ନନ୍ଦପୁର,(ବି.ବି.ନୁ୍ୟଜ୍): ସ୍ଥାନୀୟ ବ୍ଲକ ସଦର ନିକଟ ଖଡଗପୁର ଛକ ନିକଟରେ ଶୁକ୍ରବାର ଏକ ମ୍ୟାଜିକ ଗାଡି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ନନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏମାନେ ହେଲେ ନନ୍ଦପୁର ସିନେ୍ଧଦେବୀ କଲେଜର ଓଡିଆ ଅଧ୍ୟାପକ ରବି ଶତପଥୀ, ଇଂରାଜୀ ଅଧ୍ୟାପକ ଇଂରାଜୀ ଅଧ୍ୟାପିକ ବାତସେବା ତାଣ୍ଡି, ଉଷା ପ୍ରଧାନ, ଅନ୍ୟ ଜଣେ ଅଧ୍ୟାପିକା, ଆଇଟି ଇନଷ୍ଟ୍ରକ୍ଟର ସମୀର ମହାରଣା ଅଛନ୍ତି । ସମୀର ଏବଂ ବାଇକ୍ ଚାଳକ ଚନ୍ଦନ କୁମାର ପଣ୍ଡାଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ, ସକାଳ ପ୍ରାୟ ୧୦ ଟାରେ ଉକ୍ତ କଲେଜର ଅଧ୍ୟାପକଅଧ୍ୟାପିକାଙ୍କୁ ନେଇ ମ୍ୟାଜିକ ଗାଡିଟି ନନ୍ଦପୁର ଅଭିମୁଖେ ଆସୁଥିଲା । ନନ୍ଦପୁରରୁ ସେମିଳିଗୁଡା ଅଭିମୁଖେ ଚନ୍ଦନ ଏକ ମୋଟର ସାଇକେଲ୍ ଯୋଗେ ଯାଉଥିଲେ । ଖଡଗପୁର ଛକ ନିକଟରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ମ୍ୟାଜିକ ଗାଡିର ସମ୍ମୁଖ କାଚ ଭାଙ୍ଗି ଯିବା ସହ ଅନ୍ୟାନ୍ୟ ଅଂଶ ଭାଙ୍ଗିରୁଜି ଯାଇଥିଲା । ସ୍ଥାନୀୟ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ସୁନୀଲ କୁମାର ସାହୁ, ଦେବେନ୍ଦ୍ର ଖରା, ସୁନୀଲ ପଣ୍ଡା, ପିଣ୍ଟୁ ହନ୍ତାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । କାର୍ ଓ ଅଟୋରେ ସମସ୍ତଙ୍କୁ ମେଡିକାଲ ନେଇଥିଲେ । ନନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଚିନ୍ମୟ ଦାଶ ସମସ୍ତଙ୍କର ଚିକିତ୍ସା କରିଛନ୍ତି ।
Comments are closed, but trackbacks and pingbacks are open.