ଟ୍ରାଫିକ୍ ଜାମ୍ ନେଲା ଶିଶୁର ଜୀବନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା ପୁଣି ଲୋକଙ୍କ ପାଇଁ କାଳ ପାଲଟିଛି । ଆମ୍ବୁଲାନ୍ସରେ ଯାଉଥିବାବେଳେ ଟ୍ରାଫିକ୍ରେ ଫଶି ଜଣେ ଶିଶୁର ଜୀବନ ଅଚିରେ ଝଡିÿ ଯାଇଛି । ସକାଳେ ନାଲ୍କୋ-ଡମଣା ରାସ୍ତାରେ ଜଣେ ଶିଶୁ ପ୍ରାଣ ହରାଇଥିବା ବେଳେ ସନ୍ଧ୍ୟାରେ ଖଣ୍ଡିଗିରି ଟ୍ରାଫିକ୍ ଯନ୍ତାରେ ଫଶି ଅନ୍ୟଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ପୁଣି ସ୍ମାର୍ଟସିଟିର ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି । ଗାଡ଼ିଚାଳକଙ୍କ ବେପରୱା ଗୁଣକୁ ପଦାରେ ପକାଇଛି ।
ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ନିରୋଦ ନାୟକଙ୍କ ପୁଅ ହେଉଛନ୍ତି ନିଲ୍ ନିତିଶ ନାୟକ ଓରଫ୍ ପ୍ରତୀକ୍ (୭) । ଗତକାଲିଠୁ ପ୍ରତୀକଙ୍କର ଝାଡ଼ା ବାନ୍ତି ହେଉଥିଲା । ଏଥିପାଇଁ ନିରୋଦ ଆଜି ଭୋରରୁ ପୁଅକୁ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗକୁ ଆଣିଥିଲେ । ସେଠାରେ ପ୍ରତୀକର ଚିକିତ୍ସା ଚାଲିଥିଲା । ହେଲେ ସ୍ଥିତି ବିଗିଡ଼ିବାରୁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା । ପୁଅର ଅବସ୍ଥା ସଙ୍କଟାପନ୍ନା ଦେଖି ତାଙ୍କୁ ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେବାକୁ ନିରୋଦ ନିଷ୍ପତ୍ତି ନେଲେ ।
ଏକ ଘରୋଇ ଆମ୍ବୁଲାନ୍ସ(ଓଡି୩୩ୱାଇ ୬୦୧୯)ରେ ପ୍ରତୀକ୍ଙ୍କୁ ଅକ୍ସିଜେନ୍ ମାକ୍ସ ପିନ୍ଧାଯାଇ ଉକ୍ତ ଘରୋଇ ହସ୍ପିଟାଲକୁ ନିଆଯାଉଥିଲା । ନିରୋଦ ଓ ତାଙ୍କ ସାନଭାଇ ଉକ୍ତ ଆମ୍ବୁଲାନ୍ସରେ ବସିଥିଲେ । ସକାଳ ୧୦ଟା ୧୫ ମିନିଟ୍ରେ କ୍ୟାପିଟାଲ ହସ୍ପିଟାଲରୁ ପଟିଆ ଅଭିମୁଖେ ବାହାରିଥିଲା ଆମ୍ବୁଲାନ୍ସ । ଠିକ୍ ନାଲ୍କୋ ଛକରୁ ଆରମ୍ଭ ହୋଇଥିଲା ଟ୍ରାଫିକ୍ ଯନ୍ତ୍ରଣା । ପ୍ରବଳ ଟ୍ରାଫିକ୍ ଜାମ୍ ଯୋଗୁ ପ୍ରାୟ ୧୫ ମିନିଟ୍ ଆମ୍ବୁଲାନ୍ସ ଅଟକିଥିଲା । ଟ୍ରାଫିକ୍ର ଗ୍ରୀନ୍ ସିଗନାଲ ପରେ ଆମ୍ବୁଲାନ୍ସ ଆଗକୁ ଗଡିÿଥିଲେ ହେଁ ଟ୍ରାଫିକ୍ ଜାମ୍ରୁ ତ୍ରାହି ମିଳିନଥିଲା । ଆଗକୁ ଆଗ ଦେଢ଼ କିମି ଯାଏଁ ଲାଗିଥିଲା ଗାଡିÿର ଲମ୍ବା ଲାଇନ୍ ।
ବିଳମ୍ବ ହେଉଥିବାରୁ ନିରୋଦ ଓ ତାଙ୍କ ଭାଇଙ୍କ ଚିନ୍ତା ବଢ଼ିଯାଇଥିଲା । ପ୍ରତୀକଙ୍କ ପାଇଁ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ନିରୋଦଙ୍କ ଭାଇ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତାରୁ ଗାଡିÿ ହଟାଇବାକୁ ଚେଷ୍ଟା କରିଥିଲେ । କୌ÷÷ଣସି ଜଣେ ବି ଗାଡିÿଚାଳକ ତାଙ୍କ ନେହୁରା ଶୁଣିନଥିଲେ । ଓଲଟିି ବେପରୱା ଭାବେ ଆମ୍ବୁଲାନ୍ସ ଆଗରେ ଛିଡ଼ା ହୋଇ ରହିଥିଲେ । ଆମ୍ବୁଲାନ୍ସକୁ ଦେଢ଼ କିମି ରାସ୍ତା ପାର୍ କରିବାକୁ ୪୫ ମିନିଟ୍ ଲାଗିଗଲା । ପ୍ରାୟ ୧୧ଟା ବେଳକୁ ଆମ୍ବୁଲାନ୍ସଟି ଡମଣା ଛକ ପାର୍ କରିଥିଲା । ସେଠାରୁ ରାସ୍ତା ଫାଙ୍କା ଥିବାରୁ ଆମ୍ବୁଲାନ୍ସଟି ୧୫ ମିନିଟ୍ରେ ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲା । ସେତେବେଳକୁ ମୃତ୍ୟୁ ସହ ସଂଗ୍ରେମ କରୁଥିବା ପ୍ରତୀକ୍ ହାରିଯାଇଥିଲେ । ହସ୍ପିଟାଲର ଡାକ୍ତର ପ୍ରତୀକଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରତୀକଙ୍କ ବାପା ନିରୋଦ କହିଛନ୍ତି, ସମୟ ବଞ୍ଚାଇବାକୁ ମୁଁ କଟକ ଏସ୍ସିବି ମେଡିକାଲ ବଦଳରେ ଘରୋଇ ହସ୍ପିଟାଲ ନେବାକୁ ନିଷ୍ପତ୍ତି ନେଲି । ଭାବିଥିଲି, ଜଲ୍ଦି ପହଞ୍ଚିଯିବି । ପୁଅ ବଞ୍ଚିଯିବ । ହେଲେ କିଛି ବେପରୱା ଗାଡିÿଚାଳକ ଆଉ ଅବ୍ୟବସ୍ଥିତ ଟ୍ରାଫିକ୍ ମୋ’ଠୁ ପୁଅକୁ ଛଡେଇନେଲେ । କ୍ୟାପିଟାଲ ହସ୍ପିଟାଲରେ ବି ସଠିକ୍ ଚିକିତ୍ସା ପାଇନି । ଝାଡ଼ା ବାନ୍ତି ହେବାରୁ ପୁଅକୁ ଗତକାଲି ରାତିରେ ହସ୍ପିଟାଲ ନେଇଥିଲି ।ହେଲେ ଥଣ୍ଡା ଯୋଗୁଁ ବାନ୍ତି ହୋଇଥାଇପାରେ ବୋଲି ଡାକ୍ତର କହିଲେ । ଆଉ ଥଣ୍ଡା ଜ୍ୱର ପାଇଁ ଇଞ୍ଜେକସନ୍ ଦେଇ ଘରକୁ ଫେରାଇ ଦେଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଆଲୋକ ଖୁଣ୍ଟିଆ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲଠୁ ନାଲ୍କୋ ଯାଏଁ ସୁବିଧାରେ ପହଞ୍ଚିଗଲୁ । ନାଲ୍କୋ ଛକରୁ ଡମଣା ଯାଏଁ ରାସ୍ତାରେ ଫସିଗଲୁ । ମୁଁ ଲଗାତାର ଭାବେ ହର୍ଣ୍ଣ ବଜାଉଥାଏ । ହେଲେ କେହି ଜଣେ ଲୋକ ବି ବାଟ ଛାଡ଼ି ନଥିଲେ ।
ସମାନ ଢ଼ଙ୍ଗରେ ସନ୍ଧ୍ୟାରେ ଖଣ୍ଡଗିରି ନିକଟ ଏକ ଘରୋଇ ହସ୍ପିଟାଲରୁ ଜଣେ ରୋଗୀଙ୍କୁ କଟକ ଏସ୍ସିବି ମେଡିକାଲ ନିଆଯାଉଥିଲା । ଖଣ୍ଡଗିରି ମେଳାର ଭିଡ଼ରେ ଉକ୍ତ ଆମ୍ବୁଲାନ୍ସ ଫଶି ଯାଇଥିଲା । ସେଠାରେ ମଧ୍ୟ ଗାଡିÿଚାଳକ ଉକ୍ତ ଆମ୍ବୁଲାନ୍ସକୁ ବାଟ ଛାଡିÿନଥିଲେ । ଫଳରେ ସମ୍ପୃକ୍ତ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons