ନୂଆଦିଲ୍ଲୀ/ବେଜିଂ: ଚୀନ୍ ସରକାର କରୋନା ଭାଇରସର ପ୍ରସାର ରୋକିବାକୁ କଠୋର ପଦକ୍ଷେପ ନେଉଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ସନେ୍ଦହ ସତ୍ତେ୍ୱ ଏହାକୁ ଲୁଚାଇଲେ ତତ୍କ୍ଷଣାତ ଗିରଫ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ନିଦେ୍ର୍ଧଶ ମାତ୍ରେ ଅନେକ ଲୋକଙ୍କୁ ଗିରଫ କରି ସ୍ୱତନ୍ତ୍ର କ୍ୟାମ୍ପକୁ ନିଆଗଲାଣି । ଚୀନ୍ରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି କରୋନା ଭାଇରସ ଆକ୍ରାନ୍ତ ସନେ୍ଦହ ସତ୍ତେ୍ୱ ପ୍ରଶାସନକୁ ଜଣାଉନାହାନ୍ତି କି ନିଜର ଚିକିତ୍ସା କରାଉନାହାନ୍ତି । ସେମାନେ ଘର ଭିତରେ ଆବଦ୍ଧ ହୋଇ ରହୁଛନ୍ତି । କେତେକ ଲୋକ ମାସ୍କ ପିନ୍ଧୁନାହାନ୍ତି କି ଏସମ୍ପର୍କିତ କୌଣସି କଟକଣାକୁ ମାନୁନାହାନ୍ତି । ଏଭଳି ଲୋକ ଏବଂ ସେମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରି ସରକାରଙ୍କ ଦ୍ୱାରା ସ୍ଥାପିତ କ୍ୟାମ୍ପରେ ରଖାଇବାକୁ ନିଦେ୍ର୍ଧଶ ଜାରି କରାଯାଇଛି ।
କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୱୁହାନ ସହରରେ ଏହି ନିଦେ୍ର୍ଧଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଚୀନ୍ର ଉପପ୍ରଧାନମନ୍ତ୍ରୀ କହିଛନ୍ତି । ଏହାପରେ ସ୍ୱାସ୍ଥ୍ୟକର୍ମୀମାନେ ୱୁହାନରେ ଘରକୁ ଘର ବୁଲି ସବୁ ଲୋକଙ୍କ ଦେହର ତାପମାତ୍ରାକୁ ଯାଞ୍ଚ କରୁଛନ୍ତି । କୌଣସି ବ୍ୟକ୍ତିର ଦେହର ତାପମାତ୍ରା ଅଧିକ ହୋଇଥିଲେ, ତା’କୁ ସେମାନେ ଜବରଦସ୍ତି ଟେକି ନେଇ ଭ୍ୟାନରେ ସ୍ୱତନ୍ତ୍ର କ୍ୟାମ୍ପକୁ ନେଇଯାଉଛନ୍ତି ।
କରୋନା ଭାଇରସ ସଂକ୍ରମଣ ବିରୋଧରେ ଦେଶର ଲଢେ଼ଇ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ଯଦି କୌଣସି ବ୍ୟକ୍ତି ସରକାରଙ୍କ ଉଦ୍ୟମରେ ବାଧା ସୃଷ୍ଟି କରନ୍ତି, ତାହାହେଲେ ତା’କୁ ଗିରଫ କରାଯିବା ସହିତ ତୁରନ୍ତ ବିଚାର କରାଯାଇ କଠୋର ଦଣ୍ଡରେ ଦଣ୍ଡିତ କରାଯିବ । ଏମିତିକି ତା’କୁ ମୃତୁ୍ୟଦଣ୍ଡ ବି ଦିଆଯାଇପାରେ ।
ଶୁକ୍ରବାର ଚୀନ୍ରେ ଗୋଟିଏ ଦିନରେ କରୋନା ଭାଇରସରେ ଆକ୍ରାନ୍ତ ୮୬ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ଏବେ କରୋନା ମୃତୁ୍ୟ ସଂଖ୍ୟା ୭୨୪ରେ ପହଞ୍ଚôଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବି ବୃଦ୍ଧି ପାଇ ୩୪,୯୧୪ରେ ପହଞ୍ଚôଛି । ଏହାମଧ୍ୟରୁ କେବଳ ଚୀନ୍ରେ ୭୨୨ ଜଣ ପ୍ରାଣ ହରାଇଥିଲାବେଳେ ୩୪,୫୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ଭାଇରସ ଯୋଗୁ ଜଣେ ଆମେରିକୀୟ ନାଗରିକଙ୍କର ମୃତୁ୍ୟ ହୋଇଛି । ଆମେରିକାର ୬୦ ବର୍ଷୀୟ ନାଗରିକ ଜଣକ କିଛି ଦିନ ହେଲା ଚୀନ୍ର ୱୁହାନରେ ଚିକିତ୍ସିତ ହେଉଥିଲେ । ଚୀନ୍ ବ୍ୟତୀତ ଏହି ଭାଇରସ ଏବେ ବିଶ୍ୱର ୨୯ଟି ଦେଶରେ ବ୍ୟାପିଛି । ଫ୍ରାନ୍ସରେ ୫ ଜଣ ବ୍ରିଟିଶ ନାଗରିକ ଏଥିରେ ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୋଇଛି । ଥାଇଲ୍ୟାଣ୍ଡରେ କରୋନାରେ ଆକ୍ରାନ୍ତ ହେବାର ୭ଟି ନୂଆ ମାମଲା ସାମ୍ନାକୁ ଆସିଛି ।
ଜାପାନର ୟାରୋହାମାରେ ଅଟକ ରଖାଯାଇଥିବା ଏକ ଜାହାଜ( ଡାଏମଣ୍ଡ ପ୍ରିନ୍ସେସ)ର ଆଉ ୩ ଜଣ ଯାତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ଏହି ସଂଖ୍ୟା ଏବେ ୬୪ରେ ପହଞ୍ଚôଛି । ଉକ୍ତ ଜାହାଜରେ ପ୍ରାୟ ୩,୭୦୦ରୁ ଅଧିକ ପର୍ଯ୍ୟଟକ ଥିଲେ । ସେଥିରେ ଯାତ୍ରା କରୁଥିବା ହଂକଂର ଜଣେ ବ୍ୟକ୍ତିଙ୍କ ଦେହରୁ ଅନ୍ୟମାନଙ୍କ ପାଖକୁ ଏହି ଭାଇରସ ଡେଇଁଛି । ହଂକଂର ଉକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜାପାନ ସରକାର ଉକ୍ତ ଜାହାଜକୁ ଅଟକ ରଖିଛନ୍ତି ଏବଂ ସେଥିରୁ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁମତି ଦେଉନାହାନ୍ତି । ସବୁ ଯାତ୍ରୀଙ୍କୁ ଜାହାଜରେ ଥିବା ନିଜ ନିଜର କକ୍ଷ ଭିତରେ ରହିବାକୁ ବାଧ୍ୟ କରାଯାଉଛି ଏବଂ ସେମାନଙ୍କୁ ସୀମିତ ସଂଖ୍ୟାରେ ମାତ୍ର ଘଣ୍ଟାଏ ପାଇଁ ବାହାରକୁ ବାହାରିବାକୁ ସୁଯୋଗ ଦିଆଯାଉଛି । ଉକ୍ତ ଜାହାଜରେ ୧୩୮ ଜଣ ଭାରତୀୟ ବି ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇନଥିବାର କୁହାଯାଇଛି ।
ଚୀନ୍ ସରକାର ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୱୁହାନର ଲେସହାନସାନରେ ୧୫୦୦ ଶଯ୍ୟା ବିଶିଷ୍ଟ ଆଉ ଏକ ହସ୍ପିଟାଲ ତିଆରି କରିଛନ୍ତି । କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( କୃତ୍ରିମ ବୁଦ୍ଧିମତ୍ତା), ମୋବାଇଲ ଆପ୍ ଏବଂ ରୋବୋଟର ବ୍ୟବହାର କରୁଛନ୍ତି । କରୋନା ପ୍ରଭାବିତ ଦେଶଙ୍କ ପାଇଁ ଆମେରିକା ୧୦୦ ନିୟୁତ ଡଲାର ସହାୟତା ଦେବାକୁ ଘୋଷଣା କରିଛି । ଏହି ଭାଇରସ ଯୋଗୁ ବିଶ୍ୱ ଅର୍ଥନୀତି ଖୁବ୍ ପ୍ରଭାବିତ ହେବ ବୋଲି କୁହାଯାଉଛି । କାରଣ ଚୀନ୍ ଏବେ ବିଶ୍ୱର ଫ୍ୟାକ୍ଟ୍ରି ସାଜିଥିଲାବେଳେ ସେଠାରେ ଉପôାଦନ ଓ ବ୍ୟବସାୟ ପୂରା ଥପ୍ ହୋଇଯାଇଛି । ଅଧିକାଂଶ ପ୍ଲାଣ୍ଟ, ମଲ, ଦୋକାନବଜାର ବନ୍ଦ ହୋଇଯାଇଛି ।ଚୀନ୍ରେ ଥିବା ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ କାର୍ କଂପାନି ଯେପରିକି ଫକ୍ସୱାଗନ, ଜେନେରାଲ ମୋଟର୍ସ, ଟୟୋଟା, ରେନଲ୍ଟ, ହୋଣ୍ଡା ଓ ହୁ୍ୟଣ୍ଡାଈ ନିଜ ପ୍ଲାଣ୍ଟ ବନ୍ଦ କରିଦେଇଛନ୍ତି । ସେମାନେ ଏହି ତ୍ରୟମାସରେ କାର୍ ଉପôାଦନରେ ୧୫ଧ ହ୍ରାସ କରିବାକୁ ବାଧ୍ୟ ହେବେ ବୋଲି ଜଣାପଡ଼ିଛି ।
ଭାରତ ସରକାର ଏହି ଭାଇରସର ସଂକ୍ରମଣ ରୋକିବାକୁ ଏବେ ଦେଶର ୧୨ଟି ପ୍ରମୁଖ ବନ୍ଦରରେ ଜାହାଜରେ ଆସୁଥିବା ଯାତ୍ରୀ ଓ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ, କରୋନା ଭାଇରସ ଚିହ୍ନଟ ଏବଂ ଏଥିରେ ଆକ୍ରାନ୍ତ ହୋଇଥିବାର ମନେ ହେଉଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ୱାର୍ଡରେ ରଖିବାର ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଚୀନ୍ର ହୁବେଇ ପ୍ରଦେଶରେ ଫସିଥିବା କେରଳର ୧୫ ଜଣ ଛାତ୍ର ଆଜି କୋଚିରେ ପହଞ୍ଚôଛନ୍ତି । ସେମାନଙ୍କ ନିକଟରେ ଏବେ ଏହି ଭାଇରସ ସଂକ୍ରମଣ ଜନିତ କିଛି ଲକ୍ଷଣ ଦେଖାଯାଉନାହିଁ ବୋଲି କୁହାଯାଇଛି ।
Comments are closed, but trackbacks and pingbacks are open.