ଇଣ୍ଡିଆନ ଅଏଲ-ଘାନା ଏନ୍ପିଏ ଏମ୍ଓୟୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ଓ ଘାନା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଏବଂ ଘାନାର ଜାତୀୟ ପେଟ୍ରୋଲିୟମ ପ୍ରାଧିକରଣ(ଏନ୍ପିଏ) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଇଣ୍ଡିଆନ୍ ଅଏଲର ଏଲ୍ପିଜି ପରିଚାଳନାର ମୁଖ୍ୟ ଅଧିକାରୀ ଏଲ୍କେଏସ ଚୌହ୍ୱାନ ଏବଂ ଘାନା ଏନ୍ପିଏର କାର୍ଯ୍ୟକାରୀ ମୁଖ୍ୟ ସୁଲେମାନା ତାମପୁଲିଙ୍କ ମଧ୍ୟରେ ଏହି ଏମ୍ଓୟୁ ହୋଇଛି । ପେଟ୍ରୋଲିୟମ ବିଶେଷ ଭାବେ ଏଲ୍ପିଜି କ୍ଷେତ୍ରକୁ ମଜବୁତ କରିବା ଏହି ଏମ୍ଓୟୁର ଉଦେ୍ଧଶ୍ୟ ରହିଛି ।
ଭାରତ ସରକାର ଦେଶରେ ଏଲ୍ପିଜି ନେଟ୍ୱର୍କର ସମ୍ପ୍ରସାରଣ କରି ନାଗରିକଙ୍କୁ ସ୍ୱଚ୍ଛ ଉର୍ଜ୍ଜା ପ୍ରଦାନ କରୁଛନ୍ତି । ଏହି କ୍ଷେତ୍ରରେ ଘାନା ନିଜ ଉପାୟରେ ଘରୋଇ, ବାଣିଜି୍ୟକ ଏବଂ ଶିଳ୍ପରେ ସୁରକ୍ଷିତ, ସ୍ୱଚ୍ଛ ଓ ପରିବେଶ ସହଯୋଗୀ ଏଲ୍ପିଜିର ବ୍ୟବହାର କରି ଏହାର ଚାହିଦାକୁ ବଢାଇବା ପାଇଁ ଭାରତକୁ ସହାୟତା କରିବାକୁ ଇଚ୍ଛାପ୍ରକାଶ କରିଥିଲା । ଏହି ବୁଝାମଣା ଫଳରେ ଭାରତ ଘାନାର ରାଷ୍ଟ୍ରୀୟ ଏଲ୍ପିଜି ପ୍ରୋତ୍ସାହନ ନୀତିର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସାହାଯ୍ୟ କରିବ ।
ଏହି ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଦ୍ୱାରା ଇଣ୍ଡିଆନ୍ ଅଏଲ ବିଭିନ୍ନ ଉପାୟରେ ଯଥା ଏଲ୍ପିଜି ବଟଲିଂ ପ୍ଲାଣ୍ଟ, ମୂଲ୍ୟ ନିର୍ଦ୍ଧାରଣ, ଲାଇସେନ୍ସ, ଭାଷା ଋଣନୈତିକ ଆଧାରରେ ଘାନାରେ ସ୍ୱାସ୍ଥ୍ୟର ବିକାଶ ଏବଂ ପରିବେଶକୁ ସୁରକ୍ଷା ରଖିବାରେ ସହଯୋଗ କରିବ । ଏହାସହ ନୂଆ ଏଲ୍ପିଜି ମୂଲ୍ୟ ଶୃଙ୍ଖଳାରେ ଘାନାର ଭିତ୍ତିଭୂମି କ୍ଷେତ୍ରରେ ସାହାଯ୍ୟ କରିବ । ଏହାବ୍ୟତୀତ ଘାନାର ଡାଉନଷ୍ଟ୍ରିମ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବାଣିଜି୍ୟକ ସହଯୋଗୀ ଭାବେ ଭାଗ ନେଲେ ଏହି ଏମ୍ଓୟୁ ଇଣ୍ଡିଆନ ଅଏଲକୁ ପ୍ରଶାସନିକ ସହାୟତା ମଧ୍ୟ ପ୍ରଦାନ କରିବ ।
ଇଣ୍ଡିଆନ ଅଏଲ ଏବଂ ଅନ୍ୟ ତୈଳ ବିପଣନକାରୀ କମ୍ପାନିଙ୍କ ସହଯୋଗରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସଫଳତା ହାସଲ କରିପାରିଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଏମ୍ଓୟୁ ଉଜ୍ଜ୍ୱଳା ଯୋଜନାରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ୱଚ୍ଛ ଉର୍ଜ୍ଜା ପ୍ରଦାନ କରିବା ଦିଗରେ ଏକ ସଙ୍କେତକୁ ସୂଚାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons