ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ଜଟଣୀ ଥାନାଅନ୍ତର୍ଗତ ଯାଁଳା ପଞ୍ଚାୟତର ଓଗାଳପଡ଼ା ଗ୍ରାମର ଜଣେ ଭିନ୍ନକ୍ଷମ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ଦୁଇ ଶିଶୁ । ଉକ୍ତ ଭିନ୍ନକ୍ଷମ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ଦେବବ୍ରତ ମିଶ୍ରଙ୍କ ପତ୍ନୀ ଚିନ୍ମୟୀ ମିଶ୍ର(୪୫) । ସ୍ମାମୀ ଦେବବ୍ରତ ଓ ଚିନ୍ମୟୀ ଉଭୟ ପିଲାଟି ଦିନରୁ ମୁକ ।ଆଜି ଚିନ୍ମୟୀ ସନ୍ଧ୍ୟାରେ ଏକ ନିକାଞ୍ଚନ ଜାଗାରେ ବୁଲୁବୁଲୁ ସେଠାରେ ଥିବା ଏକ ପରିତ୍ୟକ୍ତ ବାମ୍ଫିରେ ଗଳିପଡ଼ିଥିଲେ । ସେଠାରୁଅନତିଦୂରରେ ଏକ ଘରର ଛାତ ଉପରେ ଦୁଇ ଶିଶୁ ଜିନା ବେହେରା(୧୨) ଓ ଆଲୋକ ବେହେରା(୯) ଖେଳୁଥିଲେ । ସେମାନେ ଛାତ ଉପରେ ଥାଇ ଏହି ଘଟଣା ଦେଖିବା ପରେ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଡାକିଆଣିଥିଲେ । ପରିବାର ଲୋକେ ଚିନ୍ମୟୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସଫଳ ହୋଇନଥିଲେ । ସେଠାରେ ଥିବାଆଉ କିଛି ଲୋକ ଜଟଣୀଅଗ୍ନିଶମ ବାହିନୀକୁ ଖବର ବି ଦେଲେ ।ଅଗ୍ନିଶମ ବାହିନୀ ପହଞ୍ଚି ଚିନ୍ମୟୀଙ୍କୁ ଉଦ୍ଧାର କରିଥିଲା । ତେବେ ଛୋଟ ଦୁଇ ପିଲାଙ୍କ ସାହସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁ ଜଣେ ମହିଳାଙ୍କ ଜୀବନ ବଞ୍ଚିଗଲା । ତେଣୁ ଜିନା ଓଆଲୋକଙ୍କ କାମକୁ ସେଠିକାର ଲୋକେ ପ୍ରଶଂସା କରିଥିଲେ । ସୂଚନାରୁ ଜଣାପଡିଲ ଯେଆଲୋକ ଓ ଜିନା ଦୁହେଁ ଭାଇ ଭଉଣୀ । ସେମାନଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲାଅଞ୍ଚଳରେ । ସେମାନେ ଓଗାଳପଡ଼ାରେ ଥିବା ତାଙ୍କଅଜା ଘରକୁ ବୁଲିଆସିଥିଲେ ।
Comments are closed, but trackbacks and pingbacks are open.