ମାଉଣ୍ଟ ମୋଙ୍ଗନୁଇ: ଟି-ଟ୍ୱେଣ୍ଟି କ୍ରିକେଟ୍ ଇତିହାସରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍ ଜିତି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଅନୁÂିତ ଅନ୍ତିମ ମୁକାବିଲାରେ ଭାରତ ୭ ରନ୍ରେ ଘରୋଇ ନୁ୍ୟଜିଲାଣ୍ଡକୁ ହରାଇଥିଲା । ବିରାଟ କୋହଲିଙ୍କ ଅନୁପସ୍ଥିତି ଓ ରୋହିତ ଶର୍ମାଙ୍କ ଆହତ ସମସ୍ୟା ସତ୍ତେ୍ୱ ଭାରତୀୟ ଦଳକୁ ବଳିÂ ନେତୃତ୍ୱର ଆବଶ୍ୟକତା ନଥିବା ପ୍ରମାଣିତ ହୋଇଥିଲା । ଦଳଗତ ପ୍ରଦର୍ଶନ ଓ ପେସ ବାହିନୀର ଶୃଙ୍ଖଳିତ ବୋଲିଂ ବଳରେ ଭାରତର ବିଜୟ ସହଜ ହୋଇଥିଲା ।
ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ ରୋମାଞ୍ଚର ଶୀଖର ଛୁଇଁଥିଲା । ପ୍ରତ୍ୟେକ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା । ବିଶେଷ କରି ତୃତୀୟ ଓ ଚତୁର୍ଥ ମ୍ୟାଚ୍ରେ ସୁପର ଓଭର ଫଳାଫଳ ନିର୍ଣ୍ଣୟ କରିଥିଲା । ଅନ୍ତିମ ମ୍ୟାଚ୍ରେ ଉଭୟ ଦଳର ଅଧିନାୟକ ନଥିଲେ । ତଥାପି ଶେଷ ବଲ୍ ପର୍ଯ୍ୟନ୍ତ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୩/୧୬୩ ରନ୍ କରିଥିଲା । ଜବାବରେ ନୁ୍ୟଜିଲାଣ୍ଡ ୯ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ସିରିଜ୍ରେ ମୋଟ୍ ୨୨୪ ରନ୍ କରିଥିବା ଲୋକେଶ ରାହୁଲ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଥିଲେ ।
ବିରାଟ କୋହଲିଙ୍କୁ ବିଶ୍ରାମ ମିଳିଥିବାରୁ ଦଳର ନେତୃତ୍ୱ ନେଉଥିବା ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଲୋକେଶ ରାହୁଲଙ୍କ ସହ ପାଳି ଆରମ୍ଭ କରିଥିବା ସଞ୍ଜୁ ସାମସନ ପୁଣି ଥରେ ବିଫଳ ହୋଇଥିଲେ । ସେ ମାତ୍ର ୨ ରନ୍ କରି ପାଭିଲିୟନ ଫେରିଥିଲେ । ୩ନମ୍ବର ସ୍ଥାନରେ ବ୍ୟାଟିଂ କରବାକୁ ଆସିଥିବା ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ରାହୁଲଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୯୬ରେ ପହଞ୍ଚାଇଥିଲେ । ରାହୁଲ ୩୩ଟି ବଲ୍ରୁ ୪୫(୪ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ରୋହିତ ୪୧ଟି ବଲରୁ ୬୦(୩ଚୌକା, ୩ଛକା) ରନ କରିଥିବା ବେଳେ ଆହତ ହୋଇ ପାଭିଲିୟନ ଲେଉଟିଥିଲେ । ଅନ୍ତିମ ଭାଗରେ ଶ୍ରେୟାସ ଆୟର ଅପରାଜିତ ୩୩(୧ଚୌକା ୨ଛକା) ଓ ମନୀଷ ପାଣ୍ଡେ ଅପରାଜିତ ୧୧(୧ଚୌକା ୧ଛକା) ରନ୍ କରିବାରୁ ଦଳୀୟ ସ୍କୋର ୩/୧୬୩ରେ ପହଞ୍ଚିଥିଲା ।
ଜବାବରେ ନୁ୍ୟଜିଲାଣ୍ଡ ୧୭ରନ୍ରେ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ୧୦୦ତମ ମ୍ୟାଚ୍ ଖେଳୁଥିବା ରସ ଟେଲର ଓ ଟିମ୍ ସାଇଫର୍ଟ ବିସ୍ଫୋରକ ବ୍ୟାଟିଂ କରି ଚତୁର୍ଥ ୱିକେଟ୍ରେ ୯୯ ରନ୍ ଯୋଗ କରିଥିଲେ । ଦଳର ବିଜୟ ଆଶା ଉଜ୍ଜ୍ୱଳ ରହିଥିଲା । ସାଇଫର୍ଟ(୫୦)ଙ୍କୁ ନବଦୀପ ସାଇନି ଆଉଟ୍ କରି ବାଜି ପଲଟାଇ ଦେଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ କ୍ରିଜ୍ରେ ତିÂି ପାରି ନଥିଲେ । ଶେଷରେ ନୁ୍ୟଜିଲାଣ୍ଡର ସ୍କୋର ୯/୧୫୬ରେ ଅଟକି ଯାଇଥିଲା । ଭାରତ ପକ୍ଷରୁ ଜଶପ୍ରୀତ ବୁମରା ୧୨ ରନ୍ରେ ୩ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା ।
Comments are closed, but trackbacks and pingbacks are open.