ମଝି ରାସ୍ତାରେ ଖରାପ ହେଲା ୧୬ ଚକିଆ ଟ୍ରକ୍

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ସହର ମଧ୍ୟରେ ଭାରୀଯାନ ଚଳାଚଳ କଟକଣା ରହିଛି । ମାତ୍ର ପ୍ରଶାସନର କଟକଣାକୁ ଖାତିର ନକରି ଭାରୀଯାନ ଗୁଡିକ ବ୍ୟସ୍ତବହୁଳ ସମୟରେ ସହରରେ ଚଳାଚଳ କରୁଛି । ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶନିବାର ଏକ ଭାରୀଯାନ ସହର ଭିତରକୁ ପଶି ଆସିବା ପରେ ମଝିରାସ୍ତାରେ ଯାନ୍ତ୍ରିକ ତ୍ରୃଟି ଯୋଗୁ ୩ ଘଣ୍ଟା ଅଟକି ରହିଥିଲା । ଫଳରେ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇପଡିଥିଲା ।
ଶନିବାର କେନ୍ଦୁଝର ସହରର ମୁଖ୍ୟ ରାସ୍ତାରୁ ଅଜନ୍ତା ଲଜ୍ ଗଳିକୁ ସଂଯୋଗ କରୁଥିବା ରାସ୍ତାରେ ୧୬ ଚକିଆ ଏକ ଆଳୁ ବୋଝେଇ ଟ୍ରକ୍ ପଶି ଆସିଥିଲା । କିନ୍ତୁ ମଝିରାସ୍ତାରେ ଅଚଳ ହୋଇଯିବାରୁ ୩ଘଣ୍ଟା ଧରି ଅଟକି ଟ୍ରାଫିକ ଜାମ୍ ହୋଇଥିଲା । ଅନେକ ଚେଷ୍ଟା ପରେ ଟ୍ରକ୍ ନହଟିବା ଫଳରେ କ୍ରେନ୍ ଦ୍ୱାରା ଟ୍ରକ୍କୁ ହଟାଇବାକୁ ପଡିଥିଲା । ଖୋଦ୍ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଏହି ଅଘଟଣ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ସହର ମଧ୍ୟରେ ରାତି ୧୦ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ମାଲ୍ ବୋଝେଇ ଗାଡି ଅନଲୋଡିଂ କରିବାକୁ ଆମ ପୁଲିସ ଏବଂ ପୌରପାଳିକା ପକ୍ଷରୁ ନିଦେ୍ର୍ଧଶ ରହିଛି । ମାତ୍ର କଟକଣାକୁ ଖାତିର ନକରି ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା କର୍ମଚାରୀମାନେ ଉକ୍ତ ଗାଡିକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ କିପରି ବୋଲି ପ୍ରଶ୍ନ ଉଠିଥିଲା । ଏ ଘଟଣା ପରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହର ମଧ୍ୟରେ ଭାରୀଯାନ କଟକଣାକୁ ଦୃଢ଼ ଭାବରେ ଲାଗୁ କରାଯାଉ ବୋଲି ଯୁବ ପରିଷଦ ପକ୍ଷରୁ ସଭାପତି ବରଦା ପ୍ରସନ୍ନ ଦାସ ପ୍ରଶାସନ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଆଗକୁ ଏହି ନିୟମ କଡାକଡି ପାଳନ ନକଲେ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଯୁବ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons