ମୋଦି ସରକାରରେ ଓଡ଼ିଶାକୁ ଅଧିକ ଅର୍ଥ ମିଳୁଛି: ସମୀର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରୀୟ ରେଳ ବଜେଟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଛି । ଆଗାମୀ ଦିନରେ ନୀତି ଆୟୋଗର ଅନୁମୋଦନ ପରେ ସମ୍ୱଲପୁର-ଗୋପାଳପୁର ନୂଆ ରେଳ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କା ଓଡ଼ିଶାକୁ ମିଳିବ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ରେଳ ବଜେଟରେ ଓଡ଼ିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ମୋଦି ସରକାର ସମୟରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ରେକର୍ଡ ପରିମାଣ ୨୯,୧୨୧ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ମହାନ୍ତି ପ୍ରେସ୍ ବିବୃତ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ଗତ ବର୍ଷ ୩୫୦ କୋଟି ମିଳିଥିବା ବେଳେ ଚଳିତ ବଜେଟରେ ୫୨୦ କୋଟି ଟଙ୍କା ଅନୁଦାନ ମିଳିଛି । ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପରେ ଗତବର୍ଷ ୨୫୦ କୋଟି ମିଳିଥିବା ବେଳେ ଏଥର ୪୫୦ କୋଟି ଟଙ୍କା ମିଳିଛି । ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଏଥିପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିଛି । ରାଜ୍ୟରେ ରେଳ ଲାଇନ ଦୋହରୀକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଅନୁଦାନ ମିଳିଛି । ସମ୍ୱଲପୁରରେ ୱାଗନ୍ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମିଳିଛି । ବ୍ରିଜ୍ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ ମିଳିଛି । ଆଗାମୀ ଦିନରେ ନୀତିଆୟୋଗ ଅନୁଦାନ ପରେ ସମ୍ୱଲପୁର-ଗୋପାଳପୁର ନୂଆ ଲାଇନ୍ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ ମିଳିବ । ଚଳିତ ରେଳ ବଜେଟ୍ରେ ଓଡ଼ିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons