ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଦାମନଯୋଡ଼ିସ୍ଥିତ ନିଜର ମାଇନିଂ ଆଣ୍ଡ ରିଫାଇନରି (ଏମ୍ଆଣ୍ଡଆର୍) କମ୍ପେ୍ଲକ୍ସରେ ଏକ କ୍ରସର ଓ କନଭେୟର ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ପ୍ରକଳ୍ପର ଭିତ୍ତି ସ୍ଥାପନ କରିଛନ୍ତି ।
ନାଲ୍କୋର ପ୍ରସ୍ତାବିତ କ୍ରସର ଓ କନ୍ଭେୟର ବ୍ୟବସ୍ଥା କମ୍ପାନିର ଆଲୁମିନା ରିଫାଇନରିର ପଞ୍ଚମ ସ୍ରୋତ ପାଇଁ ବକ୍ସାଇଟ୍ ଯୋଗାଣ କରିବ । ଏହି ପ୍ରକଳ୍ପ ପାଇଁ ନାଲ୍କୋ ପ୍ରାୟ ୪୮୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ୨୦୨୨ ଏପ୍ରିଲ ସୁଦ୍ଧା ଏହି କ୍ରସର ଓ କନ୍ଭେୟର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ।
ଏ ଅବସରରେ ନାଲ୍କୋ ଏମ୍ଆଣ୍ଡଆର୍ କମ୍ପେ୍ଲକ୍ସରେ କର୍ମଚାରୀଙ୍କ ସହ ଆଲୋଚନା ବେଳେ ଶ୍ରୀ ଯୋଶୀ କହିଛନ୍ତି, ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଛି । ଏହି ବିକାଶ ଯାତ୍ରାରେ ନାଲ୍କୋ ନିଶ୍ଚିତ ଭାବେ ଏକ ସଫଳ କାହାଣୀ ଲେଖିବ ।
ସେ କହିଛନ୍ତି, ଓଡ଼ିଶାରେ ଦେଶରେ ମହଜୁଦ ୫୧ଧ ବକ୍ସାଇଟ, ୨୫ଧ କୋଇଲା, ୩୪ଧ ଲୁହାପଥର, ୯୬ଧ କ୍ରୋମାଇଟ୍ ଓ ୪୪ଧ ମାଙ୍ଗାନିଜ ରହିଛି । ଖଣିଜ ସମ୍ପଦଭରା ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସମେତ ଦେଶର କଲ୍ୟାଣ ପାଇଁ ଖଣିଜ ସମ୍ଭାବନାର ସୁବିନିଯୋଗ ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି ।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କୋରାପୁଟ ଜିଲ୍ଲାରେ ଅବସ୍ଥିତ ‘ପଞ୍ଚପ;ମାଳି ବକ୍ସାଇଟ୍ ଖଣି’ ପରିଦର୍ଶନ କରିଥିଲେ । ଏସିଆର ଏହି ସର୍ବବୃହତ ବକ୍ସାଇଟ୍ ଖଣିରେ ୩୧୦ ନିୟୁତ ଟନ୍ ବକ୍ସାଇଟ ମହଜୁଦ ଥିବା ଆକଳନ କରାଯାଇଛି । ଏ ଅବସରରେ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀଧର ପାତ୍ର ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.