ଗରିବ କଲ୍ୟାଣ ପାଇଁ ଏକାଠି ହୁଅନ୍ତୁ ସେଲ୍ କର୍ମଚାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସେଲ୍ର କର୍ମଚାରୀଙ୍କ ପାଇଁ ସ୍ୱୟଂସେବା ଯୋଜନା ତଥା ପୋର୍ଟାଲ “ସର୍ଭିସ’ର ଶୁଭାରମ୍ଭ କରିଛନ୍ତି । ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ‘ସର୍ଭିସ’ ଆରମ୍ଭ କରାଯାଇଥିବା ବେଳେ ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହ ରାଷ୍ଟ୍ର ନିର୍ମାଣରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ସେଲ୍ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜ ଅଧିକାର ପ୍ରତି ସତର୍କ ରହିବା ସହ ନାଗରିକଙ୍କୁ ନିଜର କର୍ତ୍ତବ୍ୟ ପ୍ରତି ମଧ୍ୟ ସମ୍ୱେଦନଶୀଳ ହୋଇ କାର୍ଯ୍ୟ କରିବା ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ତେଣୁ ଶୁଭାରମ୍ଭ ହୋଇଥିବା ‘ସର୍ଭିସ’ ଦ୍ୱାରା ସେଲ୍ କର୍ମଚାରୀମାନେ ନିଜର ସାମାଜିକ କର୍ତ୍ତବ୍ୟର ଦାୟିତ୍ୱ ନେବା ସହ ଦେଶ ନିର୍ମାଣରେ ମଧ୍ୟ ଯୋଗଦାନ ଦେବାରେ ଆଗରେ ରହିବେ । ନିଜ ରୁଚି ଆଧାରରେ ସମାଜର ଭଲ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ କର୍ମଚାରୀଙ୍କୁ ଏକତ୍ର ହେବାକୁ ଆହ୍ୱାନ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ସର୍ଭିସ ଯୋଜନା କେବଳ ସେଲ୍ର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ । ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ । ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, କନ୍ୟା ସନ୍ତାନଙ୍କ ଠାରେ ଦେଖାଯାଉଥିବା କୁପୋଷଣ କ୍ଷେତ୍ରରେ ଏହି ଯୋଜନାରେ ବିଶେଷ ଧ୍ୟାନ ଦିଆଯିବ । ସେଲ୍ ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ବିକାଶ କରାଇବା ଦିଗରେ ଏହି ଯୋଜନା ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons