ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଧୀନ ଖମାରିସାହି ଗ୍ରାମ ନିକଟ ପାହାଡ଼ରୁ ଦୁଇ ଯୁବକ ଯୁବତୀଙ୍କ ଗଳିତ ଶବ ଶନିବାର ଠାବ ହୋଇଛି । ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ । ରିପୋର୍ଟ ଲେଖାଯିବା ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରିନଥିବା ରା.ଉଦୟଗିରି ଏସ୍ଡିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ଘଟଣାସ୍ଥଳ ନିକଟରୁ ପୁଲିସ ଏକ ବ୍ୟାଗ୍, କିଛି ଲୁଗାପଟା, ବିଷ ବୋତଲ ଆଦି ଜବତ କରିଛି । ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନେ୍ଦହ କରାଯାଉଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ସ୍ପଷ୍ଟ ହୋଇପାରିବ ବୋଲି ଏସ୍ଡିପିଓ କହିଛନ୍ତି ।
ପୁଲିସ ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନରେ ଖମାରିସାହିର କେତେକ ଲୋକ ପାହାଡ଼କୁ କୌଣସି କାମରେ ଯାଇଥିଲେ । ଗୋଟିଏ ଗଛରେ ଦୁଇ ଜଣଙ୍କ ଗଳିତ ମୃତଦେହ ଝୁଲୁଥିବା ସେମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ରା.ଉଦୟଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକ ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ଶବ ପ୍ରାୟ ନଷ୍ଟ ହୋଇଯାଇଛି । ତେଣୁ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରାଥମିକ ପର୍ଯ୍ୟାୟରେ ମିଳିବା ବି କଷ୍ଟ ହୋଇପଡ଼ିଛି । ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ପୁଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ଏହି ଘଟଣାରେ ପୁଲିସ କେସ୍ ନମ୍ବର ୧/୨୦୨୦ (ଅପମୃତୁ୍ୟ ମାମଲା) ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.