ରାଜ୍ୟ ସରକାରଙ୍କୁ ଖଣି ନିଲାମ ହିସାବ ମାଗିଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର : କୋଲ୍ ରୟାଲିଟି ବୃଦ୍ଧି କରିବା ନେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ଖଣିଜ ସମ୍ପଦର ନିଲାମି ଯୋଗୁଁ ଓଡ଼ିଶାକୁ ପର୍ୟ୍ୟାପ୍ତ ଅର୍ଥ ଦେଇଛନ୍ତି ବୋଲି ରାଜ୍ୟ ସରକାର ଆଦୌ ଅସ୍ୱୀକାର କରିପାରିବେ ନାହିଁ। କେବଳ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ୍ ଅନ୍ତର୍ଗତ ରାଜ୍ୟକୁ ଐତିହାସିକ ୭୮୫୭ କୋଟି ଟଙ୍କା ମିଳିଛି। ହେଲେ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ରାଜ୍ୟ ସରକାର ଏଯାବତ ଏହି ରାଶିରୁ ମାତ୍ର ୧୬୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଡ.ସାମନ୍ତସିଂହାର କହିଛନ୍ତି, “ମୋଦି ସରକାରଙ୍କ ନୂଆ ଖଣି ନୀତି ଯୋଗୁଁ ଖଣିମାନଙ୍କର ଖୋଲା ନିଲାମି କରାଯିବା ଫଳରେ ରାଜ୍ୟକୁ ପୂର୍ବ ଅପେକ୍ଷା ୧୫୦ ପ୍ରତିଶତ ଅଧିକା ପ୍ରିମିୟମ୍ ମିଳିଛି। ଯାହାକି ହଜାର ହଜାର କୋଟି ଟଙ୍କା ଆକଳନ କରାଯାଇଛି। ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର କଂଗ୍ରେସ ସରକାର ଖଣିମାନଙ୍କୁ ନିଲାମ ପରିବର୍ତ୍ତେ ପରିଚିତ ସଂପର୍କୀୟଙ୍କୁ ବଣ୍ଟନ କରୁଥିଲା। ଫଳରେ ଦେଶରେ କ୍ଷତି ହେଉଥିଲା। ଓଡ଼ିଶାରେ ୫୯ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିଲା।
ଶାହା କମିଶନ ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ଖଣି ଦୁର୍ନୀତି କରିଥିବା କମ୍ପାନୀଙ୍କଠାରୁ ଏହି ଅର୍ଥ ଆଦାୟ କରିନଥିଲେ? ମୋଦି ସରକାରଙ୍କ ହସ୍ତକ୍ଷେପ ଯୋଗୁ ରାଜ୍ୟ ସରକାର ବାଧ୍ୟ ହୋଇ ଏବେ ଏହି ଖଣି ଦୁର୍ନୀତି ପଇସା ଆଦାୟ କରୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ରକୁ ଖଣି ଲୟାଲିଟି ବଢାଇବା ଲାଗି ନିବେଦନ କରିବା ବଦଳରେ ଏବେ ଯାଏଁ ମିଳିଥିବା ଅଧିକା ପଇସା କେମିତି ଓଡ଼ିଶାର ଲୋକଙ୍କ ହିତରେ ଖର୍ଚ୍ଚ ହେବ ସେ ବିଷୟରେ ଯୋଜନା ବନାନ୍ତୁ ଓ ରାଜ୍ୟସରକାର ଡିଏମ୍ଏଫ୍ ଏବଂ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ।”

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons