କଟକ ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Get real time updates directly on you device, subscribe now.

କଟକ : କଟକ ସହରକୁ ଆହୁରି ସବୁଜ ସୁନ୍ଦର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ମହାନଦୀର ହାଡ଼ିଆପଠାରେ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ମେଡ଼ିକାଲର ସଂପ୍ରସାରଣର ନକ୍ସା ଦେଖିଛନ୍ତି । ଏହା ସହ ଏସସିବି ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ସମୟରେ କଟକ ସହର ଚତୁଃପାଶ୍ୱରେ ଥିବା ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ନେଇ ଘୋଷଣା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଏସସିବି ମେଡିକାଲର ସଂପ୍ରସାରଣ ଏବଂ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ ।

କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରକଳ୍ପ ହେବ । ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜ କରଣ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯିବ । ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍‍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ।

ଏଥିପାଇଁ ୨୫ ଏକର ଜମି ଅଧିଗ୍ରହଣ କରାଯିବ । ଫେବୃୟାରୀ ୨୮ ତାରିଖ ସୁଦ୍ଧା ଅଧିଗ୍ରହଣ କାର୍ୟ୍ୟ ସରିବ । ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ୟ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons