ଖଣ୍ଡପଡ଼ା,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାଠାରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବା ଯୋଗୁଁ ଘଟଣାସ୍ଥଳରେ ଜଣେ ତୀର୍ଥ ଯାତ୍ରୀଙ୍କର ମୃତୁ୍ୟ ଘଟିଥିବା ବେଳେ ୨୨ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାରୁ ପ୍ରକାଶ, ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ସିନ୍ଦୂରପୁର ଗ୍ରାମରୁ ୩୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ରବିବାର ପୂର୍ବାହ୍ନରେ ମହାରାଜା ନାମକ ଏକ ମିନି ବସ(ଓଆର୍ ୦୨ କୁ୍ୟ ୦୫୦୨) ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀନୀଳମାଧବ ଜିଉଙ୍କ ଦର୍ଶନରେ ଆସିଥିଲା । ଦର୍ଶନ ପରେ ବସଟି ଫେରୁଥିବା ବେଳେ ଅପରାହ୍ଣ ୪ଟାରେ ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟ ରାସ୍ତାର କଇଥପଲ୍ଲୀ ଗ୍ରାମ ଉଠାଣିରେ ଭାରସାମ୍ୟ ହରାଇ ହଠାତ୍ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚô ବସ ମଧ୍ୟରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଖଣ୍ଡପଡ଼ା ଦମକଳ ଗାଡ଼ି ସହ ଦୁଇଟି ୧୦୮ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଖଣ୍ଡପଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।
ସେଠାରେ ତୀର୍ଥଯାତ୍ରୀ ରାମଚନ୍ଦ୍ର ରଣା(୪୮)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଗୁରୁତର ଆହତ ମଙ୍ଗୁଳି ନାହାକ(୪୫), ହିମାଂଶୁ ନାହାକ(୧୩), ରୀନା ନାହାକ(୪୫), ଅଭି ନାହାକ(୪୮), ଶୁଭ୍ରାଂଶୁ ନାହାକ(୪), ମହୁଲି ନାହକ(୪୫), ଶଶି ନାହାକ(୬୫), ବିନୁ ନାହାକ(୩୫), ଧୋବଣୀ ନାହାକ(୫୪), ଖୁସି ବିଶୋଈ(୯), ପ୍ରତୀକ ବିଶୋଈ(୭), ବନିତା ବିଶୋଈ(୨୧), ଅଙ୍କିତା ନାହାକ(୧୦), ଅଭିମନୁ୍ୟ ନାହାକ(୩୭), ଛତ୍ରପୁରର ଅଜୟ କୁମାର ନାହାକ(୨୭), ଯୋଗୀ ସ୍ୱାଇଁ (୨୭), ସୁନ୍ଦରୀ ନାହାକ(୭୦), ଅଶ୍ୱିନୀ ନାହାକ(୧୩), ରୁନୁ ବିଶୋଈ(୪୫) ଓ ମୃତକ ରାମଚନ୍ଦ୍ର ରଣାଙ୍କ ପତ୍ନୀ ମମତା ରଣା(୪୨)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି ।
ଘଟଣାସ୍ଥଳରେ ଖଣ୍ଡପଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀନିବାସ ମହାନ୍ତି ଓ ଥାନାଧିକାରୀ ବିମଳ କୁମାର ମଲ୍ଲିକ ସଦଳବଳେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଗାଡ଼ି ଚାଳକ ଦାମୋଦରପୁର ଗ୍ରାମର ବୃନ୍ଦାବନ ସାହୁ(୪୬)ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ଦୁର୍ଘଟଣାଗ୍ରସ୍ତ ବସର ଷ୍ଟିୟରିଂ କଟି ଏଭଳି ଘଟଣା ଘଟିଲା ବୋଲି ଡ୍ରାଇଭର ପ୍ରକାଶ କରନ୍ତି । ଏହି ଘଟଣାରେ ଖଣ୍ଡପଡ଼ା ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଶବ ଜବତ କରାଯାଇଛି । ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
Comments are closed, but trackbacks and pingbacks are open.