ସ୍ୱାସ୍ଥ୍ୟ ପାଇଁ ୬୯,୦୦୦ କୋଟି ଟଙ୍କାର ବ୍ୟୟବରାଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ ଭଲ ରହିଲେ ରୋଜଗାର ବଢ଼ିବ ଏବଂ ଦେଶର ଅର୍ଥନୀତି ସମୃଦ୍ଧ ହେବ । ଏଭଳି ଲକ୍ଷ୍ୟ ନେଇ ମୋଦି ସରକାର ବଜେଟ୍ ୨୦୨୦-୨୧ରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୯,୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୬,୪୦୦ କୋଟି ଟଙ୍କା ସାମିଲ ରହିଛି । ସରକାରଙ୍କ ଫ୍ଲାଗ୍ସିପ୍ ସ୍କିମ୍ ଆୟୁଷ୍ମାନ ଭାରତକୁ ସମ୍ପ୍ରସାଣ ପାଇଁ ଘୋଷଣା କରାଯାଇଛି । ଏହାଦ୍ୱାରା ଟିଅର୍-୧ ଓ ଟିଅର୍-୨ ସହରଗୁଡ଼ିକରେ ଅଧିକରୁ ଅଧିକ ଆୟୁଷ୍ମାନ ହସ୍ପିଟାଲ୍ ଖୋଲିବ । ପ୍ରତି ଜିଲ୍ଲାରେ ଏଭଳି ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତାବ ରହିଛି । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଡାକ୍ତରୀ ଉପକରଣରୁ ଆୟ ହେଉଥିବା ଟିକସକୁ ସରକାର ହସ୍ପିଟାଲ ନିର୍ମାଣରେ ବ୍ୟୟ କରିବେ । ଯେଉଁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ଭିତ୍ତିଭୂମିର ଅଭାବ ରହିଛି, ତାହା ଉପରେ ଫୋକସ୍ କରାଯିବ । ତେବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ୬,୦୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି । ଏହି ଯୋଜନା ସହ ୨୦,୦୦୦ରୁ ଅଧିକ ହସ୍ପିଟାଲ ଯୋଡ଼ି ହୋଇଥିବା ଜଣାପଡ଼ିଛି ।
ସବୁ ଜିଲ୍ଲାରେ ଜନୌଷଧି କେନ୍ଦ୍ର
୨୦୨୪ ସୁଦ୍ଧା ସବୁ ଜିଲ୍ଲାରେ ଜନ ଔଷଧି କେନ୍ଦ୍ର ନିର୍ମାଣ କରାଯିବ । ଏହି ହସ୍ପିଟାଲଗୁଡ଼ିକରେ ୨,୦୦୦ ଔଷଧ ଏବଂ ଅସ୍ତେ୍ରାପଚାର ସୁବିଧା ମିଳିବ । ବର୍ତ୍ତମାନ ଦେଶରେ ପାଖାପାଖି ୬,୦୦୦ ଜନ ଔଷଧି କେନ୍ଦ୍ର ରହିଛି । ଅଧିକ ଜନ ଔଷଧି କେନ୍ଦ୍ର ଖୋଲି ସରକାର ସମସ୍ତଙ୍କ ପାଇଁ ସୁଲଭ ତଥା ଗୁଣଯୁକ୍ତ ଔଷଧ ଉପଲବ୍ଧ କରବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଦ୍ୱାରା ବିଶେଷକରି ଗରିବ ଓ ଅବହେଳିତ ବର୍ଗର ଲୋକମାନେ ଉପକୃତ ହେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons