ଭାରତର ଚମକ୍ରାର ବିଜୟ

Get real time updates directly on you device, subscribe now.

ହାମିଲଟନ୍: ନୁ୍ୟଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯାଇଥିବା ସିରିଜର ତୃତୀୟ ଟି-ଟ୍ୱେଣ୍ଟି ବେଶ୍ ରୋମାଞ୍ଚକର ହୋଇଥିଲା । ସୁପର ଓଭର ହିଁ ଖେଳର ଫଳାଫଳ ନିର୍ଣ୍ଣୟ କରିଥିଲା । ମ୍ୟାଚ୍ ‘ଟାଇ’ ରହିବା ପରେ ସୁପର ଓଭରରେ ନୁ୍ୟଜିଲାଣ୍ଡ ପକ୍ଷରୁ ୱିଲାମସନ ଓ ମାର୍ଟିନ ଗୁପତିଲ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଜଶପ୍ରୀତ ବୁମରାଙ୍କ ଓଭରରେ ୧୭ ରନ୍ ସଂଗ୍ରହ କରିଥିଲା ନୁ୍ୟଜିଲାଣ୍ଡ ।
ଜବାବରେ ‘ହିଟ୍ ମ୍ୟାନ’ ରୋହିତ ଶର୍ମା ଓ ଲୋକେଶ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ । ଦର୍ଶକ ବେଶ ଉତ୍ସାହିତ ଥିଲେ । ବିଶ୍ୱାସ ବି ରଖିଥିଲେ ରୋହିତ କିଛି ଚମକ୍ରାର କରି ଦେଖାଇବେ । ପ୍ରଥମ ବଲ୍ରେ ରୋହିତ ୨ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ବଲ୍ରୁ ୧ ରନ୍ ବାହାରିଥିଲା । ଦର୍ଶକ ଟିକିଏ ମାନ୍ଦା ପଡ଼ି ଯାଇଥିଲେ । ମାତ୍ର ତୃତୀୟ ବଲ୍ରେ ରାହୁଲ ଗୋଟିଏ ଚୌକା ମାରିବା ପରେ ଦର୍ଶକ ପୁଣି ଉତ୍ସାହିତ ହୋଇ ପଡ଼ିଥିଲେ ।
ଚତୁର୍ଥ ବଲ୍ରେ ୧ ରନ୍ ସେ ସଂଗ୍ରହ ହୋଇଥିଲା । ପ୍ରଥମ ୪ଟି ବଲ୍ରେ ଭାରତର ସ୍କୋର ୮ ରନ୍ ଥିଲା । ଶେଷ ୨ଟି ବଲ୍ରେ ୧୦ ରନ୍ ଆବଶ୍ୟକ ଥିଲା । ଏଭଳି ସ୍ଥିତିରେ ସମସ୍ତେ ନିରବି ଯାଇଥିଲେ । କ’ଣ ହେବ? ସତରେ କ’ଣ ରୋହିତ ବିଦେଶ ମାଟିରେ କିଛି ଚମକ୍ରାର କରି ଦେଖାଇ ପାରିବେ? ଶେଷରେ ଟିମ୍ ସାଉଦିଙ୍କ ଶେଷ ଦୁଇ ବଲକୁ ୨ଟି ବିଶାଳ ଛକା ମାରି ନୁ୍ୟଜିଲାଣ୍ଡଠୁ ବିଜୟ ଛଡ଼ାଇ ଆଣିଥିଲେ ରୋହିତ ।
ଦିନିକିଆ ବିଶ୍ୱକପ୍ର ଫାଇନାଲ ପରେ ଆଜି ଆଉ ଏକ ରୋମାଞ୍ଚକର ସୁପର ଓଭରର ସାମ୍ନା କରିଥିଲା ନୁ୍ୟଜିଲାଣ୍ଡ । କିନ୍ତୁ ପୁଣି ଦଳକୁ ନିରାଶ ହେବାକୁ ପଡ଼ିଥିଲା । ସୁପର ଓଭରରେ ବିଜୟୀ ହୋଇ ଭାରତ ୩-୦ରେ ସିରିଜ୍ କବ୍ଜା କରି ନେଇଛି । ସିରିଜର ଆଉ ୨ଟି ମ୍ୟାଚ୍ ଖେଳାଯିବାକୁ ବାକି ରହିଛି । ଅର୍ଦ୍ଧଶତକ ସାଙ୍ଗକୁ ସୁପର ଓଭରରେ ଦଳକୁ ଜିତାଇ ଥିବାରୁ ରୋହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ନୁ୍ୟଜିଲାଣ୍ଡରେ ଭାରତର ଏହା ପ୍ରଥମ ଟି-ଟ୍ୱେଣ୍ଟି ସିରିଜ ବିଜୟ ।
ଆଜି ତୃତୀୟ ଟି-ଟ୍ୱେଣ୍ଟିର ୨୦ତମ ଓଭରରେ ଘରୋଇ ଦଳକୁ ବିଜୟ ପାଇଁ ୯ ରନ୍ ଆବଶ୍ୟକ ହେଉଥିଲା । ମହମ୍ମଦ ସାମିଙ୍କ ଏହି ଓଭରର ପ୍ରଥମ ୨ଟି ବଲ୍ରେ ୭ ରନ୍ ସଂଗୃହୀତ ହୋଇଥିଲା । ବିଜୟ ପାଇଁ ଶେଷ ୪ଟି ବଲ୍ରେ ୨ ରନ୍ ଆବଶ୍ୟକ ଥିଲା । ତୃତୀୟ ବଲ୍ରେ ୱିଲାମସନଙ୍କୁ ଆଉଟ୍ କରିଥିଲେ ସାମି । ଚତୁର୍ଥ ବଲ୍ରେ ରନ୍ ହୋଇ ନଥିଲା । ପଞ୍ଚମ ବଲ୍ରେ ୧ ରନ୍ ବାହାରିଥିଲା । ଶେଷ ବଲ୍ରେ ନୁ୍ୟଜିଳାଣ୍ଡକୁ ବିଜୟ ପାଇଁ ୧ ରନ୍ ଆବଶ୍ୟକ ଥିଲା । ସମ୍ନାରେ ଥିଲେ ଟେଲର । ସାମି ଏହି ବଲ୍ରେ ଟେଲରଙ୍କୁ ବୋଲ୍ଡ କରିଥିଲେ । ମ୍ୟାଚ୍ ‘ଟାଇ’ ହୋଇଥିଲା ।
ସେଡନ ପାର୍କରେ ଅନୁÂିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୧୭୯ ରନ୍ ସଂଗ୍ରହ କରିଥିଲା । ଜବାବରେ କେନ ୱିଲାମସନଙ୍କ ବିସ୍ଫୋରକ ୯୫ ରନ୍ ବଳରେ ନୁ୍ୟଜିଲାଣ୍ଡ ୬/୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons