ଜାପାନ ସରକାରଙ୍କୁ ନବୀନଙ୍କ ପ୍ରସ୍ତାବ

Get real time updates directly on you device, subscribe now.

ଭୁବନେଶ୍ୱର(ବି.ବି.ବୁ୍ୟରୋ): ଭୁବନେଶ୍ୱର ନିକଟରେ ଏକ ସ୍ୱତନ୍ତ୍ର ଜାପାନ ଶିଳ୍ପ କ୍ଲଷ୍ଟର ଓ ଟାଉନ୍ସିପ୍ ସ୍ଥାପନ କର । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଜାପାନ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ଓଡ଼ିଶାର ଦ୍ୱିବାର୍ଷିକ ମେଗା ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୦’ରେ କଣ୍ଟ୍ରି ପାର୍ଟନର ହେବାକୁ ଜାପାନ ରାଷ୍ଟ୍ରଦୂତଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକିଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା ବେଳେ ନବୀନ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏହାପୂର୍ବରୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୧୮ରେ ଜାପାନ କଣ୍ଟ୍ରି ପାର୍ଟନର ଥିଲା ।
ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ଓଡ଼ିଶାର ଇସ୍ପାତ ଓ ଡାଉନ୍ଷ୍ଟ୍ରିମ ଶିଳ୍ପରେ ସମ୍ଭାବ୍ୟ ପୁଞ୍ଜିନିବେଶ ଓ ଇସ୍ପାତ କ୍ଲଷ୍ଟର ବିକାଶ ନେଇ ଆଲୋଚନା କରିଥିଲେ । ସେ କହିଲେ, ବର୍ତ୍ତମାନ ସମୟରେ ଓଡ଼ିଶା ଦେଶର ସର୍ବାଧିକ ଇସ୍ପାତ ଉପôାଦନକାରୀ ରାଜ୍ୟ । ରାଜ୍ୟରେ ଇସ୍ପାତ ତିଆରି ପାଇଁ ରହିଥିବା ମଜବୁତ ଆଧାର ଆନୁଷଙ୍ଗିକ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି ।
୨୦୩୦ ସୁଦ୍ଧା ରାଜ୍ୟରୁ ଉପôାଦିତ ଇସ୍ପାତର ୫୦ଧକୁ ମୂଲ୍ୟଯୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଣୁ ଇସ୍ପାତ ଓ ଷ୍ଟେନ୍ଲେସ୍ ଷ୍ଟିଲର ମୂଲ୍ୟଯୁକ୍ତକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏହାର ଫାଇଦା ଉଠାଇ ଜାପାନର ନିବେଶକମାନେ ଅଟୋମୋବାଇଲ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପୁଞ୍ଜିନିବେଶ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । ଏପରିକି ଆଗାମୀ ଦିନରେ ଓଡ଼ିଶା ଓ ଜାପାନ ଶିଳ୍ପସଂସ୍ଥା ମଧ୍ୟରେ ସମ୍ପର୍କ ଅଧିକ ବ୍ୟାପକ ଓ ମଜବୁତ ହେବ ବୋଲି ନବୀନ ଆଶା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ଶିଳ୍ପ ବିକାଶରେ ଜାପାନ ସହଯୋଗୀ ହେବ । ଧର୍ମେନ୍ଦ୍ର କହିଛନ୍ତି, ଏସାର ଷ୍ଟିଲକୁ ଆର୍ସେଲର ମିତ୍ତଲ ଅଧିଗ୍ରହଣ କରିବା ପରେ ନିପନ ଷ୍ଟିଲ ଏଥିରେ ବଡ଼ ସହଯୋଗୀ ହୋଇଛି । ଏହାସହ ଜାପାନର ଇସ୍ପାତ କମ୍ପାନି ‘ଜେଏଫ୍ଇ’ ଜେଏସ୍ଡବ୍ଲୁ୍ୟ ଷ୍ଟିଲ ସହ ସହଭାଗୀ ହୋଇଛି । ଏଣୁ ଆଗାମୀ ସମୟରେ ଓଡ଼ିଶାର ଇସ୍ପାତ ଶିଳ୍ପରେ ଜାପାନର ଦୁଇଟି ବଡ଼ କମ୍ପାନି ଜେଏଫ୍ଇ ଓ ନିପନ୍ ବଡ଼ ଧରଣର ନିବେଶ କରିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ । ଏହି ମିଶନରେ ଓଡ଼ିଶାର କଳିଙ୍ଗନଗର ବିକାଶ କରାଯାଇପାରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ କଳିଙ୍ଗନଗରକୁ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ଗଢ଼ାଯାଇ ପାରିବ ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଆଗାମୀ ଦିନରେ ଦେଶର ଇସ୍ପାତ ଉପôାଦନକୁ ୧୪୦ ନିୟୁତ ଟନ୍ରୁ ୩୦୦ ନିୟୁତ ଟନ୍କୁ ବଢ଼ାଯିବ । ଦେଶର ଇସ୍ପାତ ଉପôାଦନରେ ଦେଖାଦେବାକୁ ଥିବା ଅଭିବୃଦ୍ଧିରେ ଓଡ଼ିଶାର ସିଂହ ଭାଗ ରହିବ । କିନ୍ତୁ କେବଳ ଇସ୍ପାତ ଉପôାଦନ ନୁହେଁ, ଇସ୍ପାତ ସହ ଜଡ଼ିତ ଶିଳ୍ପର ସମ୍ପ୍ରସାରଣ ହିଁ ଓଡ଼ିଶାରେ ରୋଜଗାର ଓ ରାଜସ୍ୱ ବଢ଼ାଇବ । ଏଥିପାଇଁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଜାପାନକୁ ଏକ ସହଯୋଗୀ ପାର୍ଟନର କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଆଜିର ଉଚ୍ଚସ୍ତରୀୟ ଆଲୋଚନା ବେଳେ ଜାପାନ ରାଷ୍ଟ୍ରଦୂତଙ୍କୁ ଓଡ଼ିଶାରେ ଥିବା ବିଭିନ୍ନ ସୁବିଧା ସୁଯୋଗର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । କେବଳ ପର୍ଯ୍ୟଟନ, ଇସ୍ପାତ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶ କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଜାପାନ ରାଷ୍ଟ୍ରଦୂତ ଶ୍ରୀ ସୁଜୁକି କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ନେଇ ରହିଥିବା ସମ୍ଭାବନା ସମ୍ପର୍କରେ ଆଲୋଚନା ହୋଇଥିଲା । ଓଡ଼ିଶାର ଇସ୍ପାତ, ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଛି । ଏନେଇ ଜାପାନର ନିବେଶକମାନଙ୍କୁ ସୂଚନା ଦିଆଯିବ, ଫଳରେ ସେମାନେ ଓଡ଼ିଶାରେ ଥିବା ସୁଯୋଗର ଫାଇଦା ନେଇପାରିବେ ।
ପୂର୍ବ ଭାରତର ବିକାଶ ପାଇଁ ଉଦ୍ଧିଷ୍ଟ ‘ପୂର୍ବୋଦୟ’ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ଅତିରିକ୍ତ ଇସ୍ପାତ ସଚିବ ଏକ ଉପସ୍ଥାପନା ଦେଇଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ ଏକ ସମନ୍ୱିତ ଇସ୍ପାତ ହବ୍ ଜରିଆରେ ପୂର୍ବ ଭାରତର ବିକାଶ ତ୍ୱରାନ୍ୱିତ ହୋଇପାରିବ । ଏଥିପାଇଁ ଓଡ଼ିଶା ହିଁ ସବୁଠାରୁ ଉପଯୁକ୍ତ ସ୍ଥାନ । ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, କେନ୍ଦ୍ର ଇସ୍ପାତ ସଚିବଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons