ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୧୨ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୧୨ ରେ ପୂର୍ବାଞ୍ଚଳ ପରିଷଦର ବୈଠକ ଭୁବନେଶ୍ୱରରେ ବସିବ । ଏ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହ ଯୋଗ ଦେବେ । ଏହାସହ ଶ୍ରୀ ଶାହ ରାଜ୍ୟ ବିଜେପିର ଏକ କର୍ମକର୍ତ୍ତା ସମ୍ମିଳନୀରେ ମଧ୍ୟ ଯୋଗ ଦେଇ ମନ୍ତ୍ର ଫୁଙ୍କିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।
୨୯ ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ ବସିବାକୁ ଯାଉଛି । ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏ ବୈଠକ ବସିବାକୁ ଆପାତତଃ ସ୍ଥିର ହୋଇଥିଲା ବେଳେ ଆସାମ, ପଶ୍ଚିମବଙ୍ଗ, ସିକିମ୍, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଇନ ଶୃଙ୍ଖଳା ସହ ବିଭିନ୍ନ ସମସ୍ୟା ସଂପର୍କରେ ଏ ବୈଠକରେ ଆଲୋଚନା ହେବ ।
Comments are closed, but trackbacks and pingbacks are open.