କଟକ,(ବି.ବି.ବୁ୍ୟରୋ): ବିଭିନ୍ନ ପରୀକ୍ଷା ପରିଚାଳନା କରୁଥିବା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ୱେବ୍ ପୋର୍ଟାଲ୍ ଆଜି ଲୋକାର୍ପିତ ହୋଇଛି । ପରୀକ୍ଷା ପରିଚାଳନାରେ ବ୍ୟାପକ ସମନ୍ୱୟ ରକ୍ଷା ସହ ମୋବାଇଲ୍ରେ କିଭଳି ଏହି ପୋର୍ଟାଲ୍ର ବ୍ୟବହାର ସହଜ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି ।
ଓପିଏସ୍ସି ଓ ଏନ୍ଆଇସି ମିଳିତ ସହଯୋଗରେ ପ୍ରସ୍ତୁତ ଏହି ପୋର୍ଟାଲକୁ ଉନ୍ମୋଚନ କରି ଓପିଏସ୍ସି ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଲେ ଯେ, ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ଉତ୍ତରଦାୟୀ କରିବା ନିମନ୍ତେ ଏହି ପୋର୍ଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ପୋର୍ଟାଲ ଜରିଆରେ ଘରେ ବସି ମୋବାଇଲ ଦ୍ୱାରା ପରୀକ୍ଷାର୍ଥୀମାନେ ସମସ୍ତ ତଥ୍ୟ ଜାଣିପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ପୋର୍ଟାଲ୍ ଦ୍ୱାରା ପରୀକ୍ଷାର୍ଥୀ, ସରକାରୀ ବିଭାଗ, ପରୀକ୍ଷା ପରିଚାଳନା କେନ୍ଦ୍ରମାନଙ୍କ ସହିତ ଓପିଏସସି ସମନ୍ୱୟ ରକ୍ଷା କରି ତଥ୍ୟ ଓ ସୂଚନା ପ୍ରଦାନ କରିବ । ସେହିପରି ପୋର୍ଟାଲକୁ ଆସୁଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ କରଯାଇପାରିବ ବୋଲି ଓପିଏସ୍ସି ତରଫରୁ କୁହାଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ରେଜିଷ୍ଟେ୍ରସନ କରିଥିବା ଆବେଦନକାରୀ ପ୍ରାର୍ଥୀମାନଙ୍କୁ ଏକ ସ୍ଥାୟୀ ଲୋକସେବା ଆକାଉଣ୍ଟ ନମ୍ୱର ଯୋଗାଇ ଦିଆଯିବ । ଫଳରେ ସେମାନେ ପରବର୍ତ୍ତୀ ସମୟରେ ସେମାନଙ୍କର ନାମ ତାଲିକାଭୁକ୍ତ କରିବା, ପରୀକ୍ଷା ନିରୀକ୍ଷକଙ୍କ ଚୟନ ଓ ନିଯୁକ୍ତି ସମ୍ୱନ୍ଧୀୟ ସମସ୍ତ ସୂଚନା, ପରୀକ୍ଷା ନିମନ୍ତେ ଆବେଦନ, ନିଯୁକ୍ତି ବିଜ୍ଞାପନ ସଂପର୍କରେ ଠିକ୍ ସମୟରେ ତଥ୍ୟ ପାଇପାରିବେ । ସେହିପରି ଆବେଦନକାରୀମାନେ ଦରଖାସ୍ତଗୁଡ଼ିକର ଯାଞ୍ଚ୍ କରିପାରିବେ, ପରୀକ୍ଷା ଫଳ ପ୍ରକାଶ ପରେ ମୂଲ୍ୟାୟନ ହୋଇଥିବା ଖାତାଗୁଡ଼ିକର ସ୍କାନ କପି ପାଇପାରିବେ । କେବଳ ସେତିକି ନୁହେଁ, କୃତୀ ପରୀକ୍ଷାର୍ଥୀମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ଓ ନିଯୁକ୍ତି ପାଇବା ବିଭାଗ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ଜଣାପଡ଼ିଛି । ସାମ୍ୱାଦିକ ସମ୍ମଳନୀରେ ଏନ୍ଆଇସିର ନିଦେ୍ର୍ଧଶକ ଅନୁରାଗ ପ୍ରସାଦ, ବରିÂ ପରାମର୍ଶଦାତା ପ୍ରକାଶ ପାଣି, ପ୍ରତିଭା ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପସଚିବ ମୈତ୍ରୀ ଭଟ୍ଟାଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲାବେଳେ ସଚିବ କୁମୁଦ ରଂଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଅଧ୍ୟକ୍ଷଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
Comments are closed, but trackbacks and pingbacks are open.