ଅତିରିକ୍ତ ତହସିଲଦାର, ଆରଆଇଙ୍କୁ କାର୍ଯ୍ୟାଳୟରେ ବାଲି ମାଫିଆଙ୍କ ଆକ୍ରମଣ

Get real time updates directly on you device, subscribe now.

ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ଓ ମଞ୍ଜୁରୀରୋଡ଼ ରାଜସ୍ୱ ନିରୀକ୍ଷକ ରାମନାରାୟଣ ସାମଲଙ୍କୁ ବାଲିମାଫିଆମାନେ ସରକାରୀ କାର୍ଯ୍ୟାଳୟ ପରିସରରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଛନ୍ତି ।
ସୋମବାର ସକାଳେ ମଞ୍ଜୁରୀରୋଡ଼ ରାଜସ୍ୱ ନିରୀକ୍ଷକ ଶ୍ରୀ ସାମଲ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଅନ୍ତର୍ଗତ ବୈତରଣୀ ନଦୀବନ୍ଧର ବିରିଡ଼ି ଘାଟ ଉପରେ ବେଆଇନ ବାଲି ପରିବହନ କରୁଥିବା ଦୁଇ ଟ୍ରାକ୍ଟରକୁ ଜବତ କରି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆଣିବାକୁ କହିଥିଲେ । ମାତ୍ର ସଂପୃକ୍ତ ଦୁଇ ଟ୍ରାକ୍ଟର ଡାଲାରେ ଲୋଡ ଥି୍ବା ବାଲିକୁ ସେହିଠାରେ ଢ଼ାଳିଦେଇ ଖସିଯିବାକୁ ଉଦ୍ୟମ କରିଥିଲେ । ରାଜସ୍ୱ ନିରୀକ୍ଷକ ଫଟୋ ଉଠାଇ କାର୍ଯ୍ୟାଳୟକୁ ଫେରି ଆସିଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ସ୍ୱାଇଁ ସାରୋ ଗ୍ରାମରୁ କାର୍ଯ୍ୟସାରି ମଧ୍ୟାହ୍ନ୍ନରେ ମଞ୍ଜରୀରୋଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ରାଜସ୍ୱ ନିରୀକ୍ଷକ ବାଲିଗାଡ଼ି ଜବତ ସମ୍ପର୍କରେ ସୂଚିତ କରି ବାଲି ଢ଼ଳା ଯାଇଥିବା ସ୍ଥାନକୁ ଅନୁଧ୍ୟାନ କରିବାକୁ ଯାଇ ଫେରି ଆସିଥିଲେ । କାର୍ଯ୍ୟାନୁÂାନ ହେବାକୁ ଯାଉଥିବା ଦେଖି ବାଲି ମାଫିଆମାନେ ସଂଘବଦ୍ଧ ହୋଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜସ୍ୱ ନିରୀକ୍ଷକ ଶ୍ରୀ ସାମଲ ଓ ଅତିରିକ୍ତ ତହସିଲଦାର ଶ୍ରୀ ସ୍ୱାଇଁଙ୍କୁ ଧମକ ଦେଇ ଗାଳିଗୁଲଜ କରିଥିଲେ । ଅତିରିକ୍ତ ତହସିଲଦାର ଥାନାଧିକାରିଣୀ ଓ ତହସିଲଦାରଙ୍କୁ ସଙ୍ଗେ ସଙ୍ଗେ ଜଣାଇ ଗେଟ ତାଲା ପକାଇ ଦେଇଥିଲେ । ସ୍ୱଳ୍ପ ସମୟ ବ୍ୟବଧାନରେ ବାଲିମାଫିଆମାନେ ପାଚେରୀ ଡେଇଁ ଠେଙ୍ଗା ଓ ରଡ଼ ସହାୟତାରେ ଉଭୟଙ୍କୁ କାର୍ଯ୍ୟାଳୟ ଭିତରେ ଆକ୍ରମଣ କରିଥିଲେ । ଏହାସହ କାର୍ଯ୍ୟାଳୟକୁ ଭାଙ୍ଗି ପକାଇଥିଲେ । ଗୁରୁତର ଆହତ ହୋଇଥିବା ଉଭୟ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇ ପଳାଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ଉଦ୍ଧାର କରି ମଞ୍ଜୁରୀରୋଡ଼ ଫାଣ୍ଡି ଓ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରିଥିଲା । ତହସିଲ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅଭିଯୋଗ କରାଯାଇ ନଥି୍ବା ଜଣାଯାଇଛି । କ୍ରମାଗତ ଭାବେ ବୈତରଣୀ ନଦୀର ବାଲିକୁ ଲୁଟ୍ କରି ପରିବେଶକୁ ବିପର୍ଯ୍ୟସ୍ତ କରିପକାଇଥିବା ବାଲିମାଫିମାନଙ୍କ ଦୌରାମ୍ୟ ଚରମ ସୀମାରେ ପହଞ୍ଚି୍ଛି । ଭଣ୍ଡାରିପୋଖରୀ ପୁଲିସର ବାଲିମାଫିଆଙ୍କ ସହ ମଧୁଚନ୍ଦ୍ରିକା ଓ ଜିଲ୍ଲା ପ୍ରଶାସନର ଉଦାସୀନତାର ଏହା କୁଫଳ ବୋଲି ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons