ଓଡ଼ିଶା ସର୍ବାଧିକ ଲାଭ ପାଇବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭ ଉଠାଇବେ । ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସଂଖ୍ୟା ଢେର୍ ଅଧିକ ଥିବାରୁ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ଅଧିକ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ଏହି ବଜେଟରେ ଘୋଷଣା କରାଯାଇଥିବା ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଓଡ଼ିଶାରେ ଦୁଇଗୁଣା କରାଯିବ । ଯୁବକମାନଙ୍କର ସାମୁଦ୍ରିକ ବ୍ୟବସାୟରେ ଭାଗିଦାରିତା ବଢାଇବାକୁ “ସାଗରମିତ୍ର’ ଭଳି କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି । ଦେଶର ଗ୍ରାମପଞ୍ଚାୟତଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଯୋଡାଯିବ । ଏହାଦ୍ୱାରା ସରକାରୀ ସୁବିଧାରୁ ବଂଚିତ ସାଧାରଣ ତଥା ଗରିବ ଶ୍ରେଣୀର ଲୋକ ବେଶୀ ଲାଭ ପାଇବେ । ସେହିପରି ପ୍ରତି ଗାଁରେ କୃଷି ଆଧାରିତ ବଜାର ବ୍ୟବସ୍ଥା ତିଆରି କରିବା, ଶୀତଳଭଣ୍ଡାର ବ୍ୟବସ୍ଥାକୁ ବଢାଇବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ପଛୁଆ ରାଜ୍ୟଗୁଡ଼ିକର ବିକାଶକୁ ମୋଦି ସରକାର ବଜେଟରେ ପ୍ରାଥମିକତା ଦେଇଥିବାରୁ ଓଡିଶା ଭଳି ରାଜ୍ୟ ଢେର ଲାଭ ପାଇବ ବୋଲି ଧର୍ମେନ୍ଦ୍ର ମତ ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons