ମୋଦି-ରାଜପକ୍ଷେ ଆଲୋଚନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଶନିବାର ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଆର୍ଥିକ, ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ସାମରିକ ସହଯୋଗ ସମେତ ସମସ୍ତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପରେ ଉଭୟଙ୍କ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା । ମୋଦି କହିଥିଲେ ଯେ ଦୁଇଦେଶ ଆତଙ୍କବାଦର ଶିକାର ହୋଇଛନ୍ତି । ତେଣୁ ଉଭୟେ ଏହାର ମିଳିତ ମୁକାବିଲା କରିବେ । ଦୁଇଦେଶ ମଧ୍ୟରେ ପର୍ଯ୍ୟଟନ ଓ ଯୋଗାଯୋଗ ବିକାଶ ସହ ଜନସମ୍ପର୍କକୁ ଆହୁରି ମଜବୁତ କରାଯିବ । ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ହେବା ପରେ ରାଜପେକ୍ଷଙ୍କର ଏହା ପ୍ରଥମ ବିଦେଶ ଗସ୍ତ । ପୂର୍ବରୁ ସେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସେ ମଧ୍ୟ ରାଷ୍ଟ୍ରପତି ରମାନାଥ କୋବିନ୍ଦଙ୍କୁ ଭେଟି ଆଲୋଚନା କରିଥିଲେ । ଦିଲ୍ଲୀରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜପକ୍ଷେ ବାରାଣସୀ, ସାରନାଥ, ବୋଧଗୟା ଓ ତିରୁପତି ପରିଦର୍ଶନରେ ଯିବେ । ଗତବର୍ଷ ନଭେମ୍ବରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ପାଇଁ ୪୫୦ ନିୟୁତ ଡଲାରର ଆର୍ଥିକ ସହାୟତା ଘୋଷଣା କରିଥିଲେ । ସେଥିରେ ୫୦ ନିୟୁତ ଡଲାର ଆତଙ୍କବାଦର ମୁକାବିଲା ପାଇଁ ଉଦ୍ଧିଷ୍ଟ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons