ବିଶ୍ୱର ୬୦% ଆକ୍ରାନ୍ତ ହେବେ

Get real time updates directly on you device, subscribe now.

ନୂଆଦିଲ୍ଲୀ/ବେଜିଂ: ମାରାତ୍ମକ କରୋନା ଭାଇରସ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟପିବାରେ ଲାଗିଛି । ୨୯ଟି ଦେଶରେ ଏହା କାୟା ବିସ୍ତାର କଲାଣି । ଏହି ଭାଇରସକୁ ନିୟନ୍ତ୍ରଣ କରାନଗଲେ, ଏହା ସମଗ୍ର ବିଶ୍ୱରେ ବ୍ୟାପିଯିବ ଏବଂ ବିଶ୍ୱର ୬୦ଧ ଲୋକ ଅର୍ଥାତ ପ୍ରାୟ ୪୫୨ କୋଟି ଲୋକ ଆକ୍ରାନ୍ତ ହେବେ । ଯଦି କରୋନା ଯୋଗୁ ମୃତୁ୍ୟହାରକୁ ୧ଧ ବୋଲି ବିବେଚନା କରାଯାଏ, ତାହାହେଲେ ସମଗ୍ର ବିଶ୍ୱରେ ପ୍ରାୟ ସାଢେ଼ ଚାରି କୋଟ (୪.୫୨ କୋଟି) ଲୋକ ଏହାଯୋଗୁ ମୃତୁ୍ୟମୁଖରେ ପଡ଼ିବେ । ହଂକଂର ପବ୍ଲିକ୍ ହେଲଥ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଗାବ୍ରିଏଲ ଲିଉଙ୍ଗ୍ ଏହି ଚେତାବନୀ ଦେଇଛନ୍ତି ।
କରୋନା ଭାଇରସ ଯୋଗୁ ଚୀନ୍ରେ ଗୋଟିଏ ଦିନରେ ସର୍ବାଧିକ ୧୦୮ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ଏହାସହିତ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୦୦୦ ଅତିକ୍ରମ କରିଯାଇଛି । ଏପର୍ଯ୍ୟନ୍ତ ଏହି ମାରାତ୍ମକ ଭାଇରସ ଯୋଗୁ ୪୩,୦୯୦ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । କେବଳ ସୋମବାର ଚୀନ୍ରେ ୨,୪୭୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୭,୩୦୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଚୀନ୍ ବ୍ୟତୀତ କରୋନା ଏପର୍ଯ୍ୟନ୍ତ ୨୯ଟି ଦେଶକୁ ବ୍ୟାପିସାରିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରିୟସସ କହିଛନ୍ତି ଯେ କରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ବିପଦ ଭାବେ ଉଭା ହୋଇଛି । ଏବେ ପ୍ରାୟ ୯୯ଧ ମାମଲା ଚୀନ୍ରେ ଥିବାରୁ ସେଠାରେ ଏକପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଭାଇରସ ସଂକ୍ରମଣକୁ ରୋକାନଗଲେ ଏହା ପୂରା ଦୁନିଆ ପାଇଁ ମହାବିପଦ ଭାବେ ଉଭା ହେବ । ତେଣୁ ସମସ୍ତ ଦେଶ ଏହି ଭାଇରସର ନମୁନା ସେୟାର କରିବା ସହିତ ଏହାର ନିରାକରଣ ପାଇଁ ଟିକା ଉଦ୍ଭାବନ କରିବା ଦିଗରେ ଅଧିକ ଯତ୍ନବାନ ହୁଅନ୍ତୁ ।
କିଛି ବିଶେଷଜ୍ଞ ଦାବି କରିଛନ୍ତି, କରୋନା ଭାଇରସ ଇତିମଧ୍ୟରେ ବିଶ୍ୱର ପ୍ରାୟ ୪୦୦ ସହରକୁ ବ୍ୟାପିଗଲାଣି । ୱୁହାନର ଲୋକଙ୍କ ଦ୍ୱାରା ଏହି ଭାଇରସ ବ୍ୟାପିଛି । ବ୍ରିଟେନ ସ୍ଥିତ ସାଉଥାମ୍ପଟନ ୟୁନିଭରସିଟିର ଗବେଷକମାନଙ୍କ ଅନୁସାରେ, ଚୀନ୍ର ୱୁହାନ ସହରରୁ ନୂଆବର୍ଷ ପାଳନ ଉପଲକ୍ଷେ ପ୍ରାୟ ୫୦ ଲକ୍ଷ ଲୋକ ଅନ୍ୟତ୍ର ପଳାଇଥିଲେ । ଆଶଙ୍କା କରାଯାଉଛି କି ଗତ ଡିସେମ୍ବର ଠାରୁ ୱୁହାନରେ କରୋନା ବ୍ୟାପିବା ଆରମ୍ଭ କରିଥିବାରୁ ଏହି ୫୦ ଲକ୍ଷ ଲୋକଙ୍କ ଭିତରୁ ଅନେକ ସେଥିରେ ଆକ୍ରାନ୍ତ ହୋଇଥିବେ ଏବଂ ନିଜ ସହିତ ଉକ୍ତ ଭାଇରସକୁ ବିଭିନ୍ନ ସ୍ଥାନକୁ ନେଇଯାଇଥିବେ । ଏମାନଙ୍କ ମଧ୍ୟରୁ ପ୍ରାୟ ୬୦,୦୦୦ ଲୋକ ବିଶ୍ୱର ବିଭିନ୍ନ ଦେଶକୁ ଯାଇଛନ୍ତି । ତେଣୁ ଏହି ଲୋକଙ୍କ ମୋବାଇଲ ଫୋନ ଟ୍ରାକ୍ ରେକର୍ଡ ଏବଂ ଟ୍ରାଭେଲ ଡାଟାର ବିଶ୍ଲେଷଣ କରି ବିଶେଷଜ୍ଞମାନେ ଏହି ସିଦ୍ଧାନ୍ତରେ ପହଞ୍ଚôଛନ୍ତି ରେ ସେମାନେ ବିଶ୍ୱର ୩୮୨ଟି ସହରକୁ ଯାଇଛନ୍ତି । ବିଶେଷଜ୍ଞମାନେ ଏକ ମ୍ୟାପ୍ ଜାରି କରିଛନ୍ତି ଯେଉଁଥିରେ ୱୁହାନରୁ ଲୋକେ ବିଶ୍ୱର କେଉଁ କେଉଁ ସହରକୁ ଯାଇଛନ୍ତି, ତାହା ଦର୍ଶାଯାଇଛି ।
ଚୀନ୍ରେ ଏବେ ଏକ ନୂଆ କଟକଣା ଜାରି କରାଯାଇଛି ଯାହା ଅନୁଯାୟୀ,କୌଣସି ବ୍ୟକ୍ତି ନିଜ ଜିଲ୍ଲା ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳର ହସ୍ପିଟାଲକୁ ଯାଇପାରିବେ ନାହିଁ । କରୋନା ଆକ୍ରାନ୍ତ ବ୍ୟକ୍ତି ଅନ୍ୟ ସହରର ହସ୍ପିଟାଲକୁ ଯାଉଥିବାରୁ ତା’ ଯୋଗୁ ସେଠାରେ ବି ଭାଇରସ ବ୍ୟାପିବାର ଆଶଙ୍କା ଥିବାରୁ ଚୀନ୍ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଚୀନ୍ର ଟିଆନଜିନ୍ ସହରରେ ଯେତେ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଟିଏ ସପିଙ୍ଗ ମଲରେ କାମ କରୁଥିଲେ କିମ୍ବା ସେଠାରୁ କିଛି କିଣାକିଣି କରିଥିଲେ ବୋଲି ଜଣାପଡିଛି । ଜାନୁଆରୀ ଶେଷ ଭାଗରେ ସେହି ମଲରେ ପ୍ରାୟ ୧୧, ୭୦୦ ଲୋକ ଉପସ୍ଥିତ ଥିଲେ ବୋଲି ସ୍ପଷ୍ଟ ହୋଇଛି । ତେଣୁ ଚୀନ୍ ସରକାର ଉକ୍ତ ମଲ୍କୁ ବନ୍ଦ କରିଦେବା ସହିତ ସେଠାକୁ ଯାଇଥିବା ସମସ୍ତ ୧୧,୭୦୦ ଲୋକଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଚୀନ୍ ମଧ୍ୟ ଏକ ମୋବାଇଲ ଆପ୍ ଲଞ୍ଚ କରିଛି ଯାହା ଜରିଆରେ ଜଣେ ବ୍ୟକ୍ତି ତା’ ନିକଟରେ କେହି କରୋନା ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ଅଛି କି ନାହିଁ ତାହା ଜାଣିପାରିବ ।
ହଂକଂରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚôଥିଲାବେଳେ ସେଠାକାର ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକାଠି ବସି ଖାଇବା ପରେ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ କୌଣସି କାରଣରୁ ଏକତ୍ରିତ ନହେବା ଏବଂ ମିଳିତ ଭାବେ ବାସନକୁଶନର ବ୍ୟବହାର ନକରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଜାପାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚôଛି । ୟାକୋହାମାରେ ଅଟକ ରଖାଯାଇଥିବା ଏକ ଜାହାଜର ୧୩୫ କରୋନା ରୋଗୀ ସେମାନଙ୍କ ଭିତରେ ଅନ୍ତର୍ଭୁକ୍ତ । ଜାପାନରେ ପୂର୍ବରୁ କରୋନା ନେଗେଟିଭ୍ ପ୍ରମାଣିତ ହୋଇଥିବା ଦୁଇ ଜଣ ବ୍ୟକ୍ତି ଏବେ ସେଥିରେ ଆକ୍ରାନ୍ତ ହୋଇଛନ୍ତି । ଦକ୍ଷିଣ କୋରିଆରେ ୨୮ ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନା ବ୍ୟାପିବା ଭୟରେ ସିଙ୍ଗାପୁରରୁ ୨୦୦୦ ଯାତ୍ରୀଙ୍କୁ ନେଇ ଆସିଥିବା ଏକ ଜାହାଜକୁ କୌଣସି ଦେଶ ନିଜ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଉନାହାନ୍ତି । ଭିଏତ୍ନାମ, ତାଇୱାନ ଓ ଜାପାନ ସରକାର ଏଥିପାଇଁ ଅନୁମତି ଦେବାକୁ ମନା କରିବା ପରେ ଜାହାଜଟି ଏବେ ସମୁଦ୍ର ଭିତରେ ହିଁ ଘୂରି ବୁଲୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons