ସବୁ ବର୍ଗର ଆକାଂକ୍ଷା ପୂରଣ କରିବ: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷଠାରୁ ମହାକାଶ ଗବେଷଣା ପର୍ଯ୍ୟନ୍ତ ଦେଶର ବିକାଶ ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ବଜେଟରେ ଧ୍ୟାନ ଦିଆଯାଇଛି । ଏହି ବଜେଟ ଦେଶର ସବୁ ବର୍ଗର ଲୋକଙ୍କ ଆଶା ଓ ଆକା„ାକୁ ପୂରଣ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
୨୦୨୦-୨୧ ବଜେଟ ନେଇ ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମଧ୍ୟମ ବର୍ଗର ଲୋକଙ୍କ ପାଇଁ ଆୟକର ସୀମାକୁ କମାଇବା ଏହି ବଜେଟର ଏକ ବଡ଼ ଉପଲବ୍ଧି । ବର୍ଷକୁ ୫ ଲକ୍ଷ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କ ଆୟକରର ବିଭିନ୍ନ ସ୍ଲାବରେ ୧୦% ରିହାତି ଦିଆଯାଇଛି । ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିÂା ନେଇ ବଜେଟରେ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ସେବାରେ ପଛୁଆ ଥିବା ଓଡ଼ିଶା ଭଳି ରାଜ୍ୟ ଏହି ଘୋଷଣାରେ ବେଶ୍ ଉପକୃତ ହେବ । ସେହିପରି ଦେଶରେ ୧୫୦ ଇଞ୍ଜିନିୟରିଂ କଲେଜ ପ୍ରତିÂା ହେବ । ଗ୍ରାମାଞ୍ଚଳରେ ପ୍ରତି ଘରକୁ ପାଇପ୍ ଯୋଗେ ପିଇବା ପାଣି ଦେବା ପାଇଁ ବଜେଟରେ ୩.୬ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ଗ୍ରାମାଞ୍ଚଳରେ ମାତ୍ର ୫% ପରିବାର ପାଇପ ଯୋଗେ ପିଇବା ପାଣି ପାଉଛନ୍ତି । ତେଣୁ ଏହି ବଜେଟ ଓଡିଶା ପାଇଁ ବରଦାନ ଭଳି ହେବ । ମାଛ ଚାଷର ବିକାଶ ପାଇଁ ବଜେଟରେ ଧ୍ୟାନ ଦିଆଯାଇଛି । ଓଡ଼ିଶାରେ ବିଶାଳ ଜଳ ସମ୍ପଦ ରହିଛି, ତେଣୁ ରାଜ୍ୟକୁ ଏହାର ବଡ଼ ଲାଭ ମିଳିବ ।
ସମୀର କହିଛନ୍ତି, କୁପୋଷଣ ଓ ଅପପୁଷ୍ଟି ଦୂରୀକରଣ ପାଇଁ ୩୫,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ଓଡ଼ିଶା ବେଶ୍ ଉପକୃତ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅର୍ଥ ବରାଦ ବଢ଼ିଛି । ମୋଦିଙ୍କର ପ୍ରଥମ ପାଳି ସରକାର ଦେଶର ଗରିବ, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଥିଲା । କଂଗ୍ରେସ ୭୦ ବର୍ଷରେ ଯାହା କରିପାରିନଥିଲା, ମୋଦି ସରକାର ପ୍ରଥମ ୫ ବର୍ଷ ଶାସନରେ କରିଛନ୍ତି । ଏବେ ଦ୍ୱିତୀୟ ପାଳିର ୫ ବର୍ଷ ହେଉଛି ଆକା„ାର ୫ ବର୍ଷ । ଦେଶର ସବୁ ବର୍ଗର ଲୋକମାନଙ୍କ ଆଶା ପୂରଣ କରିବା ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons