ଦୁଇ ଜଣଙ୍କୁ ଜୀବନ ଦେଲେ ପ୍ରିୟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବ୍ରେନ୍ ଡେଥ୍ ପରେ ପି୍ରୟଙ୍କା ପାତ୍ର ଜଣେ ନୁହେଁ, ଦୁଇ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ଜଣଙ୍କ ଏସ୍ସିବିରେ କିଡ଼ନୀ ପ୍ରତିରୋପଣ ହୋଇଥିବା ବେଳେ ଆପୋଲୋ ହସ୍ପିଟାଲରେ ମଧ୍ୟ ଜଣଙ୍କ କିଡ଼ନୀ ପ୍ରତିରୋପଣ ହୋଇଛି । ଏ ନେଇ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ହସ୍ପିଟାଲ ସିଇଓ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ) ସୁଧୀର୍ ଦିଗୀକର ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଆଗରୁ କିଡ଼ନୀ ପ୍ରତିରୋପଣ ହୋଇଥିଲା । ହେଲେ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ (କିଡ଼ନୀ) କାଢି ପ୍ରତିରୋପଣ କରିବା ରାଜ୍ୟରେ ପ୍ରଥମ । ଗତକାଲି ହସ୍ପିଟାଲରେ ଜଣେ ମହିଳାଙ୍କୁ ବ୍ରେନ୍ ଡେଥ୍ ଘୋଷଣା କରିଥିଲେ ଡାକ୍ତର । ଏହାପରେ ପରିବାର ଲୋକ ଅଙ୍ଗଦାନ କରିବାକୁ ଇଚ୍ଛା କରିଥିଲେ । ଏ ନେଇ ସରକାରୀ ଅନୁମତି ପରେ ପ୍ରିୟଙ୍କାଙ୍କ କିଡ଼ନୀ ବାହାର କରିଥିଲେ ଆପୋଲୋର ୩ ଜଣିଆ ଡାକ୍ତରୀ ଦଳ । ୪ ଘଣ୍ଟାର ଅସ୍ତେ୍ରାପଚାର ପରେ କିଡ଼ନୀକୁ ବାହାର କରାଯାଇ ପାରିଥିଲା । ଭୋର୍ ୪ଟା ୨୫ ରେ ଏସ୍ସିବି ଡାକ୍ତରୀ ଦଳ ଗୋଟିଏ କିଡ଼ନୀ ନେଇ ବାହାରିଥିବା ବେଳେ ସେଠାରେ କଟକରେ ଜଣଙ୍କର କିଡ଼ନୀ ପ୍ରତିରୋପଣ ହୋଇଥିବା ବେଳେ ଆପୋଲୋରେ ଆଉ ଜଣେ ରୋଗୀଙ୍କ ଦେହରେ କିଡ଼ନୀ ପ୍ରତିରୋପଣ ହୋଇଛି । କିଡ଼ନୀ ବାହାର କରିବାଠୁ ଆରମ୍ଭ କରି ପ୍ରତିରୋପଣରେ ୯ ଜଣ ଡାକ୍ତର ସାମିଲ ହୋଇଥିଲେ । ଟିମ୍ରେ ୟୁରୋଲୋଜିର ବରିÂ କନ୍ସଲଟାଣ୍ଟ ଡାକ୍ତର ସମୀରନଦାସ ଅଧିକାରୀ, ଡାକ୍ତର ପି କେ ଶତପଥୀ, ଡାକ୍ତର ନିତିଶ ମହାନ୍ତି, ଡାକ୍ତର ବିବେକାନନ୍ଦ ପଣ୍ଡା ପ୍ରମୁଖ ରହିଥିଲେ । ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଚିତ୍ତରଞ୍ଜନ କର, ପ୍ରଫେସର ଦତ୍ତେଶ୍ୱର ହୋତା ଆପୋଲୋରେ କିଡ଼ନୀ ବାହାର କରାଯିବା ସମୟରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons