ରାଉରକେଲା: ରାଉରକେଲାରେ ପୁଣି ବଡ଼ ଧରଣର ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି। ଜାଲ୍ କାଗଜପତ୍ର ଓ ବ୍ୟାଙ୍କ୍ ପାସବୁକ୍ ମାଧ୍ୟମରେ ପ୍ରାୟ ୧୦୦ କୋଟି ଟଙ୍କାର ଇନପୁଟ୍ ସବ୍ସିଡି ହାତେଇଥିବା ଦୁଇ ଜଣ ଠକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ।
ଗିରଫ ଦୁଇ ବ୍ୟବସାୟୀ ହେଲେ ରାଉରକେଲାର ଅମିତ ବେରିୱାଲ ଓ ସୁବାସ ଚନ୍ଦ୍ର ସ୍ୱାଇଁ। ଏମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି। ଏହି ଦୁଇ ଠକ ଦୁଇଟି ସଂସ୍ଥା ମାଧ୍ୟମରେ ବ୍ୟବସାୟ କରୁଥିବା ବେଳେ ୨୮ ଜଣଙ୍କ ନାଁରେ ପାସବୁକ ଖୋଲି ଏମାନଙ୍କୁ ଡିଲର ଦର୍ଶାଇଥିଲେ। ଚୋରା ସ୍କ୍ରାପ୍ ବ୍ୟବସାୟକୁ ଆଇନଗତ ଦର୍ଶାଇବା ପାଇଁ ଏମାନେ ଏହି ବ୍ୟବସାୟ କରୁଥିବାରୁ ସରକାରୀ ରାଜସ୍ୱ ୧୨୩ କୋଟି ଟଙ୍କାର କ୍ଷତି ହେଉଥିଲା।
Comments are closed, but trackbacks and pingbacks are open.