୯ ଦିନରେ ୫୧୨୧ ଗିରଫ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ରାଜ୍ୟର ବିଭିନ୍ନ ଥାନାରେ ଜାମିନବିହୀନ ଗିରଫ ପରୱାନା ତଥା ନନ୍ ବେଲେବୁଲ୍ ୱାରେଣ୍ଟ୍(ଏନ୍ବିଡବ୍ଲୁ) ମାଳମାଳ ସଂଖ୍ୟାରେ ଗଦା ହୋଇପଡିଛି । ଏନ୍ବିଡବ୍ଲୁ କାର୍ଯ୍ୟକାରୀ ହୋଇପାରୁନଥିବାରୁ କୋର୍ଟରେ ବିଚାର ପ୍ରକ୍ରିୟାରେ ମଧ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଡିଜି ଶ୍ରୀ ଅଭୟ ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରିବା ଓ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ ଗୁରୁତ୍ୱ ଦେଇଛନ୍ତି । ଡିଜି ଶ୍ରୀ ଅଭୟଙ୍କ ନିଦେ୍ର୍ଧଶକ୍ରମେ ରାଜ୍ୟବ୍ୟାପୀ ଏନ୍ବିଡବ୍ଲୁ ଧରପଗଡ଼ ଜାରି ରହିଛି । ରାଜ୍ୟବ୍ୟପୀ ଚାଲିଥିବା ଏହି ଅଭିଯାନରେ ଗତ ୯ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୫୧୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି । ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପୁଲିସ୍ ଆଗରେ ରହି ୭୩୩ଜଣଙ୍କୁ ଗିରଫ କରିଥିଲାବେଳେ କୋରାପୁଟ ପୁଲିସ୍ ଜିଲ୍ଲା ପୁଲିସ୍ ୪୧୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେହିପରି କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରେ ୨୦୦ରୁ ଅଧିକ ଲେଖାଏଁ ଏନ୍ବିଡବ୍ଲୁ କାର୍ଯ୍ୟକାରୀ ହୋଇଥିବା ଜଣାଯାଇଛି ।
ଏଡିଜି ଶ୍ରୀ ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ, ଗତ ୨୭ ତାରିଖ ଦିନ ଧରପଗଡ଼ ଅଭିଯାନ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ୩୯ହଜାର ୨୫୪ଟି ଏନ୍ବିଡବ୍ଲୁ କାର୍ଯ୍ୟକାରୀ ନହୋଇ ପଡିରହିଥିଲା । ୨୭ରୁ ଗତକାଲି ଯାଏ ଚାଲିଥିବା ଏହି ଅଭିଯାନରେ ୫୧୨୧ଟି ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଥିବା ବେଳେ ୪ହଜାର ୩୩୩ଟି ଏନ୍ବିଡବ୍ଲୁ ଅନ୍ୟ ଉପାୟରେ ସମାଧାନ କରାଯାଇଛି । ତଥାପି ରାଜ୍ୟରେ ଏବେ ସୁଦ୍ଧା ୩୧ ହଜାର ୪୮୨ଟି ଏନ୍ବିଡବ୍ଲୁ କାର୍ଯ୍ୟକାରୀ ହୋଇପାରିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons