୫୦ ଲକ୍ଷର ବ୍ରାଉନ୍ସୁଗର ଜବତ, ୫ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ରାଇମ୍ ବ୍ରାଞ୍ଚ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏଟିଏଫ୍) ବାଲେଶ୍ୱର ଅଞ୍ଚଳରେ ପଞ୍ଝା ମାରି କୁଖ୍ୟାତ ଧଳା ଜହର ବେପାରୀ ଗୋପାଳ ଗାଁର ସେକ୍ ସିରାଜୁଦ୍ଧିନ୍ ଓରଫ ଫକିର୍ ସହ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଫକିରର ସହଯୋଗୀ ଇନ୍ଫୋସିଟି ଥାନା ଶିଖରଚଣ୍ଡି ନଗରରେ ରହୁଥିବା ସେକ୍ ସଗ୍ବା (୨୨), ଗୋପାଳ ଗାଁର ତନ୍ମୟ ସାହୁ (୨୨), ସହଦେବ ଖୁଣ୍ଟା ଥାନା ଅରଡବଜାରର ମହମ୍ମଦ୍ ସୋହେଲ ଓରଫ୍ ସବିର୍ ଅଲ୍ଲୀ ଓ ସେକ୍ ହଇବୁଲ୍ । ଏମାନଙ୍କ ଠାରୁ ୩ ଶହ ୨୪ ଗ୍ରାମ୍ ବ୍ରାଉନ୍ସୁଗର, ଗୋଟିଏ କାର୍, ୪ ଟି ବାଇକ୍ ଓ ୧ ଲକ୍ଷ ୮୪ ହଜାର ଟଙ୍କା ଜବତ କରାଯାଇଛି ବୋଲି ଏସ୍ଟିଏଫ୍ ଡିଆଇଜି ଜୟ ନାରାୟରଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଡିଆଇଜିଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୬ ତାରିଖରେ ଡିଜିପି ଶ୍ରୀ ଅଭୟଙ୍କ ନିଦେ୍ର୍ଧଶରେ ଆରମ୍ଭ ହୋଇଥିଲା ସ୍ପେଶାଲ୍ ଅପରେସନ୍ । ୬ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଆଡେ଼ ଏସ୍ଟିଏଫ୍ ଆରମ୍ଭ କରିଥିଲା ତନାଘନା । ଏସ୍ଟିଏଫ ୧୦ ଦିନ ମଧ୍ୟରେ ୧୧ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯୩ ଗ୍ରାମ୍ ବ୍ରାଉନ୍ ସୁଗର, ୯ ଲକ୍ଷ ଟଙ୍କା, ୩ ଟି ବାଇକ୍ ଜବତ କରିଥିଲା । ଏହି ସମୟରେ ଏସ୍ଟିଏଫ୍ ଏସ୍ପି ରାହୁଲ ପିଆରଙ୍କ ସ୍କାନରକୁ ଆସିଥିଲା ଫକିର । ତାକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ବ୍ଲୁ୍ୟ-ପ୍ରିଣ୍ଟ୍ । ପ୍ରଥମେ ଏସ୍ଟିଏଫ୍ ପଞ୍ଝାରେ ପଡିଥିଲା ସେକ୍ ସଗ୍ବା ତା’ପରେ ତନ୍ମୟ । ଏହି ଦୁଇ ଜଣଙ୍କୁ ଜେରା କରିବା ପରେ ଫକିର୍ କଥା ପଦାକୁ ଆସିଥିଲା । ସେ ବାଲେଶ୍ୱରରେ ରହି ଚାରିଆଡେ଼ ବ୍ରାଉନ୍ସୁଗର ପଠାଉଥିବା ଜଣାପଡିଥିଲା । ତାକୁ ଧରିବାକୁ ଏସ୍ଟିଏଫ୍ ଟିମ ବାଲେଶ୍ୱରରେ ଡେରା ପକାଇଥିଲା । ବାଲେଶ୍ୱର ପୁଲିସ୍ ସହଯୋଗରେ ଫକିର ଓ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ବ୍ରାଉନ୍ସୁଗର ଜବତ କରାଯାଇଥିଲା ବୋଲି ଡିଆଇଜି କହିଛନ୍ତି ।
ଅଧିକ ସୂଚନା ଦେଇ ଡିଆଇିଜ କହିଛନ୍ତି, ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗର ବାଲେଶ୍ୱର ଆସୁଛି । ସେଠାରୁ ରାଜ୍ୟର ବିଭିନ୍ନ ସହରକୁ ଚାଲାଣ ହେଉଛି । ଗିରଫ ୫ ଜଣଙ୍କ ଠାରୁ ଆମେ ଅଧିକ ତଥ୍ୟ ପାଇବା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବୁ । ନିଶା ମାଫିଆର ସେକ୍ ରାଜା ସହ ଏହାର କିଛି ସମ୍ପର୍କ ଅଛି ନା ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ରିମାଣ୍ଡ ସମୟରେ ସେ ବିଷୟରେ କିଛି ତଥ୍ୟ ମିଳିବ ବୋଲି ଆମେ ଆଶା ରଖିଛୁ । ସେପଟେ ଫକିରଙ୍କ ପରିବାର ଲୋକଙ୍କ ଉପରେ ଏସ୍ଟିଏଫ୍ ଓ ବାଲେଶ୍ୱର ପୁଲିସ୍ ନଜର ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons