ଗୋଟା ବ୍ୟାରେଜ୍କୁ ଖସିଲା କାର୍:ଦୁଇ ମୃତ, ୩ ଗୁରୁତର

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଆନ୍ଧ୍ରପ୍ରଦେଶର ହିରମଣ୍ଡଳମ ନିକଟ ଗୋଟା ବ୍ୟାରେଜ୍ ମଧ୍ୟକୁ ଏକ କାର୍ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଅଞ୍ଚଳର ଏନ୍ଭିଏସ୍ ପ୍ରବୀଣ (୩୨) ଏବଂ ଖମାମ ଅଞ୍ଚଳର ବି.ଚନ୍ଦ୍ର (୪୫) । ଆହତମାନେ ହେଲେ କାକିନାଡ଼ା ଅଞ୍ଚଳର ଏସ୍.ପ୍ରବୀଣ, ବୋବିଲି ଅଞ୍ଚଳର ଏସ୍.ମହେଶ୍ୱର ରାଓ ଏବଂ ମଗୋଲତୁରୁ ଅଞ୍ଚଳର ପିଭି ଗିରି ପ୍ରସାଦ ବୋଲି ଜଣାପଡ଼ିଛି । ହିରମଣ୍ଡଳମ ପୁଲିସ ଘଟଣାସ୍ଥଳରେ ପହଞ୍ଚô ସମସ୍ତଙ୍କୁ ଉଦ୍ଧାର କରିଛି । ଏହାସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷେ ଆହତଙ୍କୁ ଚିକିତ୍ସା ପାଇଁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ପୁଲିସ କହିଛି ।
ପୁଲିସ ସୂଚନା ଅନୁଯାୟୀ, ଏହି ୫ ଜଣ କରମଣ୍ଡଳ ଫର୍ଟିଲାଇଜର୍ କମ୍ପାନୀରେ କାମ କରନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜଣେ ସାଙ୍ଗର ବାହାଘରରେ ଯୋଗଦେବା ପାଇଁ ଆସିଥିଲେ । ଗୁରୁବାର ରାତିରେ ସେମାନେ ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୧୨ଟା ବେଳେ ଏଭଳି ଘଟଣା ଘଟିଥିଲା । ତେବେ ବ୍ୟାରେଜ୍ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ଖବର ଦେବାପରେ ସେମାନେ ଆସି ପାଣିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ୨ ଜଣଙ୍କ ମୃତୁ୍ୟ ହୋଇସାରିଥିଲା । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ତୁରନ୍ତ ଆହତଙ୍କୁ ଚିକିତ୍ସା ପାଇଁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା । ମୃତଦେହ ଗୁଡିକୁ ମଧ୍ୟ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପାଣି ଭିତରେ ରହିଥିବା କାର୍କୁ ଉଦ୍ଧାର କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ହିରମଣ୍ଡଳମ ଥାନାଧିକାରୀ ଗୋବିନ୍ଦ ରାଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons