ଖୋର୍ଦ୍ଧା: ପିଲା କଳିକୁ ନେଇ ଏସିଡ୍ ମାଡ଼। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଜଣେ ନାବାଳକ ତାର ସହପାଠିନୀକୁ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ସଂପୃକ୍ତ ନାବାଳକକୁ ଅଟକ ରଖି ପଚରା ଉଚରା କରୁଛି।
ନାବାଳିକା ପୀଡ଼ିତାକୁ ପ୍ରଥମେ ଟାଙ୍ଗୀ ଡାକ୍ତରଖାନା ଏବଂ ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଉଭଟେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବଡ଼ପାରୀ ନୋଡାଲ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ। ଆଜି ସାଧାରଣତନ୍ତ୍ର ଦିବସରେ ସ୍କୁଲରେ ପଚାକା ଉତ୍ତୋଳନ ପରେ ଉଭୟେ ସ୍ଥାନୀୟ ବ୍ରଜ ଗୋପୀକା ଧାମ ବୁଲିବାକୁ ଯାଇଥିବା ବେଳେ ସେଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
Comments are closed, but trackbacks and pingbacks are open.