ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ବର: ଓଡ଼ିଶାରେ କିପରି ଇସ୍ପାତ ଶିଳ୍ପର ବିକାଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକସେବା ଭବନରେ ଏହି ସାକ୍ଷାତ ଆଲୋଚନା ହୋଇଛି। ଏହି ଅବସରରେ ଜାପାନର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଇସ୍ପାତ ଉତ୍ପାଦନରେ ଓଡିଶା ଦେଶରେ ଅଗ୍ରଣୀ ରହିଛି।
ଇସ୍ପାତ ଶିଳ୍ପର ବିକାଶ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣୁ ରାଜ୍ୟରେ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ ପର୍ୟ୍ୟାପ୍ତ ସୁଯୋଗ ରହିଛି। ଏଥିସହିତ ରାଜ୍ୟରେ ଅଟୋମୋବାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ, ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଜାପାନର ନିବେଶକଙ୍କୁ ପୁଞ୍ଜି ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରସ୍ତାବ। ଭୁବନେଶ୍ବରରେ ନିକଟରେ ସ୍ବତନ୍ତ୍ର ଜାପାନ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ଆଣ୍ଡ ଟାଉନସିପ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ।
ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଜାପାନର ଏକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି। ଯେଉଁଥିରେ ଜାପାନ ଆମ୍ବାସଡର ସନ୍ତୋଷୀ ସୁଜୁକୀ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୨୦୨୦ ମେକ ଇନ ଓଡ଼ିଶା କନକ୍ଲେଭରେ ପାର୍ଟନର କଣ୍ଟ୍ରି ଭାବେ ଜାପନକୁ ଅନୁରୋଧ କରାଯାଇଛି। ୨୦୧୮ରେ ମଧ୍ୟ ଜାପାନ ପାର୍ଟନର କଣ୍ଟ୍ରି ଥିଲା। ଓଡ଼ିଶାରେ ଇସ୍ପାତ ଶିଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons