ମହାମାରୀ ହେଉଛିି କରୋନା

Get real time updates directly on you device, subscribe now.

ବେଜିଂ: ଚୀନରେ ମହାମାରୀ ରୂପ ନେଉଛି ‘କରୋନା’ ଭାଇରସ୍ । ଏ ପର୍ଯ୍ୟନ୍ତ ୮୧ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୭ ଶହ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି । କିନ୍ତୁ ବେସରକାରୀ ଭାବେ ଅଭିଯୋଗ ହେଉଛି କି ୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି ଏବଂ ସରକାର ପ୍ରକୃତ ତଥ୍ୟ ଗଣମାଧ୍ୟମକୁ ଦେଉନାହାନ୍ତି ।
କରୋନା ଭାଇରସ ଯୋଗୁ ଚୀନ୍ରେ ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଉଛି । ଦେଶର ୧୮ଟି ସହରକୁ ଅଚଳ କରିଦିଆଯାଇଛି । ଏହି ସହରଗୁଡ଼ିକରେ ସ୍କୁଲ, କଲେଜ, ହୋଟେଲ, ଦୋକାନବଜାର, ସପିଙ୍ଗ୍ ମଲ, ସିନେମା ହଲ, ପର୍ଯ୍ୟଟନ ସ୍ଥଳୀ , ସାଂସ୍କୃତିକ କେନ୍ଦ୍ର ଆଦିକୁ ବନ୍ଦ କରିଦିଆଯାଇଛି । ଯାତାୟାତ ବ୍ୟବସ୍ଥା ପୂରା ଅଚଳ ରହିଛି । ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ଏକଟକଣା ଯୋଗୁ ଉକ୍ତ ସହରଗୁଡ଼ିକର ପ୍ରାୟ ୬ କୋଟି ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହି ଭାଇରସର ପ୍ରଭାବକୁ ରୋକିବା ଲକ୍ଷ୍ୟରେ ଚୀନ୍ ସରକାର ସମଗ୍ର ଦେଶରେ ନୂଆବର୍ଷ ପାଳନ ପାଇଁ ଉଦ୍ଧିଷ୍ଟ ଛୁଟିକୁ ଫେବ୍ରୁଆରୀ ୯ ଯାଏଁ ବଢ଼ାଇ ଦେଇଛନ୍ତି । ଶିକ୍ଷାନୁÂାନଗୁଡିକୁ ଆସନ୍ତା ମାସ ୧୭ ତାରିଖ ଯାଏଁ ବନ୍ଦ ରଖିବାକୁ ନିଦେ୍ର୍ଧଶ ଜାରି କରାଯାଇଛି । ୫୦୦୦ରୁ ଉଦ୍ଧ୍ୱର୍ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାର ଆଶଙ୍କା କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।
ଚୀନ୍ ବ୍ୟତୀତ ବିଶ୍ୱର ଆଉ ୧୫ଟି ଦେଶରେ ଏହି ଭାଇରସର ସନ୍ଧାନ କରାଗଲାଣି । ଆମେରିକାରେ ୫ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗୋଲିଆ ଓ କାନାଡ଼ାରେ ଜଣେ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏତଦ୍ବ୍ୟତୀତ, ମାଲେସିଆ, ବ୍ରିଟେନ, ଫ୍ରାନ୍ସ, ଭିଏତ୍ନାମ, ସିଙ୍ଗାପୁର, ଅଷ୍ଟେ୍ରଲିଆ, ନେପାଳ ଏବଂ ଅନ୍ୟ କେତେକ ଦେଶରେ ଏହି ଭାଇରସର ସନ୍ଧାନ ମିଳିଲାଣି । ଏହାକୁ ଦୃଷ୍ଟିରେ ରଖି ଆମେରିକା, ଜାପାନ ସମେତ ଅନେକ ଦେଶ ୱୁହାନ ଏବଂ ଚୀନ୍ର ଅନ୍ୟ ଭାଗରୁ ନିଜର ଲୋକଙ୍କୁ ସ୍ୱଦେଶ ଫେରାଇନେବା ସକାଶେ ପଦକ୍ଷେପ ନେଉଛନ୍ତି । ସେଠାରେ ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ଲାଗି ଏକ ବୋଇଂ ବିମାନକୁ ପ୍ରସ୍ତୁତ କରି ରଖାଯାଇଛି । ଜର୍ମାନୀ, ଇସ୍ରାଏଲ ଭଳି କିଛି ଦେଶ ମଧ୍ୟ ନିଜର ନାଗରିକମାନଙ୍କୁ ଏବେ ଚୀନ୍ ଗସ୍ତରେ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟରେ, ହଂକଂ ଏବଂ ବ୍ରିଟେନ ସମେତ ବିଭିନ୍ନ ଦେଶର ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି କି କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ଏକ ମହାମାରୀର ରୂପ ନେଇପାରେ । ଏହା ଯେତିକି ତୀବ୍ର ଗତିରେ ବ୍ୟାପୁଛି, ତାହାକୁ ଦେଖି ସେମାନେ ଏପ୍ରକାର ଆକଳନ କରିଛନ୍ତି ଏବଂ ଏହାର ସମ୍ମୁଖୀନ ହେବା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଚୀନ୍ର ବିଶେଷଜ୍ଞମାନେ କହିଛନ୍ତି ଯେ ଜଣେ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛି ବୋଲି ସ୍ପଷ୍ଟ ହେବା ପୂର୍ବରୁ ସେ ଆଉ କିଛି ଲୋକଙ୍କୁ ଏହା ଦ୍ୱାରା ଆକ୍ରାନ୍ତ କରାଇ ସାରିଥିବ । ବ୍ରିଟେନର କିଛି ଗବେଷକ କହିଛନ୍ତି ଯେ ଏ ପ୍ରକାର ଜଣେ ରୋଗୀ ଅତିକମରେ ଦୁଇରୁ ତିନି ଜଣ ଲୋକଙ୍କୁ ଏଥିରେ ଆକ୍ରାନ୍ତ କରାଇବ ।
ରବିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଚୀନ୍ର ୱୁହାନ ସହର( ଯେଉଁଠି ପ୍ରଥମେ ଏହି ଭାଇରସ ଦେଖାଦେଇଥିଲା)ର ଜଣେ ନର୍ସ କହୁଛନ୍ତି କି ୱୁହାନ ଏବଂ ଅନ୍ୟ ଭାଗରେ ପ୍ରାୟ ୯୦,୦୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି । ମୁହଁରେ ମାସ୍କ( ମୁଖା) ପିନ୍ଧିଥିବା ନର୍ସ ଜଣକ କହୁଛନ୍ତି ଯେ ମୁଁ ସେହି ଅଞ୍ଚଳରେ ରହୁଛି ଯେଉଁଠାରେ ଏହି ରୋଗ ଅତି ସାଂଘାତିକ ରୂପ ଧାରଣ କରିଛି । ୱୁହାନ ଓ ଆଖପାଖ ସହରରେ ୯୦ ହଜାରରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇସାରିଲେଣି । ସେ ମଧ୍ୟ ଉକ୍ତ ଭିଡିଓରେ ସାଧାରଣ ଲୋକଙ୍କୁ ସବୁବେଳେ ମାସ୍କ ପିନ୍ଧିବା ସହିତ ବାହାରକୁ ନବାହାରିବା ପାଇଁ ନିବେଦନ କରୁଛନ୍ତି । ଏହି ଭିଡିଓକୁ ପରେ ଡିଲିଟ୍ କରିଦିଆଯାଇଛି କିନ୍ତୁ ଏହାକୁ କେବଳ ୟୁଟୁ୍ୟବରେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଦେଖିଥିଲେ ।
ଉକ୍ତ ନର୍ସଙ୍କ ଦାବି ସହିତ ତାଳ ମିଳାଇ ବ୍ରିଟେନର କିଛି ଗବେଷକ ମଧ୍ୟ ସମାନ କଥା କହିଛନ୍ତି । ବ୍ରିଟେନର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଭାଇରସ ଦ୍ୱାରା ଚୀନ୍ରେ ଏପର୍ଯ୍ୟନ୍ତ ୧ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି ବୋଲି ସେମାନେ ଆକଳନ କରୁଛନ୍ତି । ଏହା ପୂର୍ବରୁ ବ୍ରିଟେନ ଓ ଆମେରିକାର କିଛି ଗବେଷକ ଆକଳନ କରିଥିଲେ ଯେ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କେବଳ ଚୀନ୍ର ୱୁହାନ ସହରରେ ସାଢେ଼ ତିନି ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେବେ । ଚୀନ୍ରେ ସରକାର ବହୁ ତଥ୍ୟ ଲୁଚାଇଥାନ୍ତି ବୋଲି ପୂର୍ବରୁ ସମସ୍ତଙ୍କୁ ଜଣାଅଛି । ତେଣୁ କରୋନା ଭାଇରସ ସମ୍ପର୍କିତ ତଥ୍ୟ ବି ସିଏ ଚାପି ଦେଉଛନ୍ତି ବୋଲି କୁହାଯାଉଛି । କାରଣ ଏପରି ନକଲେ ଚୀନ୍ର ପରିସ୍ଥିତି ଆହୁରି ଉଦ୍ବେଗଜନକ ବୋଲି ସମସ୍ତେ ମନେ କରିବେ । ଏହାଯୋଗୁ ତା’ର ଅର୍ଥନୀତି ବି ପ୍ରଭାବିତ ହେବ ।
ଆଉ ଏକ ଘଟଣାକ୍ରମରେ, ୱୁହାନ ସହରର ମେୟର ରବିବାର ସ୍ୱୀକାର କରିଛନ୍ତି ଯେ ପ୍ରଶାସନ କରୋନା ଭାଇରସ ସହ ସମ୍ପର୍କିତ ଅନେକ ତଥ୍ୟ ଲୁଚାଇଛି ଏବଂ ଠିକ୍ ସମୟରେ ଏହାକୁ ସାର୍ବଜନୀନ କରିନାହିଁ । ସେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ୱୁହାନ ସହରକୁ ଅଚଳ କରାଯିବା ପୂର୍ବରୁ ସେଠାରୁ ପ୍ରାୟ ୫ ଲକ୍ଷ ଲୋକ ଅନ୍ୟତ୍ର ପଳାଇଛନ୍ତି ।
ତେବେ ଚୀନ୍ରେ ୧ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାର ଦାବିକୁ ଆଖି ଆଗରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏକ ଜରୁରୀ ବୈଠକ ଡକାଯାଇଛି ଏବଂ ଏହା ଯେପରି ସମଗ୍ର ବିଶ୍ୱରେ ମହାମାରୀର ରୂପ ନ ନିଏ ତାହା ଉପରେ ଉକ୍ତ ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଉଛି । ସଂଗଠନର ମୁଖ୍ୟ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ନେଇ ଆଲୋଚନା ସକାଶେ ରବିବାର ଚୀନ୍ ଗସ୍ତରେ ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons