେ ପୁଣି ଲାଗିଛି କଳଙ୍କର ଛିଟା । ଏଥର ବଳାକ୍ରାର ଉଦ୍ୟମ କରିବା ଅଭିଯୋଗରେ ଜଣେ ସିଆଇଏସ୍ଏଫ୍ କନଷ୍ଟେବଲ୍ ବନ୍ଧା ହୋଇଛନ୍ତି । ଚକୋଲେଟ୍ ଦେବା ବାହାନା କରି ସେ ଜଣେ ସାଢେ ଚାରି ବର୍ଷର ନାବାଳିକାଙ୍କୁ ଘରକୁ ଡାକି ତାଙ୍କୁ ବଳାକ୍ରାର ଉଦ୍ୟମ କରିଥିବା ଅଭିଯୋଗ ହେବା ପରେ ଅଭୟଚାନ୍ଦପୁର ପୁଲିସ ଅଭିଯୁକ୍ତ ଯବାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣାଟି ଘଟିଛି ଅଭୟଚାନ୍ଦପୁର ଥାନା ଅଧୀନ ସିଆଇଏସ୍ଏଫ୍ ବାରାକ୍ରେ । ସେଠାରେ ଦୀର୍ଘ ୩ ବର୍ଷ ହେବ କନଷ୍ଟେବଲ୍ ଭାବେ କାର୍ଯ୍ୟରତ ଥିବା ତାମିଲନାଡ଼ୁ ବିରୁଦ୍ଧନଗର ଜିଲ୍ଲାର ରାଜପାଲାୟମ୍ ଅଞ୍ଚଳର ଏମ୍. କାଣ୍ଡାସ୍ୱାମୀ(୪୯) ତାଙ୍କ ଘର ପାଖରେ ଥିବା ଏକ ସାଢେ ଚାରି ବର୍ଷର ନାବାଳିକାଙ୍କୁ ଅଧିକାଂଶ ସମୟରେ ଚକୋଲେଟ୍ ଦିଅନ୍ତି । ହେଲେ ଏ କଥାରେ ନାବାଳିକାଙ୍କ ମାଆଙ୍କର ସନେ୍ଦହ ହୋଇଥିଲା । କାହିଁକି ଚକୋଲେଟ୍ ଆଣୁଛୁ ବୋଲି ପଚାରିବାରୁ ଝିଅ ସବୁ କଥା କହିିଥିଲା । ଅଙ୍କଲ୍ (ଅଭିଯୁକ୍ତ) ଡାକି ଚକୋଲେଟ୍ ଦେବା ପରେ ରୁମ୍କୁ ନେଇ ଖରାପ କାମ କରନ୍ତି ବୋଲି ସେ କହିଥିଲା । ଏହାପରେ ଉକ୍ତ ପରିବାର ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ କାଣ୍ଡାସ୍ୱାମୀକୁ ଆଣି ପଚରାଉଚରା କରିଥିଲା ପୁଲିସ । ଘଟଣାକୁ କାଣ୍ଡାସ୍ୱାମୀ ମଧ୍ୟ ସ୍ୱୀକାର କରିଥିଲେ । ଏହାପରେ ଉଭୟ ନାବାଳିକା ଓ କାଣ୍ଡାସ୍ୱାମୀଙ୍କ ଡାକ୍ତରୀ ମାଇନା କରାଇଥିଲା ପୁଲିସ । ଗିରଫ କରିବା ପରେ କାଣ୍ଡାସ୍ୱାମୀକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି । ନାବାଳିକାଙ୍କୁ ସିଡବ୍ଲୁସି ଆଗରେ ହାଜର କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons