ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା!

Get real time updates directly on you device, subscribe now.

ସମ୍ବଲପୁର, (ବି.ବି.ନୁ୍ୟଜ୍): ମାତ୍ର ୬ ଦିନ ତଳେ ସ୍ୱାମୀଙ୍କୁ ହରାଇବାର ଦୁଃଖ ହୁଏତ ତାଙ୍କ ମନରୁ ଲିଭିନଥିବ । ଆଉ ଆଜି ସେ ବି ନିଜେ ଦୁର୍ବୃତ୍ତଙ୍କ ଶିକାର ହୋଇ ଜୀବନ ହାରିବା ଘଟଣା ପୁରା ସହରରେ ଆଲୋଡ଼ନ ସୃଷ୍ଟି କରିଛି । ଅଇଁଠାପାଲି ଥାନା ବରେଇପାଲି ଛକ ନିକଟରେ ଥିବା ଏକ ଗ୍ୟାରେଜ୍ରୁ ସମ୍ପୃକ୍ତ ମହିଳାଙ୍କ କ୍ଷତ ବିକ୍ଷକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ପାରିପାଶ୍ୱିର୍କ ପରିସ୍ଥିତିରୁ ମହିଳାଙ୍କୁ ପ୍ରଥମେ ବଳାକôାର ଓ ପରେ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ଅଇଁଠାପାଲି ଥାନା ପୁଲିସ୍ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. କନୱର ବିଶାଲ ସିଂହଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକକୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ଏକ ଛୋଟ ଝିଅ ରହିଛି । ସେପଟେ ଘଟଣାରେ ପୁଲିସ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସୂଚନାନୁସାରେ ସମ୍ପୃକ୍ତ ମହିଳା କିଛି ବର୍ଷ ତଳେ ଝାରସୁଗୁଡା ଅଞ୍ଚଳରୁ ଆସି ସମ୍ବଲପୁର ବରେଇପାଲି ଅଞ୍ଚଳର ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଜରି ଗୋଟାଇ ଗୁଜୁରାଣ ମେଣ୍ଟାଉଥିଲେ । ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦୋକାନ ବାହାରେ ରାତ୍ରୀ ଯାପନ କରିଥାନ୍ତି । ୬ ଦିନ ତଳେ ତାଙ୍କ ସ୍ୱାମୀ ଜଣ୍ଡିସ ରୋଗରେ ପ୍ରାଣ ହରାଇଛନ୍ତି । ଆଜି ସକାଳୁ ସ୍ଥାନୀୟ ଗୋପାଳ ଗ୍ୟାରେଜ ନିକଟରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଇଆଇସି ଯୋଗେଶ ପଣ୍ଡା, ଅତିରିକ୍ତ ଏସ୍ପି ପି.କେ ମହାପାତ୍ର, ଏସ୍ଡିପିଓ ତପନ ମହାନ୍ତିଙ୍କ ସହ ବହୁ ବରିÂ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ୩ ଜଣିଆ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ରକ୍ତଛିଟାର ନମୂନା ସଂଗ୍ରହ କରିଥିଲେ । ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁର୍ବୃତ୍ତ ତାଙ୍କ ମୁହଁ ଉପରେ ବାଲିବସ୍ତା ପକାଇ ଦେଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଲୁହା ରଡ୍ରେ ତାଙ୍କ ମୁଣ୍ଡଙ୍କୁ ବାରମ୍ବାର ଆଘାତ କରାଯାଇଥିବା ଜଣାପଡ଼ୁଛି । ପୁଲିସ ଘଟଣା ସ୍ଥଳରୁ କମ୍ବଳ, ହଳେ ଚପଲ ସହ ଅନ୍ୟ କିଛି ସାମଗ୍ରୀ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏକ ଟିମ ଗଠନ କରାଯାଇଛି । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସୂଚନା ରହିଛି । ଏକ୍ଜିକୁ୍ୟଟିଭ ମାଜିଷ୍ଟେଟ୍ଙ୍କ ଉପସ୍ଥିତିରେ ମହିଳାଙ୍କ ମୃତ ଦେହ ସିଲ୍ କରାଯାଇ ବୁର୍ଲା ମେଡିକାଲ ବ୍ୟବଛେଦ ପାଇଁ ପଠାଯାଇଛି । ଏନେଇ ଅଇଁଠାପାଲି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons