ପୂର୍ବତନ ବିଧାୟକ ଅନାମ ନାୟକ ଗିରଫ

Get real time updates directly on you device, subscribe now.

ଭୁବନେଶ୍ବର : ପୂର୍ବତନ ବିଧାୟକ ଅନାମ ନାଏକ ଗରିଫ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଧାୟକଙ୍କୁ ଗରିଫ କରିଛି ଭିଜିଲାନ୍ସ। କିଛି ଦିନ ତଳେ ଅନାମଙ୍କ ଘର ସହ କିଛି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲେ । ଛାନଭିନ୍‌ ପରେ ଗୁରୁବାର ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଗତ ୧୭ ତାରିଖ ଦିନ ଭିଜିଲାନ୍ସ ଟିମ୍ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କ ଘର, ବ୍ୟବସାୟୀକ ପ୍ରତିଷ୍ଠାନ ସହ ଏକ ନିର୍ମାଣାଧୀନ ଘର ଉପରେ ଏକକାଳୀନ ଚଢାଉ କରିଥିଲେ । ନାକଟିଗୁଡା ସ୍ଥିତ ତିନିମହଲା ଘର, ଏକ ବାଣିଜ୍ୟିକ କୋଠା, ଏମ୍‌. ରାମପୁରରେ ଥିବା ଡୁପ୍ଲେକ୍ସ ଲଜ୍‌ ଏବଂ ମାର୍କେଟ କମ୍ପେକ୍ସ ଉପରେ ଭିଜିଲାନ୍ସର ଏକାଧିକ ଟିମ୍‌ ଏହି ଚଢାଉ କରିଥିଲେ
ଏହାସହ ଭବାନୀ ପାଟଣାରେ ଅନାମ ନାଏକଙ୍କ ଏକ ନିର୍ମାଣାଧୀନ ସଂପତ୍ତିର ସୁରାକ ପାଇଥିଲେ ଭିଜିଲାନ୍ସ ଟିମ୍‌। ଚଢାଉବେଳେ ପୂର୍ବତନ ବିଧାୟକଙ୍କ ଦୁଇଟି କାର, ତିନିଟି ମୋଟର ସାଇକେଲ ସହ ଆହୁରି କିଛି ସଂପତ୍ତିର ସୂଚନା ଓ ପ୍ରମାଣ ବି ଭିଜିଲାନ୍ସ ଟିମ୍‌ ହାତରେ ଲାଗିଥିଲା । ତେବେ ପୂର୍ବତନ ବିଧାୟକ ଆନାମ ନାଏକ ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗକୁ ଅସ୍ବୀକାର କରି ଆସୁଥିଲେ । ସେ ନିୟମିତ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଦର୍ଶାଇ ଏହା ତାଙ୍କ ବିରୋଧରେ ଏକ ଷଡୟନ୍ତ୍ର ବୋଲି କହିଥିଲେ ।
ତେବେ ବ୍ୟାପକ ଛାନଭିନ୍‌ ସହ ପ୍ରମାଣ ଯୋଗାଡ ପରେ ଭିଜିଲାନ୍ସ ଟିମ୍‌ ଗୁରୁବାର ଅନାମ ନାଏକଙ୍କୁ ଗିରଫ କରିଛି । ଅନାମ ନାଏକ ୨୦୧୪ ବିଧାନସଭା ନିର୍ବାଚନରେ୍ ଭବାନୀପାଟଣା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ରେ ତାଙ୍କୁ ଦଳ ପ୍ରାର୍ଥୀ କରି ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons