କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍):ଅଭାବୀ ତଥା ବିପର୍ଯ୍ୟସ୍ତ ଭିତ୍ତିଭୂମି ଯୋଗୁଁ ବିଶ୍ୱପ୍ରସିଦ୍ଧ ଭିତରକନିକା ବିଭିନ୍ନ ସମୟରେ ଅବହେଳିତ ହୋଇଆସିଛି । ପ୍ରକୃତିପ୍ରେମୀଙ୍କ ନିକଟରେ ସ୍ୱତନ୍ତ୍ର ସ୍ଥାନଅଧିକାର କରିଥିବା ଏହି ଜାତୀୟ ଉଦ୍ୟାନ ଏକଦା ବିଶ୍ୱଐତିହ୍ୟ ତାଲିକାରୁ ବି ବାଦ୍ ପଡ଼ିଯାଇଥିଲା । ଏପରି ସ୍ଥିତିରେ ଆଜି ‘୫ଟି’ ସଚିବ ଭି.କେ. ପାଣ୍ଡିଆନ୍ ଏଠାରେ ଅଚାନକ ପହଞ୍ଚôବା ଘଟଣା ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତି ଦେବା ସହ ଭିତରକନିକା ପାଇଁ ନୂଆ ସମ୍ଭାବନା ଉଙ୍କିମାରିଛି । ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ହଠାତ୍ ଭିତରକନିକାରେ ପହଞ୍ଚô ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଯାହାକୁ ନେଇ ଅଞ୍ଚଳରେ ଆଲୋଚନା ଲାଗି ରହିଛି । ଆଉ ୪ ଦିନ ପରେ ପ୍ରଥମ ଥର ଲାଗି ଭିତରକନିକା ମହୋତ୍ସବ ଆୟୋଜନ ହେଉଥିବା ବେଳେ ଶ୍ରୀ ପାଣ୍ଡିଆନ ଅଚାନକ ଗସ୍ତ କରିଥିଲେ । ଶ୍ରୀ ପାଣ୍ଡିଆନ୍ ଭିତରକନିକାରେ ବେଶ୍ କିଛି ଘଣ୍ଟା ରହିବା ପରେ ଫେରିଯାଇଥିଲେ ତାଙ୍କ ଟିମ୍ ସହ । ତେବେ ଜିଲ୍ଲା ପ୍ରଶାସନର କୌଣସି ବରିÂ ଅଧିକାରୀ ଅଥବା ରାଜନେତାଙ୍କୁ ଏହି ଗସ୍ତରେ ସାମିଲ କରାଯାଇନଥିଲା । ପରେ ଖବର ପାଇ ଡିଆର୍ଡିଏ ପ୍ରକଳ୍ପ ଅଧିକାରୀ ସେଠାରେ ପହଞ୍ଚôଥିଲେ । କେବଳ ବିଭାଗୀୟ ଅଧିକାରୀମାନଙ୍କୁ ଏ ବାବଦରେ ଅବଗତ କରାଯାଇଥିଲା ।

ମିଳିଥିବା ସୂଚନାଅନୁସାରେ, ରାଜନଗରର ଡାଙ୍ଗମାଳ ଖମାରସାହି ନିକଟ ପଡ଼ିଆରେ ଗତକାଲି ରାତିରୁ ହେଲିପ୍ୟାଡ୍ ନିର୍ମାଣ ଲାଗି କାମ ଆରମ୍ଭ ହୋଇଥିଲା । ଅବଶ୍ୟ ସେବେଠାରୁ ଚର୍ଚ୍ଚା ଜୋର୍ ଧରିଥିଲା କ’ଣ ପାଇଁ ଏହି ହେଲିପ୍ୟାଡ୍ ନିର୍ମାଣ କରାଯାଉଛି ବୋଲି । ପୁଣି ଆଜି ସକାଳୁ ସ୍ଥାନୀୟ ଲୋକେ ଗାଁ ପାଖ ପଡ଼ିଆରେ ବହୁ ସଂଖ୍ୟକ ଗାଡ଼ିଘୋଡ଼ା ଦେଖି ଚମକି ଉଠିଥିଲେ । ପରେ ‘୫ଟି’ ସଚିବ ଭି.କେ ପାଣ୍ଡିଆନ୍ ଆସୁଥିବା ଖବର ପ୍ରସାରିତ ହୋଇଥିଲା, ଯାହା ଗତକାଲିର ସନେ୍ଦହକୁ କିଛିମାତ୍ରାରେ ମୋଚନ କରିଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭି.କେ ପାଣ୍ଡିଆନ୍, ରାଜ୍ୟ ପର୍ଯ୍ୟଟନ ନିଦେ୍ର୍ଧଶକ ସଚିନ୍ଆର୍. ଯାଦବ ଓ ନିର୍ମାଣ ସଚିବ କିଶନ କୁମାର ହେଲିକପ୍ଟର ଯୋଗେ ଖମାରସାହି ପଡ଼ିଆରେ ଓହ୍ଲାଇ ସିଧା ଡାଙ୍ଗମାଳ ସ୍କିମ୍ ଭିତରେ ପ୍ରବେଶ କରିଥିଲେ । ସେଠାରେ ବସି ଭିତକନିକାର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଭିତରକନିକା ମଧ୍ୟକୁ ପର୍ଯ୍ୟଟକଙ୍କ ଯିବାଆସିବା ପାଇଁ ସଂଯୋଗ ପଥ ଗୁଡ଼ିକର ସମୀକ୍ଷା କରିଥିଲେ । ଭିତରକନିକାର ଚାରିପାଖରେ ବେଆଇନ ଚିଙ୍ଗୁଡ଼ି ଘେରି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
ପରେ ସୌରଚାଳିତ ବ୍ୟାଟେରି ଗାଡ଼ିରେ ବସି ଖୋଳା ନଦୀର ଡାଙ୍ଗମାଳ ଜେଟିରେ ପହଞ୍ଚôଥିଲେଅଧିକାରୀମାନେ । ସେଠାରୁ ମୋଟର ବୋଟ୍ରେ ଖୋଳା ନଦୀର ବିଭିନ୍ନ ନାଳିରେ ପ୍ରବେଶ କରି କୁମ୍ଭୀରମାନଙ୍କ ଗତିବିଧି ନଜର କରିଥିଲେ । ଡାଙ୍ଗମାଳ ସ୍କିମ୍ ମଧ୍ୟରେ ପର୍ଯ୍ୟଟକଙ୍କ ରହଣି, ଖାଦ୍ୟପାନୀୟ, ପରିମଳ ବ୍ୟବସ୍ଥା ସମ୍ପର୍କରେ ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିଲେ । କୁମ୍ଭୀରଙ୍କ ଆବାସସ୍ଥଳୀ ଖୋଳା ନଦୀରେ ଉଚ୍ଚ ଶବ୍ଦ କରୁଥିବା ଯନ୍ତ୍ର ଚାଳିତ ବୋଟ୍ ନଚଳାଇ ପ୍ରତିବଦଳରେ ପେଟ୍ରୋଲ୍ ଚାଳିତ ଅନ୍ୟ ବୋଟ୍ ଚଳାଇବାକୁ ରାଜନଗର ଡିଏଫ୍ଓଙ୍କୁ ପରାମର୍ଶ ଦେଇଥିଲେ । ଡାଙ୍ଗମାଳରେ ବଡ଼ବଡ଼ କୁମ୍ଭୀରଙ୍କ ଫଟୋ ଉଠାଇବାକୁ ବି ଭୁଲିନଥିଲେ । ଅଧିକାରୀମାନେ ଫେରିବା ସମୟରେ ଖୋଳା ନଦୀର ଡାଙ୍ଗମାଳ ଜେଟି ନିକଟରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅନ୍ୟ ୩ ସଚିବ ଓ ନିଦେ୍ର୍ଧଶକଙ୍କୁ ବସାଇ ଅଟୋ ଚଳାଇଆଣିଥିଲେ । ତେବେ ୫ଟି ସଚିବ ଓ ରାଜ୍ୟର ପ୍ରମୁଖ ଅଧିକାରୀମାନଙ୍କ ଏହି ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ତଥ୍ୟ ପ୍ରଦାନ କରାଯାଇନଥିଲା । ଏଣେ ସମଗ୍ର ସ୍ଥିତିର ଆକଳନ ଲାଗି ଏକ ପର୍ଯ୍ୟଟନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ସମ୍ଭବତଃ ଭିତରକନିକା ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପ୍ୟାକେଜ୍ ଘୋଷଣା କରିପାରନ୍ତି । ଆସନ୍ତା ୧୪ରୁ ୧୬ ତାରିଖ ଯାଏ ମହୋତ୍ସବ ଅନୁÂିତ ହେବାକୁ ଯାଉଥିବାରୁ ଏହି ସମୟରେ ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ ଏହି ଘୋଷଣା କରାଯିବା ଆଗରୁ ‘୫ଟି’ ସଚିବ ଓ ମୁଖ୍ୟ ଶାସନ ସଚିବ ଅଚାନକ ଗସ୍ତ କରି ଯୋଜନାର ସମୀକ୍ଷା କରିଥିବା କୁହାଯାଉଛି ।
Comments are closed, but trackbacks and pingbacks are open.