ଗାନ୍ଧିବାଦର ବାର୍ତ୍ତା ବାଣ୍ଟିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାନ୍ଧିବାଦର ବାର୍ତ୍ତା ଦେବ ଗାନ୍ଧି ଶାନ୍ତି କେନ୍ଦ୍ର । ଜନସାଧାରଣଙ୍କୁ ଗାନ୍ଧି ଆଦର୍ଶ ଏବଂ ସ୍ମୃତି ବାଣ୍ଟିବ । ଗାନ୍ଧିଙ୍କ ଜୀବନୀ, କାର୍ଯ୍ୟାବଳୀ ସମ୍ପର୍କରେ ସଚେତନ କରିବ । ତାଙ୍କ ଆଦର୍ଶର ଗୁଢ଼ ମହତ୍ତ୍ୱକୁ ଉପଲବ୍ଧି କରିବାର ଏକ ସୁଯୋଗ ଦେବ । ଆଜିର ଦିନରେ ଗାନ୍ଧିଜୀଙ୍କୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବାରେ ଏହି କେନ୍ଦ୍ର ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଖଣ୍ଡଗିରି-ଉଦୟଗିରି ପାହାଡ଼ ପାଦଦେଶ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ୨୦ହଜାର ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଗାନ୍ଧି ଶାନ୍ତି କେନ୍ଦ୍ର ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଛି । ଏହି ଅବସରରେ ବାର୍ତ୍ତା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ସ୍ୱାଧୀନତା ଲାଭ କରିବା ସମୟରେ ‘ଅହିଂସା’ ସମଗ୍ର ବିଶ୍ୱରେ କେବଳ ଭାରତୀୟତାର ଏକ ପରିଚୟ ପାଲଟିନଥିଲା ବରଂ ଏହା ହିଂସାଠାରୁ ବଳି ଶକ୍ତିଶାଳୀ ଅସ୍ତ୍ର ବୋଲି ପ୍ରମାଣିତ ହୋଇଥିଲା । ‘ଅହିଂସା’ ହିଁ ସାମୂହିକ ଜୀବନରେ ଶାନ୍ତିପୂର୍ଣ୍ଣ ସମାଧାନର ମାର୍ଗ ପ୍ରଶସ୍ତ କରେ । ତେଣୁ ସମ୍ବିଧାନରେ ‘ଅହିଂସା’କୁ ସାମିଲ କରିବା ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ହେବ ଶ୍ରେÂ ଶ୍ରଦ୍ଧାଞ୍ଜଳି ହେବ । ବଡ଼ କଥା ହେଲା ଏହା ଏକ ଡିଜିଟାଲ୍ ସଂଗ୍ରହାଳୟ । ଯେଉଁଠି ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ସୂଚନା ମିଳିପାରିବ । ଆଜି କସ୍ତୁରବା ଗାନ୍ଧିଙ୍କର ଶ୍ରାଦ୍ଧ ଦିବସରେ ଏହି କେନ୍ଦ୍ର ଉଦ୍ଘାଟିତ ହୋଇଛି ।
କେନ୍ଦ୍ର ପରିସରରେ ଅନୁÂିତ ସଭାରେ ଆଦିତ୍ୟ ବିର୍ଲା ଗୋÂୀ ଉପକ୍ରମ ଓ ଗ୍ରାମୀଣ ବିକାଶ କେନ୍ଦ୍ର ଅଧ୍ୟକ୍ଷା ରାଜଶ୍ରୀ ବିର୍ଲା ବକ୍ତବ୍ୟରେ ଓଡ଼ିଶା ଓ ଗାନ୍ଧିଜୀଙ୍କ ସମ୍ପର୍କ ବର୍ଣ୍ଣନା କରିଥିଲେ । ଗାନ୍ଧିଜୀଙ୍କ ଭାବଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଉଦ୍ୟମ କରାଯାଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ନୂଆଦିଲ୍ଲୀର ବିର୍ଲା ହାଉସ୍ରେ ପ୍ରଥମେ ଇଟରନାଲ୍ ଗାନ୍ଧି ପିସ୍ ସେଣ୍ଟର ବା ଶାଶ୍ୱତ ଗାନ୍ଧି ଶାନ୍ତି କେନ୍ଦ୍ର ଏବଂ ବ୍ରିଟେନର ବର୍ମିଂହାମ୍ରେ ଗାନ୍ଧି କେନ୍ଦ୍ର ପ୍ରତିÂା ହୋଇଥିବାବେଳେ ଓଡ଼ିଶାରେ ଏହା ତୃତୀୟ କେନ୍ଦ୍ର । ଆମେରିକାର ହୋଷ୍ଟନ୍ରେ ଆଉ ଏକ କେନ୍ଦ୍ର ସ୍ଥାପନା ହେବାକୁ ଯାଉଛି । ଏହାବ୍ୟତୀତ୍ ଅନେକ କ୍ଷୁଦ୍ର କେନ୍ଦ୍ରକୁ ଦେଶର ବିଭିନ୍ନ ପ୍ରମୁଖ ବିମାନବନ୍ଦରରେ ସ୍ଥାପନ କରାଯାଇଛି । ଯାହା ଗାନ୍ଧିଙ୍କ ଜୀବନଯାତ୍ରାର ସ୍ମୃତି ତାଜା କରୁଛି । ଏହି କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଶ୍ରୀମତୀ ବିର୍ଲା । ତା’ସହିତ ଏହି ପ୍ରକଳ୍ପ ଆରମ୍ଭ କରିବା ଏବଂ ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଲାଗି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅବଦାନକୁ ମଧ୍ୟ ସେ ମନେ ପକାଇଛନ୍ତି ।
ସଭାରେ ରାଜ୍ୟର ବରିÂ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓଡ଼ିଶାକୁ ଗାନ୍ଧିଜୀଙ୍କ ଆଗମନ ସହ ଆଜିର ଦିନରେ ଗାନ୍ଧିଜୀଙ୍କ ପ୍ରାସଙ୍ଗିକତା ଓ ଏହି କେନ୍ଦ୍ରର ପ୍ରତିÂା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କେନ୍ଦ୍ର ଶାନ୍ତିର ମନ୍ତ୍ର ବାଣ୍ଟିବା ସହ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । କେନ୍ଦ୍ର ନିର୍ମାଣରେ ସହାୟତା ଲାଗି ଡ. ସନ୍ତୃପ୍ତ ମିଶ୍ର, ଅଶୋକ ବଳ, ଭରତ ପାରେଖ, ବିରାଦ ରାଜାରାମ ୟାଜ୍ଞିକ୍, ଶଶି କର୍ଖାନିସଙ୍କୁ କୃତଜ୍ଞତା ଜଣାଇଥିଲେ । ଭରତ ପାରେଖ ଧନ୍ୟବାଦ ଦେଇଥିଲେ । ରାଜଶ୍ରୀ ବିର୍ଲା ମଞ୍ଚ ସମ୍ମୁଖରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଗାନ୍ଧି ଭଜନ ପରିବେଷଣ କରାଯାଇଥିଲା ।
ସୂଚନାଯୋଗ୍ୟ, ପ୍ରତି ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲା ରହିବ । ପ୍ରବେଶ ନିଃଶୁକ୍ଳ ରହିବ । ଗ୍ୟାଲେରୀ ଭିତରେ ୮ଜଣ ବ୍ୟକ୍ତି ରହିବେ, ଯେଉଁମାନେ ପର୍ଯ୍ୟଟକଙ୍କୁ ବୁଲାଇ ଦେଖାଇବା ସହ ସମସ୍ତ ସୂଚନା ପ୍ରଦାନ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons