ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ଅଧରେ ଘଟିଛି ବଡ ଧରଣର ଅଘଟଣ । ଟର୍ମିନାଲ-୧ରୁ ଟର୍ମିନାଲ ୨କୁ ସଂଯୋଗ କରୁଥିବା ଲିଙ୍କ୍ ବିଲ୍ଡିଂର ଛାତ ଭୁଶୁଡ଼ି ଯାଇଛି । ଏଥିରେ ୨ ଜଣ ନିଖୋଜ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ଗାଡି ଚାଳକ ଖେଙ୍କାନାଳର ନବ କିଶୋର ସ୍ୱାଇଁ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁ ୨ ଜଣ ଭିତରେ ଫସି ରହିଥିଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଯାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ । ତାଙ୍କ ଶରୀର ଉପରେ ସିମେଣ୍ଟ ଖଣ୍ଡ ସହ ରଡ଼ ଓ ବାଲି ମଧ୍ୟ ପଡି ରହିଥିଲା । ଯେଉଁଥି ପାଇଁ ତାଙ୍କର ମୃତୁ୍ୟ ହୋଇଥିଲା । ସେହିଭଳି ଅନ୍ୟ ଜଣେ ଆହତ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରମିକଙ୍କ ମୃତୁ୍ୟ ପାଇଁ ଦାୟୀ କି? ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଠିକା ସଂସ୍ଥା । କାରଣ ରାତିରେ ବିନା ସୁରକ୍ଷାରେ କିଭଳି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଗଲା ଓ ଏଥିପାଇଁ କିଏ ଅନୁମତି ଦେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଏହାଛଡ଼ା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମାଲିକ ଯେଉଁଭଳି ବେପରୁଆ ବୟାନ ଦେବା ସହ ଦୁର୍ଘଟଣା ପାଇଁ ଶ୍ରମିକଙ୍କୁ ଦାୟୀ କରିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ । ଏପରିକି ଏହି ଘଟଣାରେ ବିମାନ ବନ୍ଦର କର୍ତ୍ତୃପକ୍ଷ ମୁହଁ ନ ଖୋଲିବା କେଉଁଠି ନା କେଉଁଠି ତାଙ୍କ ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଏହା ଛଡ଼ା ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ଦୁର୍ଘଟଣା ହୋଇନାହିଁ ତ ସେ ଦିଗକୁ ମଧ୍ୟ ଅଙ୍ଗୁଳି ଉଠିଛି ।
ତେଣୁ ଏହି ଘଟଣାର ଯାଞ୍ଚ କରି କଡ଼ା କାର୍ଯ୍ୟାନୁÂାନ ନେବାକୁ ଉଠିଛି ଦାବି । ସବୁଠାରୁ ଚିନ୍ତାର ବିଷୟ ହେଲା ଭୁଶୁଡ଼ି ପଡିଥିବା ପ୍ରାୟ ୮ ହଜାର ବର୍ଗ ଫୁଟ୍ କଂକ୍ରିଟ ଛାତ ତଳେ ୧୫ ଜଣ ଶ୍ରମିକ କାମ କରୁଥିଳେ ନା’ ଅଧିକ ଥିଲେ ସେ ସମ୍ପର୍କରେ କାହା ପାଖରେ କିଛି ତଥ୍ୟ ନାହିଁ । ୧୦ଟି ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଟର୍ମିନାଲ୍ ୧ ଏବଂ ୨କୁ ସଂଯୋଗ କରୁଥିବା ଲିଙ୍କ୍ ବିଲ୍ଡିଂ କାମ ଗତ ୩ ମାସ ହେବ ଚାଲିଛି । ୮ହଜାର ବର୍ଗ ଫୁଟ କଂକ୍ରିଟ୍ ଛାତ ପଡୁଥିଲା । ୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ୧୮ ମାସ ଭିତରେ ସାରିବାକୁ ଲକ୍ଷ୍ୟ ଥିଲା ।

ପ୍ରଥମ ପର୍ଯ୍ୟାୟ ଛାତ ପଡି ସାରିଥିଲା ବେଳେ ଶୁକ୍ରବାର ସକାଳୁ ଦ୍ୱିତୀୟ ପର୍ଯ୍ୟାୟ ଛାତ କାମ ଆରମ୍ଭ ହୋଇଥିଲା । ରାତି ପ୍ରାୟ ସାଢେ଼ ୧୧ ଟା ବେଳେ କଂଗ୍ରିଟ୍ ପଡୁଥିବା ବେଳେ ୩ ଜଣ ଶ୍ରମିକ ବହ୍ଲା ଯାଞ୍ଚ କରିବାକୁ ଛାତ ତଳକୁ ଯାଇଥିଲେ । ଏହି ସମୟରେ ଛାତ ଭୁଶୁଡ଼ି ପଡିଥିଲା । ୩ ଜଣ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣ ଉଦ୍ଧାର ହୋଇଛନ୍ତି । ଭିତରେ ଥିବା ଆଉ ଜଣେ ଶ୍ରମିକ ନିଖୋଜ ଅଛନ୍ତି ବୋଲି ଅନ୍ୟ ଶ୍ରମିକମାନେ ପ୍ରକାଶ କରିଛନ୍ତି ।
ତେବେ ବାସ୍ତବରେ କେତେ ଶ୍ରମିକ ଏହି ଦୁର୍ଘଟଣା ବେଳେ ଛାତ ତଳେ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୁଲିସ, ଅଗ୍ନିଶମ ଅଧିକାରୀ, ବିମାନ ବନ୍ଦର କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଏହି ଘଟଣା ପରେ ଠିକାଦାର ଦିଲ୍ଲୀପ ଖଟେଇ କହିଛନ୍ତି ନିର୍ମାଣ କାର୍ଯ୍ୟରେ କିଛି ତ୍ରୁଟି ଘଟିଛି ।
ଦୁର୍ଘଟଣା ପ୍ରକୃତ କାରଣ କଣ ସେ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ । ଭୁଶୁଡି ପଡିଥିବା ଛାତ ତଳେ ଜଣେ ଶ୍ରମିକ ଚାପି ହୋଇ ରହିଛନ୍ତି ବୋଲି ସେ ସ୍ୱୀକାର କରିଛନ୍ତି । ବହ କଥା ହେଲା ଛାତ ଭୁଶୁଡିବା ପରେ ଏତେ ଜୋରରେ ଶଦ୍ଧ ହୋଇଥିଲା ଯେ ବିମାନ ବନ୍ଦରରେ ଥିବା ଲୋକ ଭୟଭୀତ ହୋଇ ଏଣେ ତେଣେ ଧାଇଁଥିଲେ ।
ବିମାନ ବନ୍ଦର ଭିତରେ ଓ ବାହାରେ ଆତଙ୍କ ଖେଳି ଯାଇଥିଲା । କିଛି ସମୟ ପରେ ଜଣାପଡିଥିଲା ଛାତ ଭୁଶୁଡିଛି । ଏତେ ବଡ଼ ଛାତ ଭୁଶୁଡିବା ପରେ ଘଟଣା ସ୍ଥଳରେ ଥିବା ଉଦ୍ଧାରକାରୀ ଦଳ କେଉଁଠୁ କାର୍ଯ୍ୟ ଆରମ୍ଭ କରିବେ ସେ ବିଷୟରେ କିଛି ଜାଣି ପାରି ନଥିଲେ । ଅଗ୍ନିଶମ ଟିମ୍ ପାଣି ମାଡ଼ କରି କଂକ୍ରିଟ୍କୁ ସଫା କରୁଛନ୍ତି ।

ଓଡ୍ରାଫ୍ ଟିମ୍ ଗ୍ୟାସ୍ କଟର ମାଧ୍ୟମରେ ଲୁହା ରଡ଼ କାଟୁଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସଚିବ ପ୍ରଦୀପ ଜେନା ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
Comments are closed, but trackbacks and pingbacks are open.