ଓୟୁଏଟି କୁକୁଡ଼ା ଫାର୍ମ ସିଲ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମକୁ ସିଲ୍ କରାଯାଇଛି । ପ୍ରାଣୀ ସମ୍ପଦ ନିଦେ୍ର୍ଧଶକ ରତ୍ନାକର ରାଉତ ନିଜ ଟିମ୍ ସହ ଓୟୁଏଟିରେ ପହଞ୍ଚି ଫାର୍ମକୁ ସିଲ୍ କରିବା ସହ ଲାଲ୍ ପତାକା ଲଗାଇଛନ୍ତି । ବର୍ତ୍ତମାନ ୩ ମାସ ପର୍ଯ୍ୟନ୍ତ ଫାର୍ମକୁ ସିଲ୍ କରାଯାଇଥିବାବେଳେ ବର୍ଷେ ପର୍ଯ୍ୟନ୍ତ ସେଠାରେ କୁକୁଡ଼ା ପ୍ରଜନନ କାର୍ଯ୍ୟକୁ ବନ୍ଦ ରଖାଯାଇଛିଫ ପ୍ରତି ୧୫ ଦିନରେ ଥରେ ଓୟୁଏଟି ଫାର୍ମକୁ ବିଶୋଧନ କରାଯିବ ।
ଅନ୍ୟପକ୍ଷରେ ଓୟୁଏଟି ଓ ଏହାର ୧କିମି ପରିଧି ଅଞ୍ଚଳରେ ଚାଲିଥିବା କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି । ଏ ନେଇ ଚାଲିଥିବା କମ୍ବିଂ ଅପରେସନକୁ ବନ୍ଦ ରଖାଯାଇଛି । ୧ କିମିରୁ ୧୦ କିମି ଅଞ୍ଚଳ ଉପରେ ନଜର ରଖାଯାଇଛି । କୁକୁଡ଼ାରେ ରୋଗର ଲକ୍ଷଣ ଦେଖାଗଲେ, ତକ୍ରାଳ ପଦକ୍ଷେପ ନେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଓୟୁଏଟି କୁକ୍କୁଟ ଗବେଷଣା କେନ୍ଦ୍ରରେ ୩/୪ ଦିନ ଭିତରେ ପ୍ରାୟ ୧ ହଜାରରୁ ଅଧିକ କୁକୁଡ଼ା ମରିଥିଲେ । ଏହାକୁ ନେଇ କୁକୁଡ଼ାର ରକ୍ତ ଓ ମଳ ନମୁନା ଭୋପାଳ ପଠାଯାଇଥିଲା । ଗତ ୨୭ ତାରିଖରେ ରିପୋର୍ଟ ଆସିଥିଲା, ଓୟୁଏଟି କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇଛି । ପରେ ଓୟୁଏଟିରେ ଥିବା ସମସ୍ତ କୁକୁଡ଼ା ମାରି ପୋତି ଦିଆଯାଇଥିଲା । ଏହା ସହ ୧ କିମି ପରିଧି ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଚାଲିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons