ନର୍ସ ରୁପାଲି ହତ୍ୟାକାଣ୍ଡର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ନର୍ସ ନିହାରିକା ପାତ୍ର (ରୁପାଲି) ହତ୍ୟାକାଣ୍ଡ ମାମଲାର ଚୂଡାନ୍ତ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି ବିରିଡ଼ି ପୁଲିସ । ଧାର୍ଯ୍ୟ ସମୟ ୧୨୦ ଦିନର ପୂର୍ବରୁ, ଗତ ଜାନୁଆରୀ ୧୪ ରେ ପୁଲିସ ପକ୍ଷରୁ କୋର୍ଟରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ୧୩୦ ପୃÂା ସମ୍ବଳିତ ଚାର୍ଜସିଟ୍ ଦାଖଲ କରାଯାଇଛି । ଆରମ୍ଭରେ ଚାର୍ଜସିଟ୍ ଏସ୍ଡିଜେଏମ୍ଙ୍କ କୋର୍ଟରେ ଦାଖଲ କରାଯାଇଥିଲା । ଏବେ ମାମଲାଟି ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ କୋର୍ଟକୁ ସ୍ଥାନାନ୍ତର ହୋଇସାରିଛି । ଅଦ୍ୟାବଧି ଏହି ମାମଲାରେ ଚାର୍ଜଫ୍ରେମ୍ ହୋଇନଥିବା ବେଳେ ଆଜି ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିରିଡ଼ି ଥାନା ହାଜିପୁର ନୂଆସାହି(ପାତ୍ରସାହି)ର କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାକୁ ହାଜର କରାଯାଇଥିଲା । ଖୁବ୍ ଶୀଘ୍ର ମାମଲାରେ ଚାର୍ଜଫ୍ରେମ୍ କରାଯିବ ବୋଲି ସୂଚନା ମିଳିଛି ।
ମାମଲାରେ ପୁଲିସ ପକ୍ଷରୁ ୬୪ ଜଣଙ୍କୁ ସାକ୍ଷୀ ରଖାଯାଇଛି । ଏଥିସହ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଚାର୍ଜସିଟ୍ରେ ସିସିଟିଭି ଫୁଟେଜ୍ ରହିଥିବା ଉଲ୍ଲେଖ କରାଯାଇଛି । କଟକ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ଗଳିରୁ ସଂଗୃହୀତ ଏହି ସିସିଟିଭି ଫୁଟେଜ୍ରେ ଅଭିଯୁକ୍ତ ରାଜା ଏକ ଅଖାରେ ନିହାରିକାଙ୍କ ମୃତଦେହ ଭର୍ତ୍ତି କରି ହାଜିପୁର ଅଭିମୁଖେ ଆସୁଥିବାର ପ୍ରମାଣ ରହିଛି । ଏହାସହ ଯେଉଁ ଭଡ଼ା ଘରେ ନିହାରିକାଙ୍କ ମୃତୁ୍ୟ ଘଟିଥଲା, ଉକ୍ତ ଘରୁ ଜବତ ହୋଇଥିବା କନ୍ଥାକୁ ପୁଲିସ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଚାର୍ଜସିଟ୍ରେ ଦର୍ଶାଇଛି । କେବଳ ସେତିକି ନୁହେଁ ଭଡ଼ା ଘରକୁ ଯିବା ପୂର୍ବରୁ ନିହାରିକାଙ୍କୁ କଟକସ୍ଥିତ ଏକ ଘରୋଇ ନର୍ସିଂହୋମରୁ ରାଜା ନିଜ ବାଇକ୍ରେ ବସାଇ ଆଣୁଥିବାର ସାକ୍ଷୀ ମଧ୍ୟ ପୁଲିସ ଯୋଗାଡ଼ କରିଥିବା କୋର୍ଟକୁ ଚାର୍ଜସିଟ୍ ଜରିଆରେ ଅବଗତ କରିଛି । ଏତଦ୍ଭିନ୍ନ ଉକ୍ତ ଭଡ଼ା ଘରେ ରହୁଥିବା ରାଜାର ବନ୍ଧୁ କେନ୍ଦାଳର ସୁନିଲ ସାହୁଙ୍କ ବୟାନ ମଧ୍ୟ ପୁଲିସ ସଂଗ୍ରହ କରିବା ସହ କିଭଳି ଭାବେ ବିନୋଦ କୁମାର ବେହେରାଙ୍କ ଜରିଆରେ ରାଜା ହାତରେ ଭଡ଼ା ଘରର ଚାବି ପହଞ୍ଚିଥିଲା ସେ ସମ୍ବନ୍ଧରେ ଚାର୍ଜସିଟ୍ରେ ପୁଲିସ ପକ୍ଷରୁ ବିସ୍ତୃତ ବିବରଣୀ କୋର୍ଟଙ୍କୁ ଅବଗତ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି ।
ମୃତ ନିହାରିକାଙ୍କ ମା’ ପ୍ରତିମା ପାତ୍ର, ବାପା ଗଗନ ପାତ୍ରଙ୍କ ସମେତ ସସ୍ମିତା ପାତ୍ର, ଜଗନ୍ନାଥ ଦାସ, ମନୋଜ ପାତ୍ର, ସାବିତ୍ରୀ ସାହୁ, ଘରୋଇ ନର୍ସିଂହୋମ୍ର ମ୍ୟାନେଜର ଅସିତ୍ କୁମାର ପରିଜାଙ୍କୁ ମିଶାଇ ମାମଲାରେ ମୋଟ ୬୪ ଜଣ ସାକ୍ଷୀ ରହିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏହାଛଡ଼ା ମାମଲାରେ ତଥ୍ୟ ଭିତ୍ତିକ ପ୍ରମାଣ ଭାବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । କଟକ ଏଫ୍ଏମ୍ଟିରେ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଶ୍ୱାସରୁଦ୍ଧ ହେବା ଯୋଗୁଁ ନିହାରିକାଙ୍କ ମୃତୁ୍ୟ ଘଟିଥିବା ଚାର୍ଜସିଟ୍ରେ ଦର୍ଶାଯାଇଛି । ଏତଲା ଓ ଛାନ୍ଭିନ୍ରେ ଲାଗିଥିବା ପ୍ରମାଣ ଅନୁସାରେ ପୁଲିସ ପକ୍ଷରୁ ଅଭିଯୁକ୍ତ ରାଜା ବିରୋଧରେ ଦଫା ୩୭୬(ବଳାକôାର), ୩୦୨(ହତ୍ୟା) ଓ ୨୦୧(ପ୍ରମାଣ ନଷ୍ଟ) ରୁଜୁ କରାଯାଇଛି । ତେବେ ବିଲୁଆଖାଇ ନଈରେ ନିହାରିକା ବ୍ୟବହାର କରୁଥିବା ମୋବାଇଲ ଫୋନ୍ ଓ ଭ୍ୟାନିଟି ବ୍ୟାଗ୍ ସହ ପିନ୍ଧା ଚପଲକୁ ଅଭିଯୁକ୍ତ ଫିଙ୍ଗି ଦେଇଥିବାରୁ ତାହା ପୁଲିସ ହାତରେ ଲାଗିପାରି ନଥିଲା, ଯାହାକି ବଡ଼ ପ୍ରମାଣ ରହିଥିଲା । ତଥାପି ଭଡ଼ା ଘରୁ ନିହାରିକା ବ୍ୟବହାର କରୁଥିବା ଏକ କାନଫୁଲ ପୁଲିସ ହାତରେ ଲାଗିଥିଲା, ଯାହା ଚାର୍ଜସିଟ୍କୁ ଶକ୍ତିଶାଳୀ କରିଥିବା ପୁଲିସ ପକ୍ଷରୁ ଦାବି କରାଯାଇଛି । ସୂଚନା ଥାଉ କି, କଟକର ଏକ ଘରୋଇ ନର୍ସିଂହୋମ୍ରୁ ନିଖୋଜ ରହିଥିବା ନର୍ସ ନିହାରିକା ପାତ୍ରଙ୍କ ଗଳିତ ମୃତଦେହ ବିରିଡ଼ି ନୂଆପାରୀର ବିଲୁଆଖାଈ ନଦୀ ପଠାରୁ ୨୦୧୯ ସେପ୍ଟେମ୍ବର ୧୭ ତାରିଖ ଦିନ ଉଦ୍ଧାର କରାଯାଇଥିଲା । ପରେ ବିରିଡ଼ି ପୁଲିସ ପକ୍ଷରୁ ଖୋଳତାଡ଼ କରାଯାଇ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ତଥା ରୁପାଲିଙ୍କ ପ୍ରେମିକ ରାଜାକୁ ଗିରଫ କରାଯାଇଥିଲା । ରାଜା ହିଁ ପୂରା ଘଟଣାର ମାଷ୍ଟର୍ମାଇଣ୍ଡ୍ ହେବା ସହ ହତ୍ୟା ପରେ ଚେନ୍ନାଇ ଫେରାର ହୋଇଯାଇଥିଲା । ରାଜା ଗିରଫ ପରେ ପୁଲିସ ପକ୍ଷରୁ ପୂରା ଘଟଣାର ଡେମୋ କଟକରେ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons