ନୂଆଦିଲ୍ଲୀ: ‘ଆମର ପଡେ଼ାଶୀ ଦେଶ ୩-୩ଟି ଯୁଦ୍ଧରେ ଆମଠାରୁ ହାରିସାରିଛି । ଆମ ସେନା ଚାହିଁଲେ ପୁଣିଥରେ ତାକୁ ହରାଇବାକୁ ୧୦-୧୨ଦିନରୁ ଅଧିକ ସମୟ ଲାଗିବ ନାହିଁ । ନୂଆଦିଲ୍ଲୀରେ ମଙ୍ଗଳବାର ଆୟୋଜିତ ଏନ୍ସିସି କ୍ୟାଡେଟ୍ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ମୋଦି ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଉପରେ ମଧ୍ୟ ଖୁବ୍ ବର୍ଷିଥିଲେ । କହିଥିଲେ ପୂର୍ବ ସରକାରଙ୍କର ଏକ ଐତିହାସିକ ଭୁଲ ସୁଧାରିବା ଉଦେ୍ଧଶ୍ୟରେ ସିଏଏ ପ୍ରଣୟନ କରାଯାଇଛି ।
ପଡୋଶୀ ଦେଶ ପାକିସ୍ତାନର ନାମ ନ ନେଇ ମୋଦି କହିଥିଲେ ଯେ ଆମେ ଜାଣିଛୁ ଆମ ପଡେ଼ାଶୀ ଦେଶ ବହୁ ଦଶକ ଧରି ଆମ ବିରୋଧରେ ଛାୟା ଯୁଦ୍ଧ ଚଲାଇଛି । ଯେଉଁଥିରେ ଆମର ଅନେକ ନାଗରିକଙ୍କର ମୃତୁ୍ୟ ହୋଇଛି । ଅନେକ ଯବାନ ସହିଦ ହେଉଛନ୍ତି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ଆମ ବିରୋଧରେ ଯୁଦ୍ଧ ଲଢ଼ି ସେମାନେ ୩-୩ ଥର ହାରିସାରିଛନ୍ତି । ତାଙ୍କୁ ଧୂଳି ଚଟେଇବାକୁ ଆମ ସେନାକୁ ୧୦ରୁ ୧୨ ଦିନ ସମୟ ଲାଗିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩୦ ବର୍ଷ ଧରି ବାୟୁସେନାରେ ଗୋଟିଏ ହେଲେ ନୂଆ ଆଧୁନିକ ଯୁଦ୍ଧବିମାନ ସାମିଲ କରାଯାଇନଥିଲା । ପୁରୁଣା ଯୁଦ୍ଧ ବିମାନ ବ୍ୟବହାର କରାଯିବା ଦ୍ୱାରା ସେଗୁଡିକ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଥିଲା । ଯାହାଫଳରେ ଅକାଳରେ ଆମର ଯବାନମାନଙ୍କ ଜୀବନ ଚାଲିଯାଉଥିଲା । ୩୦ ବର୍ଷ ଧରି ପଡିରହିଥିବା କାମକୁ ଆମ ସରକାର ଶେଷ କରିଥିଲା । ବର୍ତ୍ତମାନ ଦେଶ ହାତକୁ ନେକ୍ସଟ ଜେନେରେସନ ଲଢ଼ୁଆ ବିମାନ ‘ରାଫେଲ’ ଆସିଛି ।
ସେହିଭଳି ସିଏଏ ଓ ଏନ୍ଆର୍ସି (ଜାତୀୟ ନାଗରିକ ପଞ୍ଜିକା)କୁ ନେଇ ଗୁଜବ ପ୍ରଚାର ଦ୍ୱାରା ଦେଶବ୍ୟାପୀ ଦେଖାଯାଇଥିବା ଆନେ୍ଦାଳନ ପ୍ରସଙ୍ଗରେ ମୋଦି ଆଲୋକପାତ କରିଥିଲେ । କହିଥିଲେ ଗୁଜବ ପ୍ରଚାର କରୁଥିବା ଲୋକ ଏହା ବୁଝିବା ଦରକାର ମୁଁ ନିଜ ପ୍ରତିÂା ପାଇଁ ଜନ୍ମ ହୋଇନାହିଁ । ଦେଶର ପ୍ରତିÂା ହିଁ ମୋ ପାଇଁ ସବୁକିଛି । ଆମ ସରକାର ଅତୀତର ସରକାରର ପୁରୁଣା ସମସ୍ୟାଗୁଡ଼ିକର ସମାଧାନ କରୁଛି । କିନ୍ତୁ ଲୋକମାନେ ଏହାକୁ ସାମ୍ପ୍ରଦାୟିକତାର ଆଖ୍ୟା ଦେଉଛନ୍ତି । ସେଭଳି ଲୋକମାନଙ୍କର ପ୍ରକୃତ ଚେହେରା ଦେଶବାସୀ ଦେଖିସାରିଥିବା ମୋଦି ପ୍ରକାଶ କରିଥିଲେ ।
ଏହି ଅବସରରେ ମୋଦି କଂଗ୍ରେସ ଉପରେ ମଧ୍ୟ ଖୁବ୍ ବର୍ଷିଥିଲେ । କହିଥିଲେ, ଆତଙ୍କବାଦ, ବିସ୍ଫୋରଣ ଆଦି ଆଇନଗତ ସମସ୍ୟା ବୋଲି ପୂର୍ବବର୍ତ୍ତୀ ସରକାର ଭାବିଥିଲା । ଫଳରେ ସେମାନଙ୍କ ଉପରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଯେତେଥର ଆମ ସେନା ଅନୁମତି ମାଗିଲା ସେମାନଙ୍କୁ ମନା କରାଯାଉଥିଲା । ଯାହାର ପରିଣାମ ସ୍ୱରୂପ ଭାରତ ମାତା ଲହୁଲୂହାଣ ହୋଇଚାଲିଲା । କିନ୍ତୁ ବର୍ତ୍ତମାନର ସରକାର ଯୁବ ଇଚ୍ଛା ତଥା ଯୁବ ମନ ସହ ଦେଶକୁ ଆଗକୁ ବଢ଼ାଉଥିବା କାରଣରୁ ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ତାଙ୍କ ଘରେ ପଶି ଏୟାର ଷ୍ଟ୍ରାଇକ, ସର୍ଜିକାଲ ଷ୍ଟ୍ରାଇକ କରାଯାଉଥିବା ମୋଦି ପ୍ରକାଶ କରିଥିଲେ । କଂଗ୍ରେସ ସରକାର ଅଳ୍ପସଂଖ୍ୟକଙ୍କୁ ନାଗରିକତା ଦେବ ବୋଲି କହି ନିଜ ପ୍ରତିଶ୍ରୁତି ଭୁଲି ଯାଉଛି । ଭୋଟ ବ୍ୟାଙ୍କ ଉଦେ୍ଧଶ୍ୟରେ ରାଜନୀତି କରିବା ପାଇଁ କଂଗ୍ରେସ ଏଭଳି କରୁଛି ।
ବସପା ମୁଖ୍ୟ ମାୟାବତୀଙ୍କ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଖୁବ୍ ବର୍ଷିଥିଲେ । କହିଥିଲେ, କିଛି ଲୋକ ନିଜକୁ ଦଳିତଙ୍କ ନେତା ବୋଲି ଦାବି କରନ୍ତି । କିନ୍ତୁ ସେମାନେ ପାକିସ୍ତାନରେ ଅତ୍ୟାଚାର ଶିକାର ହୋଇ ଭାରତ ଚାଲି ଆସିଥିବା ଦଳିତମାନଙ୍କୁ ଭୁଲି ଯାଇଥାନ୍ତି । କେବଳ ଜମ୍ମୁ-କାଶ୍ମୀର ନୁହେଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଶାନ୍ତିପୂର୍ଣ୍ଣ ସ୍ଥିତି ରହିଥିବା ମୋଦି ଦାବି କରିଥିଲେ । ବର୍ଷବର୍ଷ ଧରି ଅଣଦେଖା ହୋଇଆସୁଥିବା ଉତ୍ତର-ପୂର୍ବ ଭାରତ ପ୍ରତି ତାଙ୍କ ସରକାର ମଧ୍ୟ ସ୍ୱତନ୍ତ୍ର ଭାବେ ନଜର ରଖିଥିବା ସେ ପ୍ରକାଶ କରିଥିଲେ ।
ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମଧ୍ୟ ମୋଦି ଆଲୋକପାତ କରିଥିଲେ । କହିଥିଲେ ଧାରା ୩୭୦ ଅସ୍ଥାୟୀ ଭାବେ ଲାଗୁ କରାଯାଇଥିଲା । କିନ୍ତୁ ପୂର୍ବ ସରକାର ଏହାର ଉଚ୍ଛେଦ କରିବାକୁ ସାହସ କରିନଥିଲା । କିନ୍ତୁ ବର୍ତ୍ତମାନର ସରକାର କାଶ୍ମୀର ସମସ୍ୟାକୁ ନେଇ ଚିନ୍ତିତ । ଫଳରେ ୩୭୦ ଉଚ୍ଛେଦ ହେଲା । ଏହି ଅବସରରେ ମୋଦି ପ୍ରଶ୍ନ କରି କହିଥିଲେ ଯେ, ଆତଙ୍କବାଦୀମାନେ କାଶ୍ମୀରକୁ ଧ୍ୱଂସ କରିଦେଲେ । କାଶ୍ମୀର ପଣ୍ଡିତମାନଙ୍କୁ ଘରୁ ବାହର କରିଦେଲେ । ଆମେ କ’ଣ କାଶ୍ମୀରକୁ ଏଭଳି ଭାବେ ଛାଡ଼ି ଦେଇଥାନ୍ତୁ?
Comments are closed, but trackbacks and pingbacks are open.